ଫେମସ ଓଡିଆ କମେଡିଆନ Pragyan Ranjan Khatua ଙ୍କ Family & Biography

ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଦର୍ଶକ ମାନକ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୁକ, ବ୍ୟକ୍ତିତ୍ବ ପାଇଁ ବହୁତ ଲୋକ ପ୍ରିୟା ହୋଇ ପାରିଛନ୍ତି । କେତେକ କଳାକାର ମାନେ ନିଜର ସୁନ୍ଦର ଅଭିନୟ ପାଇନ ପ୍ରସିଦ୍ଧ ତ ଆଉ କେତେକ କଳାକାର ମାନେ ନିଜର କମେଡିଆନ ବା ହାସ୍ୟ ଅଭିନେତା ଭାବେ ପରିଚିତ ଅଟନ୍ତି ।

ଯେପରିକି ଅଭିନେତା ହରି ଓ ପପୁ ସେମାନକ ମଧ୍ୟରୁ ଏମିତି ଏକ ହାସ୍ୟ ଅଭିନେତା ଅଟନ୍ତି ଯାହାଙ୍କର ନାମ ପୁରା ଓଡିଆ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ହୋଇ ପାରିଛି । ତାଙ୍କ ଭଳି ଆଉ ଜଣେ ମଧ୍ୟ କାମେଡିଆନ ବା ହାସ୍ୟ ଅଭିନେତା ଅଛନ୍ତି ଯାହାଙ୍କ ନାମ ପ୍ରଜ୍ଞା ଅଟେ ଯିଏ ନିଜର ଜବରଦସ୍ତ ଅଭିନୟ ପାଇଁ ପୁରା ଓଡିଆ ଜଗତରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତାଙ୍କ ଜୀବନ ଶୈଳୀ ବିଷୟରେ କହିବାକୁ ଯାଉଛୁ ଯାହା କେହି କେବେ ଜାଣି ନ ଥିବେ ବା ଶୁଣି ନ ଥିବେ ।

ଓଡିଆ ଇଣ୍ଡଷ୍ଟ୍ରିରେ ଜବରଦସ୍ତ କମେଡିଆନ ଭାବେ ଅଭିନେତା ପ୍ରଜ୍ଞା ପରିଚିତ ଅଟନ୍ତି । ସେ ଅନେକ ଫିଲ୍ମରେ ଅଭିନୟ କରି ନିଜର କାମେଡି ମାଧ୍ୟମରେ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର କମେଡି ପାଇଁ ସେ ନିଜ ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ତିଆରି କରି ପାରିଛନ୍ତି । ଅଭିନେତା ପ୍ରଜ୍ଞାଙ୍କ ବାସ ସ୍ଥାନ ହେଉଛି କଟକର ସାହାରାଜପୁର ଗ୍ରାମରେ ଯେଉଁଠି ସେ ତାଙ୍କର ପୁରା ପରିବାର ଲୋକଙ୍କ ସହ ରୁହନ୍ତି ।

ତାଙ୍କ ପରିବାରରେ ବାପା, ମା, ୬ଟି ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି । ତାଙ୍କ ବାପା ଜଣେ ଯାତ୍ରା ନିର୍ଦେଶକ ଅଟନ୍ତି । ପିଲାଦିନୁ ତାଙ୍କର ଅଭିନୟ ପ୍ରତି ଅଧିକ ରୁଚି ବା ଆଗ୍ରହ ରହିଥିଲା । ସେଥି ପାଇଁ ତାଙ୍କୁ ଯେତେବେଳେ ୨ ବର୍ଷ ହୋଇଥିଲା ସେତେବେଳେ ସେ ତାଙ୍କ ଗାଁ ନାଟକରେ କୃଷ୍ଣ ଚରିତ୍ରରେ ଅଭିନୟ କରୁଥିଲେ । ସେ ସଙ୍ଗୀତ ବିଦ୍ୟାଳୟର ଛାତ୍ର ଥିଲେ । ଅଭିନୟ କରିବା ବ୍ଯତୀତ ସେ ଡ୍ରାମା ଓ କଲଚରରେ ଶିକ୍ଷା ଲାଭ କରିଛନ୍ତି ।

ଓଡିଆ ଜଗତରେ ସେ ପ୍ରଥମ ଥର ପାଇଁ ଜଣେ ହାସ୍ୟ ବା କମେଡିଆନ ଅଭିନେତା ଭାବେ ନିଜ କ୍ଯାରିଅର ଆରମ୍ଭ କରିଥିଲେ । ତାଙ୍କର ସବୁ ଫିଲ୍ମ ଗୁଡିକ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ସେ “ଲୋକ ନକଲି କଥା ଅସଲି”ରେ ମଧ୍ୟ ଅଭିନୟ କରିଥିଲେ ।

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ “ମିଷ୍ଟର ନସେନ୍ସ” ରେ ଅଭିନୟ କରି ଖୁବ ଲୋକ ପ୍ରିୟ ହୋଇଛନ୍ତି । ଅନେକ କମେଡି କରି ସେ ଲୋକ ଚର୍ଚ୍ଚିତ ହୋଇ ପାରିଛନ୍ତି । ଆଜିକା ଦିନରେ ସବୁ ଘର ମାନଙ୍କରେ ଅଭିନେତା ପ୍ରଜ୍ଞା ଜଣେ ହାସ୍ୟ ବା କମେଡିଆନ ଅଭିନେତା ଭାବେ ପରିଚିତ ହୋଇ ପାରିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।