ଏଥିରୁ କେଉଁବି ଗୋଟେ ହୃଦୟ ବାଛନ୍ତୁ ଓ ଜାଣନ୍ତୁ ଯାହାକୁ ଆପଣ ମନେ ମନେ ଭଲ ପାଉଛନ୍ତି ସେ ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ -Love Quiz Game

ଆସନ୍ତୁ ଏକ ଲଭ୍ ଗେମ୍ ଖେଳିବା । ଏଠାରେ ଆପଣଙ୍କୁ ୫ଟି ଅଲଗା ଅଲଗା ମୁଦି ର ଚିତ୍ର ଦିଆ ଯାଇଛି । ପ୍ରଥମେ ଆପଣ ସେଥିରୁ ନିଜ ପସନ୍ଦ ଅନୁଯାୟୀ ଗୋଟିଏ ମୁଦି ମନେ ମନେ ବାଛନ୍ତୁ ଓ ବାଛିବା ପରେ ଚିତ୍ର ସଂଖ୍ୟା ଅନୁଯାୟୀ ତାର ଫଳାଫଳ ଦେଖନ୍ତୁ । ଏଥିରୁ ଆପଣ ଜାଣିପାରିବେ କି ଆପଣଙ୍କ କ୍ରଶ୍ ଅର୍ଥାତ୍ ଆପଣ ଯାହାଙ୍କୁ ମନେ ମନେ ପସନ୍ଦ କରୁଛନ୍ତି ସେ ମଧ୍ୟ ଆପଣଙ୍କୁ ପସନ୍ଦ କରନ୍ତି କି ନାହିଁ ।

ଯଦି ଆପଣ ପ୍ରଥମ ମୁଦି ଟି ପସନ୍ଦ କରିଛନ୍ତି ତେବେ ଆପଣ ଯାହାଙ୍କୁ ମନେ ମନେ ପସନ୍ଦ କରନ୍ତି, ସେ ମଧ୍ୟ ଆପଣଙ୍କୁ ପସନ୍ଦ କରନ୍ତି । ମାତ୍ର ସେ ପ୍ରଥମେ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବାକୁ ଚାହାଁନ୍ତି । ପ୍ରଥମେ ସେ ଆପଣଙ୍କର ଜଣେ ଭଲ ବନ୍ଧୁ ହେବାକୁ ଚାହାଁନ୍ତି । ଆପଣଙ୍କୁ ଭଲ ଭାବେ ଜାଣିବାକୁ ଚାହାଁନ୍ତି ଓ ସେ ଚାହାଁନ୍ତି କି ଆପଣ ମଧ୍ୟ ତାଙ୍କୁ ଭଲ ଭାବେ ଜାଣନ୍ତୁ । ଦୁହେଁ ପରସ୍ପରକୁ ଭଲ ଭାବେ ବୁଝି ଓ ଜାଣି ତା ପରେ କୌଣସି ନିର୍ଣ୍ଣୟ ନେଲେ ଆପଣ ଦୁଇ ଜଣଙ୍କ ପାଇଁ ସର୍ବୋତ୍ତମ ବୋଲି ସେ ମନେ କରନ୍ତି ।

ଆପଣ ଯଦି ଦ୍ଵିତୀୟ ମୁଦି ପସନ୍ଦ କରିଛନ୍ତି ତେବେ ଆପଣଙ୍କ କ୍ରଶ୍ ଅର୍ଥାତ୍ ଆପଣ ଯାହାଙ୍କୁ ମନେ ମନେ ପସନ୍ଦ କରୁଛନ୍ତି ସେ ଆପଣଙ୍କୁ ଗୁପ୍ତ ଭାବେ ଭଲ ପାଆନ୍ତି ଓ ଆପଣଙ୍କୁ ନିଜ ପ୍ରେମିକ/ପ୍ରେମିକା ହିସାବରେ ପାଇବାକୁ ଚାହାଁନ୍ତି । ମାତ୍ର ସେ ଏହି କଥା ସେ ଆପଣଙ୍କୁ କହି ପାରୁ ନାହାଁନ୍ତି । ଆପଣଙ୍କୁ ସେ ଭଲ ପାଆନ୍ତି ବୋଲି କହିବାକୁ ସେ ଭୟ କରୁଛନ୍ତି ।

ଆପଣ ଯଦି ତୃତୀୟ ମୁଦି ଟି ପସନ୍ଦ କରିଛନ୍ତି ତେବେ ଆପଣ ଯାହାଙ୍କୁ ମନେ ମନେ ପସନ୍ଦ କରନ୍ତି ଆପଣଙ୍କ କ୍ରଶ୍ ଙ୍କ ର ମଧ୍ୟ ଆପଣଙ୍କ ପାଇଁ ଫିଲିଙ୍ଗ୍ସ ଅଛି । ତେବେ ସେ ନିଜେ ନିଜ ଭାବନାକୁ ବର୍ତ୍ତମାନ ଯାଏ ବୁଝି ପାରୁ ନାହାଁନ୍ତି । ଆପଣଙ୍କ କ୍ରଶ୍ ନିଜେ ଦ୍ଵନ୍ଦରେ ଅଛନ୍ତି । ତାଙ୍କ ମନରେ ଆପଣଙ୍କ ପ୍ରତି ଥିବା ଫିଲିଙ୍ଗ୍ସ ପ୍ରେମ କି ନୁହେଁ ସେ ଏବେ ଯାଏ ବୁଝି ପାରୁ ନାହାଁନ୍ତି ।

ଯଦି ଆପଣ ଚତୁର୍ଥ ମୁଦି ଟି ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣ ଯାହାଙ୍କୁ ମନେ ମନେ ପସନ୍ଦ କରୁଛନ୍ତି ସେ ମଧ୍ୟ ଆପଣଙ୍କ ପ୍ରେମରେ ସମ୍ପୂର୍ଣ୍ଣ ଭାବେ ବୁଡ଼ିକି ଅଛନ୍ତି । ସେ ଆପଣଙ୍କୁ ଖୁବ୍ ପ୍ରେମ କରନ୍ତୁ ଓ ବହୁତ ଶୀଘ୍ର ଆପଣଙ୍କୁ ନିଜ ହୃଦୟର କଥା କହିବାକୁ ଯାଉଛନ୍ତି ।