Maldives ରେ ଛୁଟି କାଟି ଫେରିଥିଲେ Hina Khan, ଏବେ ସାମ୍ନା କୁ ଆସିଲା ବଡ ଦୁଃଖଦ ଖବର

ଦେଶରେ କୋଭିଡ ପରିସ୍ଥିତି ବଢିବାରେ ଲାଗିଛି ସବୁ ଆଡେ ଏହି ମହାମାରୀ ବ୍ୟାପୁଛି । ନିଜର ପର ମିତ୍ର ଶତ୍ରୁ କିଛି ନାହିଁ । ଏହା ଧନୀ ଗରିବ ମଧ୍ୟ ତଫାତ କାରିନି । ତେବେ ଏହି ମହାମାରୀ ରୁ ବଲିଉଡ ତାରକା ମାନେ ବି ବାଦ ଯାଇ ନାହାନ୍ତି । ୨୦୨୦ରେ  ଅଧିକ ଜୀବନ ନେଇଥିଲା ଏହି ମହାମାରୀ ତେବେ ଏବେ ଆଉ କେତେ ଜୀବନ ନେବ ତାହା ଅଜଣା । ସବୁଙ୍କ ମନରେ ଏବେ ଏହି ଗୋଟେ ଭୟ ସେ ହେଉଛି କୋରୋନା । ଏବେ ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟରେ କହିଆକୁ ଯାଉଛୁ ସେ ହେଉଛନ୍ତି ଆପଣ ମାନଙ୍କର ଅତି ପରିଚିତ ହୀନା ଖାନ ।

ଯାହାଙ୍କୁ ଆମେ ସିରିୟଲ ରେ ଅଭିନୟ କରିବାର ଦେଖିଥିଲୁ । ତେବେ ଆସନ୍ତୁ ଜାଣିବା କଣ ହୋଇଛି ହୀନାଙ୍କ ସହ । ହୀନା ଖାନ କିଛି ଦିନ ତଳେ ମାଲଦୀପ ରୁ  ନିଜର ବୋଲ୍ଡ ଫଟୋ ପଠାଇ ଥିବାର ଆପଣ ଦେଖି ଥିବେ। କିଛି ଦିନ ତଳେ ତାଙ୍କର ପିତାଙ୍କର ଦେ-ହା-ନ୍ତ ହୋଇ ଥିଲା ଏହା ପାଇଁ ସେ ଅନେକ ଦୁଃଖରେ ଥିଲେ ।

ଏହା ପରେ  କୋଭିଡ -19 ପଜିଟିଭ୍ ପରୀକ୍ଷା କରିବା ପରେ ବର୍ତ୍ତମାନ କ୍ୱାଣ୍ଟିନରେ ଥିବା ଅଭିନେତ୍ରି ହିନା ଖାନ ଇନଷ୍ଟାଗ୍ରାମକୁ ଯାଇ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ଯେ ସେ ନିଜ ମା’ଙ୍କୁ ସାନ୍ତ୍ୱନା ଦେବାରେ ଅସମର୍ଥ ଥିବାରୁ ସେ କିପରି ଅସହାୟ ଅନୁଭବ କରୁଛନ୍ତି। କିଛି ଦିନ ପୂର୍ବରୁ ହୃଦଘାତରେ ହିନାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା।


ହିନା ଇନଷ୍ଟାଗ୍ରାମରେ ତାଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି ଯେଉଁଥିରେ କ୍ୟାପସନ୍ ଲେଖାଥିଲା,  ସେ ଜଣେ ଅସହାୟ ଝିଅ ବର୍ତମାନ। ଯେତେବେଳେ ସେ ତାଙ୍କ ପିତାଙ୍କୁ ଅଧିକ ଆବଶ୍ୟକ କରନ୍ତି, ତାଙ୍କୁ ସାନ୍ତ୍ୱନା ଦେବା ପାଇଁ କିଏ ବି ନଥାନ୍ତି । ତାଙ୍କ ମା ସହିତ ରହିପାରିବେ  ନାହିଁ  ଏହି ସମୟରେ ସେ | ପ୍ରିୟ ଲୋକଙ୍କ ସମୟ କଠିନ, ବହୁତ କଠିନ, କେବଳ ଆମ ପାଇଁ ନୁହେଁ, ଆଖପାଖର ସମସ୍ତଙ୍କ ପାଇଁ |

କିନ୍ତୁ ଏକ ପ୍ରବାଦ ଅଛି, କଠିନ ସମୟ ଶେଷ ହୁଏ ନାହିଁ, କଠିନ ଲୋକ  ଏହା କୁ ଅଧିକ କଠିନ କରନ୍ତି । ସେ  ତାଙ୍କ ବାବାଙ୍କ ଶକ୍ତିଶାଳୀ ଝିଅ ହେବେ ବୋଲି ଉଲ୍ଲେଖ କରି ତାଙ୍କ ପୋଷ୍ଟ ଶେଷ କରିଥିଲେ। ସେ ତାଙ୍କ ପ୍ରଶଂସକମାନଙ୍କୁ ପ୍ରାର୍ଥନା ପଠାଇବାକୁ କହିଥିଲେ ଏହି ବିପଦ ସମୟ ପାଇଁ । ହୀନା ଖାନ ଏହି ସମୟରେ ନିଜର ଫ୍ୟାନସ ମାନଙ୍କୁ ନିଜର ହିତାକାଙ୍ଖି ବୋଲି କହି ଛନ୍ତି । ଏହି ସମୟରେ ହୀନା ଖାନ ଅଧିକ ଦୁଃଖ ଅନୁଭବ କରୁଛନ୍ତି ।

ହୀନା ନିଜ ସହ କାମ କରୁଥିବା ଓ ନିଜ ଆଖ ପାଖରେ ଥିବା ଲୋକଙ୍କୁ ନିଜର ଟେଷ୍ଟ ରିପୋର୍ଟ ବିଷୟରେ କହିକି ସେମାନେ ବି ନିଜର କୋଭିଡ ପରୀକ୍ଷା କରେଇ ନେବା ପାଇଁ ପରାମର୍ଶ ଦେଇଛନ୍ତି । ହୀନାଙ୍କୁ ମିଳିଥିବା କାମ ଏଭି କିଛି ସମୟ ପାଇଁ ବନ୍ଦ ରହିବ । ସେ ନିଜର ଘରେ କ୍ୟାରେନଣ୍ଟାଇନ ରୁ ବାହାରିବା ପରେ କାମ ଆରମ୍ଭ କରିବେ । ସେ ନିଜର ସାବଧାନୀ ର ସହ ଏହି ଯୁଧ୍ୟରେ ଜିତିବେ । ତେବେ ଆମେ ବି ତାଙ୍କ ପାଇଁ ପ୍ରାଥନା କରିବା ।