19 ବର୍ଷର ଝିଅ 67 ବର୍ଷ ର ବୁଢାକୁ ଦେଇ ବସିଲା ହୃଦୟ, ଘରୁ ଫେରାର ହେଇ କଲା ଲଭ ମ୍ୟାରେଜ, ଏବେ ମାଗୁଛି ପୋଲିସ ସୁରକ୍ଷା, ପଢନ୍ତୁ ପୁରା ଘଟଣା

ପୁଅ ଓ ଝିଅଙ୍କ ବୟସରେ ଅନେକ ପାର୍ଥକ୍ଯ ଥାଇ ମଧ୍ୟ ବିବାହ କଥା ଆପଣ ଅନେକ ଥର ଶୁଣିଥିବେ । ସାଧାରଣତଃ ଏହି ପ୍ରେମୀମାନଙ୍କ ମଧ୍ୟରେ ବୟସର ଅନ୍ତରା ୧୦ ରୁ ୨୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଅନୋଖା ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଦୁଇ ପ୍ରେମୀଙ୍କ ମଧ୍ୟରେ ୪୮ ବର୍ଷର ଅନ୍ତର ରହିଛି । ଯୁବତୀଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ବୃଦ୍ଧଏନକେ ବୟସ ୬୭ ବର୍ଷ ଅଟେ । କେବଳ ଏତିକି ନୁହେଁ ଏହି ବୃଦ୍ଧ ବ୍ୟକ୍ତିଙ୍କର ୭ଟି ପିଲାଛୁଆ ମଧ୍ୟ ଅଛନ୍ତି । ଏହା ସତ୍ତ୍ୱେ ମଧ୍ୟ ଏହି ୧୯ ବର୍ଷୀୟ ଯୁବତୀ ଏବଂ ୬୭ ବର୍ଷର ବୃଦ୍ଧାଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା ।

ଏପରିକି ସେମାନେ ପ୍ରେମ ବିବାହ ମଧ୍ୟ କରି ନେଇଛନ୍ତି । କିନ୍ତୁ ଏହି ବିବାହରେ ସେମାନଙ୍କ ଘରଲୋକ ବିଲକୁଲ ମଧ୍ୟ ଖୁସି ନାହାନ୍ତି । ତେବେ ଏହା ମଧ୍ୟରେ ଏହି ଅନୋଖା ପ୍ରେମୀ ଯୁଗଳ କୋର୍ଟ ପହଞ୍ଚିଛନ୍ତି । ପଞ୍ଜାବ ଏବଂ ହରିୟଣା କୋର୍ଟରେ ସେମାନେ ଗୁହାରି କରିଛନ୍ତି କି ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ।

ସେମାନଙ୍କ ପରିବାର ଲୋକ ଏହି ବିବାହରେ ଖୁସି ନ ଥିବାରୁ ସେମାନଙ୍କୁ ମା-ରି-ବା-କୁ ଚାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ବୋଲି ସେମାନେ ମାଗିଛନ୍ତି । ଏହି ଅନୋଖା ଯୋଡିଙ୍କ ମଧ୍ୟରେ ୬୭ ବର୍ଷର ବୃଦ୍ଧ ପଲବଲ ଜିଲ୍ଲାର ହଥିନ ଇଲାକାର ହଞ୍ଚପୁରୀ ରମର ବାସିନ୍ଦା ଅଟନ୍ତି । ଆଉ ଯୁବତୀ ଜଣକ ନୁହଁ ଜିଲ୍ଲାର ଗୋଟିଏ ଗ୍ରାମର ବୋଲି କୁହାଯାଉଛି ।

ଏମାନଙ୍କ ଯୋଡି ଦେଖି ସମସ୍ତେ ହଇରାଣ ହୋଇ ଯାଉଛନ୍ତି । ବୃଦ୍ଧ ଜଣକ ନିଜ ନାତୁଣୀ ବୟସର ଝିଅକୁ କାହିଁକି ବିବାହ କଲେ ବୋଲି କେହି ବୁଝି ପାରୁ ନାହାନ୍ତି । ସେହିପରି ୧୯ ବର୍ଷର ଏତେ ସୁନ୍ଦରୀ ଯୁବତୀ ୬୭ ବର୍ଷର ଜଣେ ବୃଦ୍ଧାଙ୍କୁ କେମିତି ପଟିଗଲେ ବୋଲି ସମସ୍ତେ ଭାବୁଛନ୍ତି । ସୂଚନାରୁ ଜାଣିବାକୁ ମିଳିଛି ଏହି ୧୯ ବର୍ଷୀୟ ଯୁବତୀ ପ୍ରଥମରୁ ବିବାହିତା ଥିଲେ । କିନ୍ତୁ ତାଙ୍କର କୌଣସି ସନ୍ତାନ ନାହାନ୍ତି । ତାଙ୍କ ପ୍ରଥମ ସ୍ବାମୀଙ୍କ ଗ୍ରାମରେ ଜମି କୁ ନେଇ ତାଙ୍କର ଅନେକ ବିବାଦ ଚାଲିଛି ।

ଏଥିପାଇଁ ୬୭ ବର୍ଷର ଏହି ବୃଦ୍ଧ ତାଙ୍କ ଘରକୁ ସବୁବେଳେ ଯିବା ଆସିବା କରୁଥିଲେ । ସେହିଠାରେ ହିଁ ଦୁହିଁଙ୍କ ଦେଖା ସାକ୍ଷାତ ହୋଇଥିଲା ଓ ଏହା କ୍ରମେ ପ୍ରେମରେ ପରିଣତ ହୋଇ ଯାଇଥିଲା । ଏହାପରେ ଏମାନେ ଦୁହେଁ ଘରୁ ଫେରାର ହୋଇ ବିବାହ କରି ନେଇଥିଲେ । ବୃଦ୍ଧଙ୍କ ପତ୍ନୀ କିଛି ବର୍ଷ ପୂର୍ବରୁ ହିଁ ପ୍ରା-ଣ-ତ୍ୟା-ଗ କରି ଦେଇଥିଲେ । ତେବେ ବର୍ତ୍ତମାନ ଏହି ବିବାହ ପରେ ଦୁହେଁ ଭୟରେ ଅଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ତାଙ୍କ ଘରଲୋକ ଏହି ବିବାହରେ ଖୁସି ନାହାନ୍ତି ଓ ତାଙ୍କୁ ମା-ରି-ଦେ-ବା-କୁ ଚାହାନ୍ତି ।

ସେଥିପାଇଁ ସେମାନେ ପଞ୍ଜାବ ଏବଂ ହରିୟଣା ହାଇକୋର୍ଟର କବାଟ ଠ-କ ଠ-କ କରିଛନ୍ତି ଓ ନିଜ ପାଇଁ ସୁରକ୍ଷା ମାଗିଛନ୍ତି । ଆଗକୁ ସେମାନଙ୍କ ଏହି ଅର୍ଜି ଉପରେ କୋ-ର୍ଟ-ରେ ଶୁଣାଣୀ ଅଛି । ସେଠାକାର ଡ଼ିଏସପି ଙ୍କ ମତରେ ବର୍ତ୍ତମାନ ପାଇଁ ପୋଲିସ ଏହି ମାମଲାର ଯାଞ୍ଚ କରି ଏହି ଯୋଡିଙ୍କୁ ସୁରକ୍ଷା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛି ।

ଏମାନେ ଦୁହେଁ କେଉଁ ପରିସ୍ଥିତରେ ବିବାହ କରିଛନ୍ତି ଏହାର ଯାଞ୍ଚ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛି । ଏହି ବିବାହକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲୟକ କରନ୍ତୁ ।