ଏହି ହିରୋ ଙ୍କ ପ୍ରେମ ରେ ଫସିଲେ ଓଡ଼ିଆ ହିରୋଇନ୍ ରିୟା – ଓଡ଼ିଆ ଫିଲ୍ମ୍ ପ୍ରେମ ପାଇଁ ମହାଭାରତ

ଏହି ହିରୋ ଙ୍କ ପ୍ରେମ ରେ ଫସିଲେ ଓଡ଼ିଆ ହିରୋଇନ୍ ରିୟା

ସମ୍ବିତ-ରିୟା ଯୋଡିକୁ ନେଇ ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା ଆସନ୍ତା ମାସ ଅର୍ଥାତ ନଭେମ୍ବରରେ ପରଦା ଉପରକୁ ଆସିବ । ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ଚିତ୍ରଟି ନିର୍ମିତ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇ ଫିଲ୍ମ ନିର୍ଦ୍ଦେଶକ ନିରଞ୍ଜନ ବେହେରା କୁହନ୍ତି, ‘ଏହି ସିନେମାରୁ ସବୁ ବର୍ଗର ଦର୍ଶକ ଭରପୂର ଏଣ୍ଟରଟେନ୍‌ମେଣ୍ଟ ପାଇବେ । ପ୍ରେମକୁ ଏକ ଭିନ୍ନ ଢଙ୍ଗରେ ଏଥିରେ ଦୃଶ୍ୟାୟନ କରାଯାଇଛି । କେବଳ କାହାଣୀ ନୁହେଁ, ଅଭିଜିତ ମଜୁମଦାରଙ୍କ ସ୍ବର ସଂଯୋଜନାରେ ଏହାର ଗୀତ ଏବଂ ଅମିତ ନାୟକ ଓ ଗିରିଶ ମହାନ୍ତିଙ୍କ କୋରିଓଗ୍ରାଫି ଏହି ଫିଲ୍ମର ଅନ୍ୟତମ ଆକର୍ଷଣ ହେବ । ’

ନାୟକ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ତଥା ନବାଗତ ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ଏହାର ପ୍ରଯୋଜନା କରିଛନ୍ତି । ଅପରପକ୍ଷରେ ଏହି ବ୍ୟାନରରେ ନୂଆ ସିନେମା ‘ଓ୍ବାଇଫ ମୋ ଲାଇଫ’ର ପ୍ରାରମ୍ଭିକ କାମ ଚାଲୁରହିଛି, ଯାହାର ନିର୍ଦ୍ଦେଶନା ଦେବେ ନିରଞ୍ଜନ ବେହେରା ।

‘ପ୍ରେମ ପାଇଁ ମହାଭାରତ’ ଆଗରୁ ସମ୍ବିତ୍‌ -ରୀୟା ଯୋଡ଼ି ଅନ୍ୟ ଏକ ଓଡ଼ିଆ  ଚଳଚିତ୍ରରେ ନଜର ଆସିବେ। ଏହି ଓଡ଼ିଆ ଛବିର ଶୀର୍ଷକ ହେଲା ‘ଯୋଉଠି ଥିଲେ ବି ତୁ ମୋର’।

ଶ୍ରୀକାନ୍ତ ଗୌତମ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହା ଏକ ପ୍ରେମ ତ୍ରିକୋଣ ଉପରେ ଆଧାରିତ। ସମ୍ବିତ ଓ ରୀୟାଙ୍କ ବ୍ୟତୀତ ଆର୍ଯ୍ୟନ ଦାଶ କୁମାରଙ୍କୁ ମଧ୍ୟ ଏହି ଓଡ଼ିଆ ଛବିରେ ଦେଖିବାକୁ ମିଳିବ।

ସମ୍ବିତ୍‌ -ରୀୟାଙ୍କ ଯୋଡ଼ିର ଗୋଟିଏ ସିନେମା ମୁକ୍ତିଲାଭ କରିବା ଆଗରୁ ଆଉ ଏକ ସିନେମା ମିଳିବା ନିଶ୍ଚିତଭାବେ ଉଭୟଙ୍କ ପାଇଁ ଏକ ଖୁସି ଖବର।

ଠିକ୍‌ ସେହିପରି ଦର୍ଶକ ମଧ୍ୟ ଉତ୍ସାହିତ ଅଛନ୍ତି ଏହି ଯୋଡ଼ିକୁ ପରଦାରେ ଦେଖିବାକୁ ପାଇଁ। ଯେଉଁଠି ପ୍ରେମ ବା ଭଲ ପାଇବା ଥାଏ। ସେଠି ବିବାଦ ଉପୁଜିଥାଏ। ହେଲେ ଏହି ବିବାଦର କିପରି ସମାଧାନ ହୋଇପାରିବ, ତାହାକୁ ନେଇ ତିଆରି ହେଉଛି ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।