bollywood ର ୭ ହିରୋଇନ ଯିଏ ବହୁତ ସୁନ୍ଦର ଅନ୍ଦାଜରେ ଦେଖାଇଲେ ନିଜର ବେବି ବମ୍ପ

ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ନିଜର ଗର୍ଭବତୀର ଖବରକୁ ବହୁତ ସୁନ୍ଦର ଅନ୍ଦାଜରେ ନିଜ ପରିବାର ଓ ଫ୍ୟାନମାନଙ୍କ ସହ ଶେୟାର କରନ୍ତି । ଆପଣମାନେ ଜାଣିଥିବେ କି କିଛି ଦିନ ପୂର୍ବରୁ ହିଁ କରିନା କପୁର ଖାନ ଓ ଅନୁଷ୍କା ଶର୍ମା ନିଜ ସ୍ଵାମୀଙ୍କ ସହ ସୋସିଆଲ ମିଡିଆରେ ନିଜର ବେବି ବମ୍ପର ଫଟୋ ପୋସ୍ଟ କରିଥିଲେ । କିନ୍ତୁ ଏମାନଙ୍କ ପୂର୍ବରୁ ବି ବଲିଉଡର ବହୁତ ଅଭିନେତ୍ରୀମାନେ ନିଜର ହଟ ଓ ସେକ୍ସି ବେବି ବମ୍ପର ଫଟୋ ସୋସିଆଲ ମିଡିଆରେ ପୋସ୍ଟ କରିଛନ୍ତି । ଆଜି ଆମେ ସେହିଭଳି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ।

ଅନୁଷ୍କା ଶର୍ମା

୨୦୧୭ ରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତର କ୍ୟାପଟେନ ବିରାଟ କୋହଲିଙ୍କୁ ବିବାହ କରିଥିଲେ । ଯେଉଁ ଦିନ ଠାରୁ ଏମାନଙ୍କର ବିବାହ ହୋଇଛି ସେହି ଦିନ ଠାରୁ ତାଙ୍କର ଫ୍ୟାନମାନେ ଏମାନଙ୍କର ପରିବାରକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ କରୁଥିଲେ । ଏମିତିରେ କିଛି ଦିନ ପୂର୍ବେ ହିଁ ଅନୁଷ୍କା ଶର୍ମା ନିଜର ବେବି ବମ୍ପର ଫୋଟୋ ସୋସିଆଲ ମିଡ଼ିଆରେ ଛାଡି ଫ୍ୟାନମାନଙ୍କୁ ଖୁସି ଖବର ଦେଇଛନ୍ତି ।

ଅନୁଷ୍କା ଶର୍ମା ବିରାଟ କୋହଲିଙ୍କ ସହ ନିଜ ଫଟୋ ଛାଡି ଫ୍ୟାନଙ୍କୁ କହିଥିଲେ କି ସେ ଗର୍ଭବତୀ ଅଛନ୍ତି ଓ ଆସନ୍ତା ବର୍ଷ ଜାନୁୟାରୀରେ ତାଙ୍କ ଘରକୁ ଜଣେ ନୂଆ ଅତିଥି ଆସୁଛନ୍ତି । ଏହି ଫୋଟରେ ଅନୁଷ୍କାଙ୍କୁ ମା ହେବାର ଖୁସି ତାଙ୍କ ଚେହେରାରେ ଭଲ ଭାବରେ ଜଣା ପଡୁଥିଲା ।

କରିନା କପୁର ଖାନ

 

View this post on Instagram

 

Excuse us… Got to go cheer for our favourite team 😍💯 @mancity @pumaindia

A post shared by Kareena Kapoor Khan (@kareenakapoorkhan) on

କରିନା କପୁର ଖାନ ମଧ୍ୟ କିଛିଦିନ ପୂର୍ବରୁ ଖୁସି ଖବର ଶୁଣାଇଥିଲେ କି ସେ ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି । କିନ୍ତୁ ଯେତେବେଳେ ସେ ପ୍ରଥମ ଥର ମା ହେବାକୁ ଯାଉଥିଲେ ସେତେବେଳେ ସେ ନିଜର ବେବି ବମ୍ପକୁ ଫ୍ଲଣ୍ଟ କରି ସମସ୍ତଙ୍କୁ ଏହି ଖୁସି ଖବର ଦେଇଥିଲେ । ତୈମୁରର ଜନ୍ମ ପୂର୍ବରୁ କରିନା କପୁର ବେବି ବମ୍ପକୁ ନେଇ ରାମ୍ପ ଶୋ ମଧ୍ୟ କରିଥିଲେ ।

ଜେନେଲିୟା ଡିସୁଜ଼ା

ଜେନେଲିୟା ଡିସୁଜ଼ା ଓ ରିତେଶ ଦେଶମୁଖ ଦୁଇଜଣ ପରସ୍ପରକୁ ବହୁତ ଦିନ ପର୍ଯ୍ୟନ୍ତ ଡେଟ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୨୦୧୨ ରେ ଏମାନେ ବିବାହ କରିଥିଲେ । ଏହା ପରେ ୨୦୧୪ରେ ଜେନେଲିୟା ଡିସୁଜ଼ା ପ୍ରଥମ ଥର ମା ହୋଇଥିଲେ ଓ ଦ୍ୱିତୀୟ ଥର ୨୦୧୬ରେ  ମା ହୋଇଥିଲେ । ଦୁଇଥର ଯାକ ନିଜ ବେବି ବମ୍ପ ଦେଖେଇ ନିଜ ସ୍ୱାମୀ ରିତେଶ ଦେଶମୁଖଙ୍କ ସହ ବହୁତ ରୋମାଣ୍ଟିକ ମୁଡ଼ରେ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏମି ଜେକ୍କସନ

ଏମି ଜେକ୍କସନ ୨୦୧୯ରେ ନିଜର ଗର୍ଭବତୀ ସମୟରେ ଏମି ଜେକ୍ସନ ବହୁତ ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ । ଏମି ନିଜର ମେକଅପ କରୁଥିବା ବେଳେ ଓ ୱାକ ଆଉଟ କରୁଥିବା ସମୟରେ ଫଟୋସୁଟ ବି କରିଥିଲେ । ଯେଉଁଥିରେ ସେ ନିଜର ବେବି ବମ୍ପ ଫ୍ଲଣ୍ଟ କରୁଥିବାର ନଜର ଆସୁଥିଲେ । ତାଙ୍କର ଏହି ଫୋଟସୁଟକୁ ତାଙ୍କର ଫ୍ୟାନମାନେ ବହୁତ ପସନ୍ଦ ବି କରିଥିଲେ ଓ ପ୍ରଶଂସା ବି କରିଥିଲେ ।

ସୁରବୀନ ଚାୱଲା

ଅଭିନେତ୍ରୀ ସୁରବୀନ ଚାୱଲା ୨୦୧୫ରେ ହିଁ ବିବାହ କରି ନେଇଥିଲେ । କିନ୍ତୁ ସେ ଏହି କଥାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ । ଟର ଦ୍ୱାପରେ ରା ସମସ୍ତଙ୍କୁ ଏହି ବିବାହ ବିଷୟରେ ଜଣାଇଥିଲେ ଓ ଏହା ସହିତ ନିଜର ଗର୍ଭବତୀ ସମୟରେ ନିଜର ବେବି ବମ୍ପ ଫ୍ଲଣ୍ଟ କରି କିଛି ଫୋଟ ଇନ୍ସଟାଗ୍ରାମରେ ସେୟାର କରି ନିଜ ଫ୍ୟାନସଙ୍କୁ ଖୁସି ଖବର ଦେଇଥିଲେ ।

ନେହା ଧୁପିୟା

ଅଭିନେତ୍ରୀ ନେହା ଧୁପିୟା ୨୦୧୮ରେ ନିଜ ବୟଫ୍ରେନ୍ଡ ଅଙ୍ଗଦ ବେଦିଙ୍କୁ ଗୋପନିୟ ରୂପରେ ବିବାହ କରିନେଇଥିଲେ । ଏହା ପରେ ବିବାହର କିଛି ଦିନ ପରେ ସେ ନିଜର ବେବି ବମ୍ପ ଫ୍ଲଣ୍ଟ କରି ସମସ୍ତଙ୍କୁ ଖୁସି ଖବର ଜଣାଇଥିଲେ ।

ସମୀରା ରେଡ୍ଡୀ

ସମୀରା ରେଡ୍ଡୀ ୨୦୧୪ ରେ ବିବାହ କରିଥିଲେ । ସମୀରା ରେଡ୍ଡୀ ନିଜ ଗର୍ଭବତୀ ସମୟରେ ନିଜର ବେବି ବମ୍ପ ଫ୍ଲଣ୍ଟ କରି ପାଣି ଭିତରେ ଫଟୋ ଶୁଟିଂ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ସମୀରା ରେଡ୍ଡୀ ବର୍ତ୍ତମାନ ଦୁଇଟି ସନ୍ତାନର ମା ଅଟନ୍ତି । ଏମିତିରେ ସେ ସବୁବେଳେ ସୋସିଆଲ ମିଡିଆରେ ନିଜ ସନ୍ତାନଙ୍କ ସହ ମସ୍ତି କରିବାର ଫଟୋ ବି ସେୟାର କରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।