ସାଉଥର ଏହି Comedian କେଉଁ ରାଜାଠୁ କମ ନୁହଁନ୍ତି, ଏହି କାମ ପାଇଁ ତାଙ୍କ ନାଁରେ ରହିଛି ଗିନୀସ ବୂକ ଅଫ ୱାଲ୍ଡ ରେକର୍ଡ

ସାଉଥ ଇଣ୍ଡଷ୍ଟ୍ରିରେ ବହୁତ ବଡ଼ କଳାକାର ମାନେ ଅଛନ୍ତି । ସେମାନେ ନିଜ ଅଭିନୟରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି । ସେମାନଙ୍କ ଠାରୁ କେଵଳ ଆସ୍କନ ବ୍ୟତୀତ କିଛି କମେଡି ବି ଦେଖିବାକୁ ମିଳୁଛି । ଯଦି ସାଉଥ ଇଣ୍ଡଷ୍ଟ୍ରିରେ କୌଣସି କମେଡିୟାନ ଥାଆନ୍ତି, ତା ହେଲେ ସର୍ବ ପ୍ରଥମେ ଏହି କମେଡିଆନଙ୍କ ନାଁ ଆଗକୁ ଆସିଥାଏ । ସେ ହେଉଛନ୍ତି ବ୍ରହ୍ମାନନ୍ଦ । ସେ ସାଉଥ ଇଣ୍ଡଷ୍ଟ୍ରିର ଜଣେ ନାମ କରା କମେଡିଆନଙ୍କ ମଧ୍ୟରେ ଜଣେ ।

ତାଙ୍କର ବହୁତ ଫ୍ୟାନ ମାନେ ତାଙ୍କୁ ପ୍ରତ୍ୟକ ଫିଲ୍ମରେ ଦେଖିବାକୁ ଚାହାନ୍ତି । ତାଙ୍କର ଫିଲ୍ମ କ୍ୟାରିୟର ଡେବ୍ୟୁ ବହୁତ କଠିନ ଥିଲା । ତାଙ୍କ ପରିବାରର ଆର୍ଥିକ ଅବସ୍ଥା କିଛି ଠିକ ନଥିଲା । ତେଣୁ ସେ ଏକମାତ୍ର ତାଙ୍କ ପରିବାରରେ ଏମେଏ ର ଡିଗ୍ରି ହାସଲ କରିଥିଲେ । ତାଙ୍କ ଭାଗ୍ୟ ସେତେବେଳେ ଖୋଲିଥିଲା ଯେତେବେଳେ, ତେଲୁଗୁ ର ଜଣେ ବହୁତ ବଡ଼ ଡ଼ାଇରେକ୍ଟର ତାଙ୍କୁ ତାଙ୍କ ଫିଲ୍ମରେ ଅଭିନୟ କରିବାପାଇଁ ସୁଯୋଗ ଦେଇଥିଲେ ।

ସେ ସେହି ଫିଲ୍ମରେ ବହୁତ ଭଲ ଆକ୍ଟିଙ୍ଗ କରି ନିଜ ନାଁ କମାଇଥିଲେ । ତା ପରଠାରୁ ତାଙ୍କୁ ବହୁତ ଫିଲ୍ମର ସୁଯୋଗ ମିଳିଲା । ତାଙ୍କୁ କମେଡି କିଙ୍ଗ ମଧ୍ୟ କୁହାଯାଏ । ବ୍ରହ୍ମାନନ୍ଦ ତାଙ୍କ କ୍ୟାରିଅରରେ ୧୦୦୦ ରୁ ଅଧିକ ଫିଲ୍ମ କରି ସାରିଲେଣି । ତାଙ୍କ ନାମ ଗିନୀସ ବୂକ ଅଫ ୱାଲ୍ଡ ରେକର୍ଡ ରେ ମଧ୍ୟ ସାମିଲ ଅଟେ । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ୩୨୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ପାରିଛନ୍ତି ।

ସେ ତାଙ୍କର ଗୋଟିଏ ଫିଲ୍ମ ପାଇଁ ଏକ କୋଟି ଟଙ୍କାର ଚାର୍ଜ କରିଥାନ୍ତି । ତାଙ୍କ ପାଖରେ ବହୁତ ଦାମୀ ଗାଡି ଓ ବଙ୍ଗଳା ସବୁ ଅଛି । ସେ ଆରମ୍ଭରୁ ବହୁତ କଷ୍ଟ କରିଥିଲେ , ସେଥିପାଇଁ ସେ ଆଜି ସାଉଥରେ ବଡ ବଡ ହିରୋଙ୍କ ସହିତ ଗଣତିରେ ଆସନ୍ତି । ସେ ସାଉଥରେ ବହୁତ ଲୋକପ୍ରିୟ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।