Vastu Shastra- ଘରେ ଏହି 5 ଫଟୋ ଭୂଲରେ ବି ଲଗାନ୍ତୁ ନାହିଁ, ଘରକୁ ଆସିଥାଏ ଭୟଙ୍କର ଦରିଦ୍ରତା

ଆମେ ଅନେକ ସମୟରେ ଘରେ ଭୁଲ୍ ଫଟୋ ଲଗାଇ ଦେଉ, ଯାହା ଫଳରେ ଘରେ କଳି ଝଗଡା, ଅଭାବ ଆଦି ଦେଖା ଦେଇ ଘର ବରବାଦ ହୋଇଯାଏ ।

ସେହି ଫଟୋ ଗୁଡ଼ିକୁ ସମୟ ଥାଉ ଥାଉ ଘରୁ ବାହାର ନ କଲେ ଘରର ସୁଖ ସମୃଦ୍ଧି ଓ ଶାନ୍ତି ନଷ୍ଟ ହୋଇଯାଏ । ବିଶ୍ବାସ କରାଯାଏ ସେହି ଫଟୋ ଗୁଡିକୁ ଘରେ ଲଗାଇବା ଦ୍ଵାରା ଆଜି ପର୍ଯ୍ୟନ୍ତ କାହାର ମଧ୍ୟ ଭଲ ହୋଇନାହିଁ । ତେବେ ଚାଲନ୍ତୁ ଜାଣିବା କେଉଁ ଫଟୋ ସବୁ ଘରେ ଲଗାଇବା ଉଚିତ୍ ନୁହେଁ ।

୧- ତାଜମହଲ ଫଟୋ – ପ୍ରେମର ପ୍ରତୀକ ତାଜମହଲ ନିଜ ମଧ୍ୟରେ ଅନେକ ଅନୁଭବକୁ ସାଇତି ରଖିଛି । ମାତ୍ର ଲୋକ ଭୁଲି ଯାଆନ୍ତି କି ଏହା ମୁମତାଜ୍ ଙ୍କ କବର ମଧ୍ୟ ଅଟେ । କୁହାଯାଏ କି ତାଜମହଲ ଫଟୋ କିମ୍ବା କୌଣସି ମୂର୍ତ୍ତି କାହାକୁ ମଧ୍ୟ ଉପହାର ଦେବା ଉଚିତ୍ ନୁହେଁ କି ଘରେ ମଧ୍ୟ ସଜାଇ ରଖିବା ଉଚିତ୍ ନୁହେଁ । ଏହାର ସିଧା ପ୍ରଭାବ ଜୀବନ ଉପରେ ପଡେ ଓ ମୃତ୍ୟୁ ବିପଦ ରହିଥାଏ ।

୨- ମହାଭାରତ ଯୁଦ୍ଧ ଫଟୋ

ଇତିହାସର ସବୁଠୁ ଭୟଙ୍କର ଯୁଦ୍ଧ ଗୁଡକୁ ମଧ୍ୟରୁ ଅନ୍ୟତମ ମହାଭାରତ ଯୁଦ୍ଧ । ମାନା ଯାଏ କି ଏହି ଯୁଦ୍ଧରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ ଓ ଅନେକ ଘର ଉଜୁଡ଼ି ଯାଇଥିଲା । କହାଯାଏ କି ମହାଭାରତ ଗ୍ରନ୍ଥ ଘରେ ରଖିବା ଉଚିତ୍ ନୁହେଁ । ଏହା ଯୋଗୁଁ ପରସ୍ପର ସମ୍ପର୍କରେ ଫାଟ ସୃଷ୍ଟି ହୁଏ ଓ ଘରେ ସମସ୍ତ ପ୍ରକାର କ୍ଳେଶ ବଢ଼ିଥାଏ । ସେହିପରି ଏହି ଯୁଦ୍ଧର ଫଟୋ ମଧ୍ୟ ଘରେ ଲଗାଇବା ଉଚିତ୍ ନୁହେଁ ।

୩- ଜଙ୍ଗଲି ଜୀବଜନ୍ତୁଙ୍କ ପ୍ରତିମୂର୍ତ୍ତି

ଜଙ୍ଗଲି ଜୀବଜନ୍ତୁଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋ ଘରେ ରଖିବା ଅଶୁଭ ବୋଲି କୁହାଯାଏ । ଏହା ଦ୍ବାରା ଘରେ ରହୁଥିବା ଲୋକଙ୍କ ସ୍ଵଭାବରେ ଖରାପ ପରିବର୍ତ୍ତନ ହୁଏ, କ୍ରୋଧ ଭାବ ଜାଗ୍ରତ ହୁଏ, ପେଟରେ ବଢ଼ୁଥିବା ସନ୍ତାନ ମଧ୍ୟ ବିଗିଡି ଯାଏ ଓ ଘରେ ଛୋଟ ଛୋଟ କଥାରେ ଝଗଡା ସୃଷ୍ଟି ହୁଏ । ମାତ୍ର ଆପଣ ଗାଈର ମୂର୍ତ୍ତି ଓ ହଂସ ଯୋଡା ଆଦି ଘରେ ରଖି ପାରିବେ । ଏହା ଅତ୍ୟନ୍ତ ଶୁଭ ଅଟେ ।

୪- ବୁଡି ଯାଉଥିବା ନୌକା/ଜାହାଜ

ବୁଡି ଯାଉଥିବା ନୌକା/ଜାହାଜର କୌଣସି ଫଟୋ ଘରେ ରଖିବା ନିଜ ଗୋଡ଼ରେ ନିଜେ କୁରାଢି ମାରିବା ସହ ସମାନ । ଏହା ଆପଣଙ୍କ ଭାଗ୍ୟକୁ ମଧ୍ୟ ବୁଡ଼ାଇ ଦେବ । ଏହିପରି ବସ୍ତୁକୁ ଭଗ୍ନ ସମ୍ପର୍କର ପ୍ରତୀକ ମାନାଯାଏ । ଏପରି ବସ୍ତୁକୁ ନିଜଠୁ ଦୂରେଇ ରଖନ୍ତୁ ।

୫- ନଟରାଜଙ୍କ ମୂର୍ତ୍ତି

ଏହି ମୂର୍ତ୍ତି ପ୍ରାୟତଃ ଶାସ୍ତ୍ରୀୟ ନୃତ୍ୟ କରୁଥିବା ଲୋକଙ୍କ ଘରେ ଅଧିକ ଦେଖିବାକୁ ମିଳେ । ଏହାକୁ ନୃତ୍ୟ ପ୍ରତିଯୋଗିତାରେ ଟ୍ରଫି ଭାବେ ମଧ୍ୟ ପ୍ରଦାନ କରାଯାଏ । ଏହି ମୂର୍ତ୍ତିରେ ଭଗବାନ ଶିବ ତାଣ୍ଡବ ନୃତ୍ୟ କରୁଥିବାର ଦେଖାଯାନ୍ତି । ଏହି ନୃତ୍ୟ ବିନାଶର ସଙ୍କେତ ଅଟେ । ଏହାକୁ ଘରେ ରଖିବା ଅତ୍ୟନ୍ତ ଅଶୁଭ ବୋଲି ବିଶ୍ୱାସ କରାଯାଏ । ଏଥିପ୍ରତି ସାବଧାନ ରୁହନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।