ଭାରତର 8 ସବୁଠୁ ସୁନ୍ଦର ମହିଳା ରାଜନେତା, ନଂ 1 ଙ୍କ ପାଇଁ ତ ସମସ୍ତେ ଦିବାନା !

ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀମାନଙ୍କର ପ୍ରାୟତଃ ଚର୍ଚ୍ଚା ହୋଇଥାଏ । କିନ୍ତୁ ରାଜନୀତିରେ ବି ଏମିତି ବହୁତ ମହିଳା ରାଜନେତା ଅଛନ୍ତି ଯେଉଁମାନେ ପ୍ରଭାବଶାଳି ରାଜନେତା ହେବା ସହିତ ବହୁତ ସୁନ୍ଦର ବି ଅଟନ୍ତି । ଆଜି ଆମେ ଆପଣଙ୍କୁ ଭାରତର ସବୁଠୁ ଗ୍ଲାମରସ ମହିଳା ରାଜନେତାଙ୍କ ବିଷୟରେ କହିବୁ । ଯେଉଁମାନଙ୍କ ମଧ୍ୟରୁ କିଛି ରାଜେନତା ଅଭିନେତ୍ରୀ ବି ରହିସାରିଛନ୍ତି ।

ନୁସରତ ଜାହାଁ

ନୁସରତ ଜାହାଁ ବହୁତ ହିଁ ସୁନ୍ଦର ଅଭିନେତ୍ରୀ ଓ ରାଜନେତା ଅଟନ୍ତି । ସେ ବେଙ୍ଗଲି ଫିଲ୍ମରେ ନିଜର ଏକ ଖାସ ପରିଚୟ ସୃଷ୍ଟି କରିଛନ୍ତି । ୨୦୧୯ରେ ସେ ରାଜନୀତିରେ ଗୋଡ ରଖିଥିଲେ । ସେ ତୃଣମୂଳ କଂଗ୍ରେସ ପାର୍ଟି ତରଫରୁ ନିର୍ବାଚନ ଳଢି ବିଜୟ ମଧ୍ୟ ହୋଇଥିଲେ ।

ଦିବ୍ୟା ସ୍ପନ୍ଦନା

ସାଉଥ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଓ ରାଜନେତା ଦିବ୍ୟା ସ୍ପନ୍ଦନା ଫିଲ୍ମ ଜଗତରେ ରମେୟା ନାଁରେ ଜଣା ଯାଆନ୍ତି । ଦିବ୍ୟା ସ୍ପନ୍ଦନା ୨୦୧୩ରେ କଂଗ୍ରେସର ସଦସ୍ୟ ରୂପରେ ନିର୍ବାଚନ ଜିତି ରାଜନୀତିରେ ଆସିଥିଲେ ।

ଆଲ୍କା ଲାମ୍ବା

ଆଲ୍କା ଲାମ୍ବା ରାଜନୀତି କ୍ଷେତ୍ରରେ ନିଜର ଭଲ ଛବି ସହିତ ନିଜର ସୁନ୍ଦରତା ପାଇଁ ଜଣା ଯାଆନ୍ତି । ସେ ମାତ୍ର ୧୯ ବର୍ଷ ବୟସରେ ଛାତ୍ର କଂଗ୍ରେସ ରୂପରେ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ କଂଗ୍ରେସ ସହ ୨୦ ବର୍ଷ ରହିବା ପରେ ସେ ଆମ ଆଦମି ପାର୍ଟିରେ ଯୋଗଦାନ କରିଲେ । ଏହା ପରେ ସେ ଫେବ୍ରୁୟାରୀ ୨୦୧୫ରେ ଚାନ୍ଦିନିଚୌକରୁ ଦିଲ୍ଲୀର ବିଧାନସଭା ପାଇଁ ନିର୍ବାଚିତ ହୋଇଥିଲେ ।

ଅଙ୍ଗୁରଲତା ଡେକା

ଅଙ୍ଗୁରଲତା ଡେକା ମଡେଲ ଅଭିନେତ୍ରୀ ସହିତ ଭାରତୀୟ ଜନତା ପାର୍ଟିର ସୁନ୍ଦର ଅଭିନେତ୍ରୀ ଅଟନ୍ତି । ସେ ମୁଖ୍ୟ ରୂପରେ ବେଙ୍ଗଲି ଓ ଆସାମୀ ଫିଲ୍ମରେ କାମ କରିଛନ୍ତି । ସେ ୨୦୧୬ରୁ ବିଜେପି ପାର୍ଟିର ବିଧାୟକ ଅଟନ୍ତି ।

ଡିମ୍ପଲ ୟାଦବ

ଡିମ୍ପଲ ୟାଦବ ୟୁପିର ମୁଖ୍ୟ ମନ୍ତ୍ରୀ ଅଖିଲେଶ ୟାଦବଙ୍କ ପତ୍ନୀ ଅଟନ୍ତି । ଡିମ୍ପଲ ୟାଦବ ଦୁଇ ଥର ସମାଜବାଦୀ ପାର୍ଟିର ସାଂସଦ ରହିସାରିଛନ୍ତି ।

ମିମୀ ଚକ୍ରବର୍ତୀ

ମିମୀ ଚକ୍ରବର୍ତୀ ଜଣେ ମଡେଲ ଓ ବେଙ୍ଗଲି ଅଭିନେତ୍ରୀ ଅଟନ୍ତି । ସେ ୨୦୧୯ରେ ତୃଣମୂଳ କଂଗ୍ରେସ ପାର୍ଟିରେ ଯୋଗଦାନ କରିଥିଲେ । ସେ ୨୦୧୯ର ଲୋକସଭା ନିର୍ବାଚନ ବି ଜିତି ଥିଲେ ।

ଗୁଲ ପନାଗ

ବଲୀଉଡର ଜଣା ଶୁଣା ଅଭିନେତ୍ରୀ ଗୁଲ ପନାଗ ଲୋକସଭା ନିର୍ବାଚନ ୨୦୧୪ରେ ଆମ ଆଦାମି ପାର୍ଟି ତରଫରୁ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ହାରି ଯାଇ ଥିଲେ ।

ନବନୀତ କୌର

ମହିଳା ସାଂସଦ ନବନୀତ କୌର ୨୦୧୯ ଲୋକସଭା ନିର୍ବାଚନରେ ଅମରାବତିରୁ ଶିବସେନା ପାର୍ଟିର ରାଜେନତା ଆନନ୍ଦ ରାଓଙ୍କୁ ଅଧିକ ଭୋଟରେ ହରାଇ ରାଜନେତାମାନଙ୍କୁ ଭୟଭୀତ କରି ଦେଇଥିଲେ । ନବନୀତ କୌର ରାଜନୀତିରେ ଆସିବା ପୂର୍ବରୁ ମଡେଲିଙ୍ଗ ଓ ତାଲୁଗୁ, କନ୍ନଡ, ହିନ୍ଦୀ ଓ ପଞ୍ଜାବୀ ଫିଲ୍ମରେ କାମ କରିସାରିଛନ୍ତି । ନବନୀତ କୌର ମହାରାଷ୍ଟ୍ରର ବିଧୟାକ ରବି ରାଣାଙ୍କ ପତ୍ନୀ ଅଟନ୍ତି ।