କେବେ ୧୦୦ କିଲୋର ଥିଲେ ସଲମାନଙ୍କର ଏହି ହିରୋଇନ, ଆଜି ବଲିଉଡର ସବୁଠୁ ହଟ ଆକ୍ଟ୍ରେସ

ବଲିଉଡ୍ ର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଜରିନ ଖାନଙ୍କୁ ଗଣା ଯାଇଥାଏ । ସେ ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ ବଲିଉଡ୍ ରେ ସକ୍ରିୟ ରହିଛନ୍ତି । ସେମିତିରେ ଜରିନ ବଲିଉଡ୍ ରେ ଅଧିକ ଫିଲ୍ମ କରି ନାହାଁନ୍ତି, କିନ୍ତୁ ବର୍ତ୍ତମାନ ମଧ୍ୟ ସିନେମା ନିର୍ଦ୍ଦେଶକମାନେ ଜରିନଙ୍କର ବିଉଟି ପାଇଁ ତାଙ୍କୁ ନିଜ ଫିଲ୍ମରେ କାମ ଦେବା ପାଇଁ ଚାହୁଁଛନ୍ତି । ଜରିନ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପୂର୍ବରୁ ବହୁତ ମୋଟା ଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଜରିନଙ୍କର ଓଜନ ୧୦୦ କିଲୋ ଉପରେ ଥିଲା । ଆଜି ଆମେ ଆପଣଙ୍କୁ ଜରିନଙ୍କର ଜୀବନ ସହ ଜଡିତ କିଛି କଥା କହିବୁ, ଯାହାକୁ ଆପଣ ମାନେ ଜାଣିନଥିବେ ।

Image courtesy: Google

ପୂର୍ବରୁ ଜରିନ କଲ୍ ସେଣ୍ଟରରେ କାମ କରୁଥିଲେ । କଲ୍ ସେଣ୍ଟରରେ ବସି ଜରିନ ବହୁତ ମୋଟା ହୋଇଯାଇଥିଲେ । କଲେଜ ଲାଇଫରେ ମଧ୍ୟ ତାଙ୍କର ଓଜନ ଅଧିକ ଥିଲା । ସେଥିପାଇଁ ଜରିନ କେବେବି ଆକ୍ଟିଙ୍ଗ ବିଷୟରେ ଭାବି ନଥିଲେ । ନିଜର ବଢୁଥିବା ଓଜନ ଉପରେ ମଧ୍ୟ ଧ୍ୟାନ ଦେଉ ନଥିଲେ । ତାଙ୍କର ଏହି ମୋଟାପଣ ପାଇଁ ତାଙ୍କୁ ବହୁତ ଅସୁବିଧା ଓ ଅପମାନର ସାମ୍ନା କରିବାକୁ ପଡିଥିଲା ।

Image courtesy: Google

ସେଥିପାଇଁ ସେ ତାଙ୍କର ଏହି ଓଜନକୁ କମାଇବା ପାଇଁ ସ୍ଥିର କଲେ । ଏହା ପରେ ଜରିନ ଖାଦ୍ୟ ପେୟକୁ କଣ୍ଟ୍ରୋଲ କରିଲେ, ଜିମ୍ ରେ ନିୟମିତ କସରତ କରିଲେ, ଯାହାଫଳରେ ତାଙ୍କର ଓଜନ ୧୦୦ କିଲୋରୁ ୫୫ କିଲୋକୁ ଆସିଯାଇଥିଲା । ବର୍ତ୍ତମାନ ସମୟରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଯଦି ଆପଣ ତାଙ୍କର ପ୍ରଥମ ଫିଲ୍ମର ଲୁକ୍ ଓ ବର୍ତ୍ତମାନର ଲୁକ୍ ଦେଖିବେ ତେବେ ଆପଣଙ୍କୁ ବହୁତ ଅନ୍ତର ନଜର ଆସିବ ।

Image courtesy: Google

ଜରିନ କଲ୍ ସେଣ୍ଟରରେ କାମ କରି ବୋର ହେବା ପରେ ସେ ମଡ୍ଲିଙ୍ଗରେ ଚେଷ୍ଟା କରିଲେ । ଏହି କାମରେ ତାଙ୍କର ଘର ଖର୍ଚ୍ଚ ଆରାମ ରେ ହୋଇଯାଉଥିଲା । ଏହା ପରେ ଜରିନ ଏକ ଫିଲ୍ମ ସେଟରେ ଠିଆ ହୋଇଥିଲେ ସେହି ସମୟରେ ସଲମାନ ଖାନଙ୍କର ନଜର ତାଙ୍କ ଉପରେ ପଡିଯାଇଥିଲା, ସଲମାନଙ୍କୁ ଜରିନ ପ୍ରିନ୍ସସେସ ଭଳି ନଜର ଆସିଲେ । ଯାହାଫଳରେ ସଲମାନ ଜରିନଙ୍କୁ ନିଜ ଫିଲ୍ମରେ ଅଭିନେତ୍ରୀ ରୂପେ ନେଇଥିଲେ ।

Image courtesy: Google

ଜରିନ ବର୍ତ୍ତମାନ ପର୍ଯ୍ୟନ୍ତ ବିର, ହାଉସଫୁଲ୍ ୨, ଅକ୍ସର ୨ ଓ 1921 ଭଳି ଫିଲ୍ମରେ କାମ କରିଛନ୍ତି । ହିନ୍ଦୀ ଫିଲ୍ମ ଛଡା ସେ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।