ବାସ୍ତୁର ଏହି ନିୟମ ବଦଳାଇଦେବ ଆପଣଙ୍କ ଜୀବନ, ମହାଲକ୍ଷ୍ମୀଙ୍କ କୃପାରୁ ମିଳିବ ଶୁଭ ପରିଣାମ

ମନୁଷ୍ୟ ଜୀବନ ବହୁତ କଠିନ ବୋଲି କୁହାଯାଏ । କେତେ ଥର ଏମିତି ହୋଇଥାଏ କି କୌଣସି ନା କୌଣସି କାରଣରୁ ବ୍ୟକ୍ତିର ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ, ଘରେ ବି କୌଣସି ପ୍ରକାରର ବାଦ ବିବାଦ ଚାଲିଥାଏ । ଯେତେବେଳେ ବ୍ୟକ୍ତିର ଜୀବନରେ ସମସ୍ୟା ଚାଲିଥାଏ ତେବେ ତା’ର ଜୀବନ ନିରାଶାଜନକ ବ୍ୟତିତ ହୋଇଥାଏ । କିନ୍ତୁ ଆପଣ ନିଜର ସମସ୍ୟାକୁ ବାସ୍ତୁ ଟିପ୍ସ ଆପଣାଇ ଦୂର କରି ପାରିବେ ।

ବାସ୍ତୁର କିଛି ଏମିତି ନିୟମ ଅଛି ଯାହାକୁ ପାଳନ କରିବା ମାତ୍ରେ ହିଁ ଆପଣଙ୍କ ଜୀବନରେ ଖୁସି ଚାଲି ଆସିବ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ବିଷୟରେ କହିବାକୁ ଯାଉଛୁ ।

ଚାଲନ୍ତୁ ଜାଣିବା ଏହି ବାସ୍ତୁ ଟିପ୍ସ ବିଷୟରେ

·    ଯଦି ଆପଣ ନିଜ ଘର ପରିବାରରୁ ନକରାତ୍ମକ ଊର୍ଜା ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଜ ଘରେ ସପ୍ତାହକୁ ଥରେ ଝୁଣାର ଧୂଆଁ ଅବଶ୍ୟ ବୁଲାନ୍ତୁ । ଏହା ଦ୍ଵାରା ସକରାତ୍ମକ ଊର୍ଜା ସଂଚାରିତ ହୋଇଥାଏ ।

·    ଯଦି ଆପଣ ନିଜ ଘରେ ସୋରିଷ ତେଲର ଦୀପ ଜଳାଇ ସେଥିରେ ଲବଙ୍ଗ ଦେଉଛନ୍ତି ତେବେ ଏହା ଦ୍ଵାରା ଶୁଭ ପରିଣାମ ମିଳିଥାଏ ।

·    ଆପଣ ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରନ୍ତୁ, ଏହା ଦ୍ଵାରା ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ ।

·    ଯଦି ଆପଣ ତାୱା ଉପରେ ରୁଟି ସେକିବା ପୂର୍ବରୁ କ୍ଷୀରର କିଛି ବୁନ୍ଦା ପକାଉଛନ୍ତି ତେବେ ଏହା ଶୁଭ ହୋଇଥାଏ । ଏହା ଛଡା ଆପଣଙ୍କ ଘରେ ହେଉଥିବା ପ୍ରଥମ ରୁଟି ଗାଈଙ୍କୁ ଦିଅନ୍ତୁ, ଏହା ଦ୍ଵାରା ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

·    ଯଦି ଆପଣ ନିଜ ଘରର ମନ୍ଦିରରେ ପୂଜା ପାଠ କରୁଛନ୍ତି ତେବେ ଆପଣ ପୂଜା ସମୟରେ ହିଁ ଫୁଲ ଅର୍ପଣ କରିବେ । ଏହା ଛଡା ଶୁଖିଲା ଫୁଲକୁ ଘରେ ରଖିବେ ନାହିଁ ।

·    ଆପଣ ନିଜ ଘରର ଦକ୍ଷିଣ ପୂର୍ବ ଦିଗରେ ସବୁଜ ପରିବେଶ ଦ୍ଵାରା ପରିପୂର୍ଣ ଏକ ଫଟୋ ଲଗାନ୍ତୁ, ଏହା ଶୁଭ ହୋଇଥାଏ ।

·    ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାର ଅଛି କି ଆପଣଙ୍କ ଘରେ ଲାଗିଥିବା ନଳରୁ ଅଯଥା ପାଣି ନ ବାହାରିବା ଉଚିତ କାରଣ ଏହା ଦ୍ଵାରା ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

·    ଯଦି ଆପଣ ନିଜର ଆର୍ଥିକ ସ୍ଥିତିକୁ ଠିକ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଉତ୍ତର କିମ୍ବା ପୂର୍ବ ଦିଗରେ ନିଜ ଘରର ପାଣିଙ୍କୁ ବାହାରକୁ ବାହାର କରନ୍ତୁ । ଏହାକୁ ଆର୍ଥିକ ଦୃଷ୍ଟିରୁ ଶୁଭ ବୋଲି କୁହାଯାଏ ।