ମାତ୍ର 29 ବର୍ଷ ବୟସରେ ମୃତ୍ୟୁ ଠାରୁ ହାରି ଯାଇଥିଲେ ସୋ ରେ Neha Kakkar ଙ୍କୁ ହରାଇଥିବା ଏହି ସିଙ୍ଗର, ପୁରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ

ଟିଭିର ଲୋକପ୍ରିୟ ଶିଙ୍ଗିଙ୍ଗ ଶୋ ମାନଙ୍କ ମାଧୟରୁ ‘ଇଣ୍ଡିଆନ ଆଇଡଲ’ ର ସ୍ଥାନ ସବୁଠୁ ଶୀର୍ଷରେ । ବର୍ତ୍ତମାନ ଶୋ ର ୧୨ତମ ସିଜିନ ଖୁବ ଭଲ ଚାଲିଛି ଓ ଫାଇନାଲ ମଧ୍ୟ ଖୁବ ନିକଟରେ । ଶୋ ରେ ଏବେ ଅରୁଣିତା କାଞ୍ଜିଲାଲ, ପବନଦୀପ ରାଜନ, ନିହାଲ ତୋରୋ, ସାୟଲି କାମ୍ବଲେ, ସଂମୁଖପ୍ରିୟା ଓ ମହମ୍ମଦ ଦାନିଶ ଆଦି ୬ ଜଣ ପ୍ରତିଯୋଗୀ ଅଛନ୍ତି ।

ଏହି ସପ୍ତାହରେ ଜଣେ ପ୍ରତିଯୋଗୀ ବାହାର ହୋଇଯିବେ ଓ ୧୫ ଅଗଷ୍ଟରେ ଏହି ଶୋ ର ଗ୍ରାଣ୍ଡ ଫିନାଲେ ପ୍ରସାରିତ ହେବ । ନିଜର ପ୍ରତ୍ଯେକଟି ସିଜିନରେ ଇଣ୍ଡିଆନ ଆଇଡଲ ଖୁବ ଚର୍ଚ୍ଚାରେ ରହି ଆସିଛି । ନିଜ ୧୨ଟି ଯାକ ସିଜିନର ଇତିହାସରେ ଏକଠୁ ବଳି ଆରେକ ଗାୟକ ଏଥିରେ ସାମିଲ ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ଇଣ୍ଡିଆନ ଆଇଡଲ ସିଜିନ-୨ ରେ ବିଜେତା ହୋଇଥିବା ସନ୍ଦୀପ ଆଚାର୍ଯ୍ୟଙ୍କ କଥା କହିବାକୁ ଯାଉଛୁ । ଦୁର୍ଭାଗ୍ୟବଶତଃ ସେ ଆମ ମଧ୍ୟରେ ଆଜି ନାହାନ୍ତି ।

୨୦୧୩ ମସିହାରେ ମାତ୍ର ୨୯ ବର୍ଷ ବୟସରେ ସନ୍ଦୀପ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଥିଲେ । ସନ୍ଦୀପ ଆଚାର୍ଯ୍ୟ ରାଜସ୍ଥାନର ବିକାନେରର ବାସିନ୍ଦା ଥିଲେ । ଇଣ୍ଡିଆନ ଆଇଡଲ ତାଙ୍କୁ ସାରା ଦେଶରେ ପରିଚିତ କରାଇ ଦେଇଥିଲା । ସବୁଠୁ ଖାସ ହେଉଛି ହିନ୍ଦୀ ସିନେମାର ପ୍ରସିଦ୍ଧ ଗାୟିକା ନେହା କକ୍କଡଙ୍କୁ ମାତ ଦେଇ ସନ୍ଦେପ ଇଣ୍ଡିଆନ ଆଇଡଲ ଟାଇଟଲ ନିଜ ନାମରେ କରିଥିଲେ । ୨୦୦୬ରେ ଇଣ୍ଡିଆନ ଆଇଡଲର ଦ୍ଵିତୀୟ ସିଜିନ ଆସିଥିଲା ଓ ଏଥିରେ ନେହା କକ୍କଡ ଜଣେ ପ୍ରତିଯୋଗୀ ଭାବେ ଏଥିରେ ଯୋଗ ଦେଇଥିଲେ ।

କିନ୍ତୁ ଫାଇନାଲରେ ବାହାର ହୋଇ ଯାଇଥିଲେ । ସନ୍ଦୀପ ଆଚାର୍ଯ୍ୟ ନିଜ ଦମଦାର ପ୍ରଦର୍ଶନ ଓ ସୁନ୍ଦର ସ୍ଵରରେ ସମସ୍ତଙ୍କ ହୃଦୟ ଜିତ୍ୟ ନେଇଥିଲେ । ତାଙ୍କ ସ୍ଵରରେ ଜାଦୁ ଥିଲା, ଯାହା ଦ୍ଵାରା ସେ ଜଜେସଙ୍କ ହୃଦୟ ଜିଣି ନେଉଥିଲେ । ସେଥିପାଇଁ ତାଙ୍କୁ ଇଣ୍ଡିଆନ ଆଇଡଲ ସିଜିନ-୨ ର ବିଜେତା ଘୋଷିତ କରାଯାଇ ଥିଲା । ମାତ୍ର ୨୨ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରିଥିଲେ । ସୋନୁ ନିଗମ, ଫାରା ଖାନ, ଅନୁ ମଲ୍ଲିକ ଓ କାଜଲ ସମ୍ମିଳିତ ଭାବେ ତାଙ୍କୁ ଏହି ଟ୍ରଫି ସମର୍ପିତ କରିଥିଲେ ।

ଏହାପରେ ସନ୍ଦୀପ ଭାରତ ସହିତ ଇଂଲଣ୍ଡ, ଆମେରିକା, ଦୁବାଇ, ଆଫ୍ରିକା, ଇଣ୍ଡୋନେସିଆ ଓ ନେପାଳ ପରି ଦେଶରେ ଶୋ କରୁଥିଲେ । ଗୋଟିଏ ଶୋ ପାଇଁ ସେ ଅଢେଇ ଲକ୍ଷରୁ ତିନି ଲକ୍ଷ ଟଙ୍କା ନେଉଥିଲେ ଓ ଏହିପରି ପ୍ରାୟ ୬୦ ରୁ ୬୫ଟି ଶୋ କରି ସାରିଥିଲେ । ହେଲେ ମାତ୍ର ୨୯ ବର୍ଷ ବୟସରେ ଜଣ୍ଡିସ ବା ପିଲିଆ ଯୋଗୁଁ ସେ ଦୁନିଆକୁ ଅଲବିଦା କହି ଦେଇଥିଲେ । ପିଲିଆ ହେବ ପରେ ସନ୍ଦୀପ ୧୫ ଦିନ ପର୍ଯ୍ୟନ୍ତ ରୋଗ ସହ ଲଢେଇ କରିଥିଲେ କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରି ନ ଥିଲା ।

ଗୁରୁଗ୍ରାମରେ ଏକ ହସ୍ପିଟାଲରେ ଚ୍ଜିକିତ୍ସିତ ଅବସ୍ଥାରେ ସେ ୧୫ ଡିସେମ୍ବର ୨୦୧୩ରେ ଶେଷ ନିଃଶ୍ଵାସ ନେଇଥିଲେ । ୨୦୧୨ ମସିହାରେ ସନ୍ଦୀପ ନମ୍ରତାଙ୍କୁ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଝିଅ ମଧ୍ୟ ହୋଇଥିଲା । ଝିଅ ଜନ୍ମ ହେବାର ମାତ୍ର ୨୦ ଦିନ ପରେ ହିଁ ସନ୍ଦୀପଙ୍କ ନି-ଧ-ନ ହୋଇଯାଇ ଥିଲା । ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ପୋଷ୍ଟରେ କମେଣ୍ଟ କରି ଆମକୁ ଜଣାନ୍ତୁ କି ଏଥର ଇଣ୍ଡିଆନ ଆଇଡଲ ସିଜିନ-୧୨ ରେ ଆପଣ କାହାକୁ ସମର୍ଥନ କରନ୍ତି ।