ଭାଉଜ ଐଶ୍ଵର୍ୟାଙ୍କର ଏହି ଅଭ୍ୟାସ ପାଇଁ ଚିଡିଥାନ୍ତି ଶ୍ଵେତା ବଚନ ନନ୍ଦା, କହିଲେ ମତେ ରାଗ ଆସିଥାଏ, ଯେତବେଳେ ସେ…

ବଲିଉଡ ଦୁନିଆରେ ବଚନ ପରିବାରର ନାମ ବହୁତ ଉଚ୍ଚରେ ଅଛି । ଯଦି ଆମେ ବଲିଉଡ ବିଷୟରେ କଥା ହେବା କିନ୍ତୁ ବଚନ ପରିବାରର ନାମ ନେବା ନାହିଁ ତାହେଲେ କିଛା ଅଧା ଥିଲା ଭଳି ଲାଗିଥାଏ । ବଚନ ପରିବାରର ସବୁ ସଦସ୍ୟ ଏକାଠି ମିଶି କରି ଥାନ୍ତି । ଏହା ତାଙ୍କର ସବୁଠାରୁ ବଡ ଭଲ ଗୁଣ ଅଟେ । ଅମିତାଭ ବଚନ ବଲିଉଡ ଜଗତର ଜଣେ ମହାନାୟକ ଅଟନ୍ତି ଏବଂ ତାଙ୍କ ବୋହୁ ଐସ୍ଵର୍ଯା ବିଶ୍ଵ ସୁନ୍ଦରୀ ଅଟନ୍ତି ।

ବଚନ ପରିବାର ସବୁ ସମୟରେ କୌଣସି ନା କୌଣସି କଥା ପାଇଁ ଚର୍ଚାରେ ରହିଥାନ୍ତି । ସେମାନଙ୍କର ଛୋଟ ଛୋଟ କଥା ବି ହେଡଲାଇନ ହୋଇଯାଇ ଥାଏ । ବଚନ ପରିବାରରେ ବହୁତ କଳାକାର ଅଛନ୍ତି କିନ୍ତୁ ବଚନ ପରିବାର ଏକମାତ୍ର ଝିଅ ବଲିଉଡ ଜଗତରେ ପାଦ ଦେଇ ନାହାଁନ୍ତି । କାରଣ ସେ ଚାହୁଁନଥିଲେ ତାଙ୍କ କ୍ୟାରିୟରକୁ ବଲିଉଡରେ ତିଆରି କରିବା ପାଇଁ ।

ପରିବାର ସହିତ ସବୁବେଳେ ଥାଆନ୍ତି ଶ୍ଵେତା ବଚନ ନନ୍ଦା

ଶ୍ଵେତା ବଲିଉଡ ଜଗତରେ ନଥିଲେ ମଧ୍ୟ ସେ ତାଙ୍କ ପରିବାର ସହିତ ସବୁବେଳେ ଦେଖିବାକୁ ମିଳିଥାନ୍ତି । ଶ୍ଵେତା ଆୱାର୍ଡ ଫଙ୍କସନରେ ମଧ୍ୟ ତାଙ୍କ ପରିବାର ସହିତ ଯାଇଥାନ୍ତି । ଏହି ସମୟରେ ଶ୍ଵେତା ଏକ ଚାଟ ସୋ ରେ ତାଙ୍କ ଭାଉଜଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଶ୍ଵେତା ଙ୍କ ଭାଉଜ ଅର୍ଥାତ ଐସ୍ଵର୍ଯା ରାୟଙ୍କୁ ସାରା ଦୁନିଆ ଜାଣିଛି କିନ୍ତୁ ଶ୍ଵେତାଙ୍କୁ ତାଙ୍କର ଏକ କଥା ବହୁତ ଖରାପ ଲାଗିଥାଏ ଯେଉଁ କାରଣରୁ ସେ ଆଜି ବି ରାଗିଛନ୍ତି ।

ଐସ୍ଵର୍ଯା ଙ୍କର ଏହି କଥାରେ ଚିଡିଥାନ୍ତି ଶ୍ଵେତା ବଚନ ନନ୍ଦା

ଚ୍ୟାଟ ସୋ ରେ ଯେତେବେଳେ ଶ୍ଵେତାଙ୍କୁ ଐସ୍ଵର୍ଯା ଙ୍କ ବିଷୟରେ ପଚରାଗଲା ସେ କହିଲେ ତାଙ୍କର ସବୁ କଥା ମତେ ଭଲ ଲାଗିଥାଏ କିନ୍ତୁ ଗୋଟିଏ ଅଭ୍ୟାସ ତାଙ୍କର ବହୁତ ଖରାପ ଲାଗିଥାଏ । ଶ୍ଵେତା କହିଲେ କି ଐସ୍ଵର୍ଯା କେବେ କେବେ ଫୋନ ଏବଂ ମେସେଜ ର ଉତ୍ତର ଦିଅନ୍ତି ନାହିଁ ଯେଉଁଥି ପାଇଁ ମତେ ତାଙ୍କ ଉପରେ ବହୁତ ରାଗ ଆସିଥାଏ । ଶ୍ଵେତା କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ବି ମୁଁ ଜାଣିପାରୁ ନାହିଁ କି ସେ କଣ ପାଇଁ ଫୋନ କି ମେସେଜ ର ଉତ୍ତର ଦିଅନ୍ତି ନାହିଁ, କିନ୍ତୁ ତାଙ୍କ ଭିତରେ ଥିଲା ଅଧିକ ଆତ୍ମବିଶ୍ଵାସ ମତେ ବହୁତ ଭଲ ଲାଗିଥାଏ ।

ଅଭିଷେକ ବଚନ ବି କଲେ ଖୁଲାସା

ଶ୍ଵେତା ବଚନଙ୍କ ସହିତ ଅଭିଷେକ ବଚନ ମଧ୍ୟ ସେହି ସୋ କୁ ଯାଇଥିଲେ ଏବଂ ସେ କହିଲେ କି ଜଣେ ଅଭିନେତା ପାଇଁ ସବୁଠାରୁ ଖରାପ କଥା ଏହା ହୋଇଥାଏ କି ତାଙ୍କ ଜାଗାରେ ଷ୍ଟେଜ ଉପରେ ଅଭିନେତାଙ୍କୁ ବଦଳାଇବା ଏବଂ ମୋ ସହିତ ମଧ୍ୟ ଏହା ହୋଇଥାଏ, କାରଣ ମତେ ସାଇଡ ରୋଲ ଦିଆଯାଇ ଥାଏ ଯାହା କି ବହୁତ ଖରାପ ଲାଗିଥାଏ । ଅଭିଷେକ କହିଛନ୍ତି କି ଇଂଡ୍ରଷ୍ଟ୍ରି ଲୋକ ଖରାପ ଅଟନ୍ତି ।