ଖାଲି ଟଙ୍କାରେ ନୁହେଁ ସଂସ୍କାର ରେ ମଧ୍ୟ ବହୁତ ଧନୀ ଅମ୍ବାନୀ ପରିବାର, ଫୋଟୋସବୁ ଦେଖିଲା ପରେ ବିଶ୍ଵାସ ହେଇଯିବ

ଉଦୟପୁରର ଓବୋରୋଏ ବିଲାସରେ ଇଶା ଅମ୍ବାନୀ ଏବଂ ଆନନ୍ଦ ପରିମଲଙ୍କର ବାହାଘର ଆରମ୍ଭ ହୋଇଯାଇଛି । ଦେଶ ବିଦେଶରୁ ବଡ ବଡ ସେଲେବ୍ରିଟୀ ଏଠି ପହଞ୍ଚି ସାରି ଛନ୍ତି । ଆମେରିକାର ଗାୟକ ବେୟୋନ୍ସେ ଏବଂ ବହୁତ ବଡ ବଡ ଷ୍ଟାର ମାନେ ଏଥିରେ ସାମିଲ ହୋଇଛନ୍ତି । ଅମ୍ବାନୀ ପରିବାର ଆମ ଦେଶର ସବୁଠୁ ଧନୀ ପରିବାର ଅଟନ୍ତି ।

କିନ୍ତୁ କେବଳ ଟଙ୍କାରେ ନୁହେଁ ସଂସ୍କାର ରେ ବି ସେମାନେ ଧନୀ ଅଟନ୍ତି । ଅମ୍ବାନୀଙ୍କ ପରିବାର ବହୁତ ଧାର୍ମିକ ଚିନ୍ତାଧାରାର ଅଟନ୍ତି । ସେମାନେ ଗରିବ ଏବଂ ବେସାହାରା ଲୋକମାନଙ୍କର ସେବା ପାଇଁ ବହୁତ କିଛି କରନ୍ତି ।

ଉଦୟପୁର ରେ ପିଛୋଲା ପୋଖରୀ ନିକଟରେ ସ୍ଥିତ ଉଦୟ ବିଳାସରେ ପ୍ରୀ-ୱେଡିଂଗ ସେରେମନୀ ଦୁଇ ଦିନ ପର୍ଯ୍ଯନ୍ତ ଚାଲିଲା । ଏହା ପରେ ମାହାରତି ଘାଟ ତିଆରି କରାଯାଇଛି । ଶ୍ରୀନାଥଜୀଙ୍କର ୩୫ ଫୁଟର ଉଞ୍ଚା ମୂର୍ତି ସ୍ଥାପିତ କରାଯାଇଛି । ଏହି ମୂର୍ତି ସାମନାରେ ନିତା ଅମ୍ବାନୀ ନାଚି ଥିଲେ । ମହାଆରତି ପରେ ସମାରୋହ ଆରମ୍ଭ ହୋଇଥିଲା ।

ହୋଟେଲ ଓବେରାୟ ଉଦୟ ବିଲାସରେ ସନ୍ଧ୍ୟା କାର୍ଯ୍ୟକ୍ରମରେ ଆରମ୍ଭ କରି ନିତା ଆମ୍ବାନୀ ଶ୍ରୀନାଥଜିଙ୍କର ପ୍ରତିମା ସାମନାକୁ ଆସିଲେ, ଯେଉଁଠି ଆଠ ଆଠ ଜଣ ସିତାରବାଦକ ଏବଂ ତବଲା ନଫିସ ଥିଲେ । ଶଙ୍ଖ ଏବଂ ମୃଦଳ ବି ବାଜିଲା । ନାଚୁଥିବା ନୁର୍ତ୍ୟଶିଳ୍ପୀଙ୍କ ମଧ୍ୟରେ ନିତା ବି ନାଚିଲେ ।

ଏହ ମଧ୍ୟରେ ନିତା କହିଲେ କି – “ଲେଟ୍ସ ଜ୍ୱାଇନ ଟୁଗେଦର ଫର ମହାଆରତୀ, ଆଈ ୱେଲକମ ଯୂ ଲ” ଘୋଷଣା କରିବା ପରେ ଅତିଥି ମାନଙ୍କୁ ଆରତିର ଥାଳି ଦିଆଗଲା । ସମସ୍ତେ ଶ୍ରୀନାଥଜୀଙ୍କର ଆରତୀ କରିଲେ । ଏହା ପରେ ସମସ୍ତେ ଜୟ ଜଗଦୀଶ ଗାନ କରିଲେ ।

ଏହା ପରେ ବାହାଘରର ଯଶନ ଆରମ୍ଭ ହେଇଥିଲା । ଆପଣଙ୍କୁ କହିଦେଉଛୁ ଯେ ଏହି ବାହାଘର ପାଇଁ ଦେଶ ବିଦେଶ ରୁ ବହୁତ ଅଥିତିଗଣ ଆସିଛନ୍ତି । ଏଠି ପ୍ରିୟଙ୍କା ଚୋପଡା ବି ନିଜର ସ୍ଵାମୀ ଜୋନସ ସହିତ ପହଞ୍ଚି ଥିଲେ । ଅଭିଷେକ ବଚ୍ଚନ ପତ୍ନୀ ଐଶ୍ୱର୍ୟା ରାୟ ବଚ୍ଚନ ଏବଂ ମା ଜୟା ବଚ୍ଛନଙ୍କ ସହ ଆସିଥିଲେ । ୨୪ ଘଣ୍ଟାରେ ଏଠି ୧୫୦ ଚାର୍ଟର ବିମାନ ଓଲ୍ହାଇ ଥିଲେ ।

ୟୁପିର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ୟାଦବ ଏବଂ ତାଙ୍କ ପତ୍ନୀ ପୂର୍ବ ସାଂସଦ ଡିଂପଲ ୟାଦବ ଯେତେବେଳ ଏୟାରପୋଟ ରେ ପହଞ୍ଚିଲେ । ଉଦୟପୁର ଏୟାରପୋଟରେ ପ୍ରଥମ ଥର ବିଦେଶରୁ ସିଧା ଫ୍ଲାଇଟ ଆସୁଛି । ଏହି ବାହାଘରରେ ସାମିଲ ହେବାପାଇଁ ହିଲେରୀ କ୍ଲିଂଟନ ବି ପହଞ୍ଚିଥିଲେ ।

କହିଦେଉଛୁ ଯେ ହିଲେରୀ କ୍ଲିଂଟନ ପୂର୍ବ ଆମେରିକାର ବିଦେଶ ମନ୍ତ୍ରୀ ଏବଂ ଆମେରିକାର ପୂର୍ବ ପ୍ରଧାନମନ୍ତ୍ରୀ ବିଲ କ୍ଲିଂଟନଙ୍କର ପତ୍ନୀ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।