18 ବର୍ଷ ବୟସରେ Bollywood ରେ ଡେବ୍ୟୁ କରିଥିଲେ, ଏବେ ଏହି ହିରୋଇନ କରାଇଲେ ନିଜର ହଟ ଫୋଟୋସୁଟ ତ ଭାଇରାଲ ହେଉଛି ଭିଡିଓ

ଅଭିନେତ୍ରୀ ଅମୈରା ଦସ୍ତୁର୍ ନିଜ ଅନ୍ଦାଜ ଓ ଅଭିନୟରେ ସୋସିଆଲ ମିଡିଆରେ ସବୁବେଳେ ଦର୍ଶକଙ୍କ ପ୍ରଶଂସା ସାଉଁଟୁ ଥାଆନ୍ତି । ପ୍ରାୟତଃ ନିଜ ଗ୍ଲାମରସ୍ ଫଟୋ ଗୁଡିକୁ ସେୟାର କରି ଅଭିନେତ୍ରୀ ଜଣଙ୍କ ଦର୍ଶକଙ୍କ ମନ ଜିତି ଥାଆନ୍ତି ।

ନିକଟରେ ଅମୈରା ଦସ୍ତୁର୍ ଏକ ଭିଡିଓ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ୍ ଧମାଲ୍ କରୁଛି । ତେବେ ଅମୈରା ଦସ୍ତୁର୍ ଙ୍କ ନୂଆ ଭିଡ଼ିଓରେ ଅଭିନେତ୍ରୀଙ୍କୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଛି । ତାଙ୍କ ପ୍ରଶଂସକ ମାନେ ଏହି ଭିଦୀକୁ ଖୁବ୍ ପସନ୍ଦ କରୁଛନ୍ତି । ଭିଡ଼ିଓରେ ଅଭିନେତ୍ରୀ ନୂଆ ନୂଆ ଅନ୍ଦାଜରେ ଫଟୋ ସୁଟ୍ କରୁଥିବାର ଦେଖିବାକୁ ମିଳୁଛି ।

କେତେବେଳେ ତାଙ୍କୁ ପାରମ୍ପରିକ ଏମ୍ବ୍ରୋଡେରୀ ଲେହେଙ୍ଗାରେ ଦେଖିବାକୁ ମିଳୁଛି ତ କେତେବେଳେ ଲାଲ୍ ରଙ୍ଗର ବଡିକନ୍ ଗାଉନ୍ ରେ ଦେଖିବାକୁ ମିଳୁଛି । ତାଙ୍କ ପ୍ରଶଂସକ ମାନେ ଏହି ଭିଡିଓ ର ପ୍ରଶଂସା କରି କରି ଥକି ଯାଉ ନାହାଁନ୍ତି । ଅମୈରା ଦସ୍ତୁର୍ ଙ୍କ ସୈାନ୍ଦର୍ଯ୍ୟର ଦିୱାନା ମାନେ ଏହି ଭିଡିଓ ଟି କୁ ଅଧିକ ମାତ୍ରାରେ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି ।

ପ୍ରଶଂସକ ମାନଙ୍କ ସହ ସେଲିବ୍ରିଟି ମାନେ ମଧ୍ୟ ମିଶି ତାଙ୍କ ଭିଡିଓରେ ଜମି କରି କମେଣ୍ଟ କରୁଛନ୍ତି । ଜଣାଇ ରଖୁଛୁ ଯେ, କିଛି ଦିନ ପୂର୍ବରୁ ଅଭିନେତ୍ରୀ ଅମୈରା ଦସ୍ତୁର୍ ଏକ ଡାନ୍ସ ଭିଡିଓ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ସେ ତାରିଫା ଗୀତ ରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଅମୈରା ଦସ୍ତୁର୍ ଙ୍କ ସେହି ଭିଡିଓ ସବୁ ବେଳ ପରି ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଥିଲା ଓ ଏହା ସହ ସେମାନେ ଭିଡ଼ିଓରେ ବହୁଳ ସଂଖ୍ୟାରେ ନିଜ ପ୍ରତିକ୍ରିୟା ଦେଉ ଥିବାର ଦେଖା ଯାଇଥିଲା ।

ଅମୈରା ଦସ୍ତୁର୍ ନିଜ ଡାନ୍ସ ଭିଡିଓ କୁ ଇନଷ୍ଟାଗ୍ରାମ୍ ରେ ସେୟାର କରିଥିଲେ । ଏହି ସମୟରେ ଅମୈରା ଏକ ସୁନ୍ଦର ଆକର୍ଷଣୀୟ ଲେହେଙ୍ଗା ପିନ୍ଧିଥିଲେ । ସେହି ଡ୍ରେସ୍ ପିନ୍ଧି ଅମୈରା ଖୁବ୍ ସୁନ୍ଦର, ଗ୍ଲାମରସ୍ ଓ ବୋଲ୍ଡ ଲୁକ୍ ରେ ନଜର ଆସିଥିଲେ । ଅଭିନେତ୍ରୀ ଅମୈରା ଦସ୍ତୁର୍ ଙ୍କ ସେହି ଭିଡିଓ କୁ ହଜାର ହଜାର ସଂଖ୍ୟାରେ ଲୋକ ଦେଖି ସାରିଲେଣି । ଅଭିନେତ୍ରୀଙ୍କୁ ଅଢେଇ ମିଲିୟନ ରୁ ମଧ୍ୟ ଅଧିକ ଲୋକ ଇନଷ୍ଟାଗ୍ରାମ୍ ରେ ଫଲୋ କରୁଛନ୍ତି ।

ଅଭିନେତ୍ରୀଙ୍କ କାର୍ଯ୍ୟ କଥା କହିଲେ, ସେ ନିକଟରେ ଅଭିନେତା ସୈଫ୍ ଅଲ୍ଲୀ ଖାଁ ଙ୍କ ୱେବ୍ ଶିରିଜ୍ ତାଣ୍ଡବ୍ ରେ ନଜର ଆସିଥିଲେ । ସେ ୨୦୧୩ ମସିହାରେ ଇସ୍କ୍ ଫିଲ୍ମ ମାଧ୍ୟମରେ ବଲିଉଡ଼ରେ ଡେବ୍ଯୁ କରିଥିଲେ । ଏହାପରେ ତାଙ୍କର ଅନେକ ଫିଲ୍ମ ରିଲିଜ୍ ହୋଇଥିଲା । ୨୦୧୭ ମସିହାରେ ଚୀନ ଓ ଭାରତର ସଂଯୋଗରେ ନିର୍ମିତ ଫିଲ୍ମ କୁଂ ପୁଂ ୟୋଗା ରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଫିଲ୍ମରେ ଜ୍ୟାକି ଚାନ୍ ଓ ସୋନୁ ସୁଦ୍ ମୁଖ୍ୟ ଭୂମିକାରେ ଥିଲେ । ତାମିଲ ଓ ତେଲୁଗୁ ରେ ମଧ୍ୟ ଅଭିନେତ୍ରୀ ଅମୈରା ଦସ୍ତୁର୍ ଅନେକ ଫିଲ୍ମ କରି ସାରିଛନ୍ତି ଓ ଆଗକୁ ମଧ୍ୟ କାର୍ଯ୍ୟ କରିବାର ଅଛି । ତାଙ୍କୁ ସୈଫ ଅଲ୍ଲୀ ଖାଁ ଙ୍କ ଆଗାମୀ ଫିଲ୍ମ କାଲା କାଣ୍ଡି ରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଖବର ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।