ଚଢେଇ ପାଇଁ ଅଟକିଲା ବିମାନ, କରିଲା ଜରୁରୀ କାଳୀନ ଅବତରଣ ! କାରଣ ଜାଣିଲେ ଆପଣଙ୍କୁ ବି ଭୟ ଲାଗିବ, ଦେଖନ୍ତୁ Report

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ଚଢେଇ ଏମିତି କଣ କରିଲା ଯେ ଆକାଶରେ ଉଡୁଥିବା ବିମାନକୁ ଅଟକିବାକୁ ପଡିଲା । ପକ୍ଷୀଟି ଯୋଗୁଁ ପରିସ୍ଥିତ ଏପରି ହୋଇଥିଲା କି ପାଇଲଟ ସମେତ କ୍ୟାବିନ କ୍ରୁ ସଦସ୍ୟ ମାନେ ଡରି ଯାଇଥିଲେ । ଘଟଣାଟି ହେଉଛି ବିମାନଟି ଆକାଶରେ ଉଡୁଥିବା ବେଳେ ହଠାତ ଏକ ପକ୍ଷୀ ଆସି ସେଥିରେ ବାଡେଇ ହୋଇ ଯାଇଥିଲା । ଯାହାଫଳରେ ବିମାନର ଝରକା ଭାଙ୍ଗି ଯାଇଥିଲା । ଏହା ଦେଖି ସମସ୍ତଙ୍କୁ ଏମିତି ଲାଗିଥିଲା ଯେମିତି ବିମାନଟି ସେହିଠାରେ ହିଁ କ୍ରାଶ ହୋଇଯିବ ।

ପକ୍ଷୀ ମାଡ ହେବା ଯୋଗୁଁ ବିମାନର ଯେଉଁ ଅବସ୍ଥା ହୋଇଥିଲା ଦେଖିଲେ ଆପଣ ବି ଡରିଯିବେ । ବିମାନଟି ସେହି ଜାଗାରେ ଏକ ବଡ କଣା ହୋଇ ଯାଇଥିଲା । ଯାହାଫଳରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରିବା ପାଇଁ ପଡିଥିଲା । ତେବେ କେଉଁ ପକ୍ଷୀ ଏବଂ କିପରି ମାଡ ହେଲା ତାହା ଏବେ ଯାଏଁ ସ୍ପଷ୍ଟ ଜଣାପଡି ନାହିଁ । ତେବେ ସବୁଠୁ ଭଲକଥା ହେଉଛି ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ଏହି ବିମାନଟି ଦିଲ୍ଲୀରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରୁଥିଲା । ବିମାନ ଟିକିଏ ଉପରକୁ ଉଡିବା ପରେ ସେଥିରେ ଏକ ବଡ ପକ୍ଷୀ ଆସି ମାଡ ହୋଇ ଯାଇଥିଲା । ଏହାପରେ ଯାତ୍ରୀମାନଙ୍କୁ ଲାଗିଥିଲା କି ବିମାନରେ ନିଆଁ ଲାଗିଗଲା କିମ୍ବା ଅନ୍ୟ କୌଣସି ଖରାପ ପରିସ୍ଥିତି ଉପୁଜିଲା । କିନ୍ତୁ ପାଇଲଟ ମାନେ ଭାବିଥଲେ କି ବିମାନରେ ଟର୍ବୁଲାନ୍ସ ହୋଇଛି ତେଣୁ କୌଣସି ଅସୁବିଧା ନଥିବ ।

କିନ୍ତୁ ଯେତେବେଳେ ବିମାନ ଭିତରକୁ ପବନ ପଶିବାକୁ ଆରମ୍ଭ କରିଥିଲା ଓ ଜଣାପଡି ଥିଲା କି ବିମାନଟି ଭାଙ୍ଗି ଯାଇଛି ସେତେବେଳେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଏଥିରୁ ଆପଣ ଜାଣି ପାରୁଥିବେ କି ବିମାନରେ ପକ୍ଷୀ ମାଡ ହେଲେ ମଧ୍ୟ କେଉଁ ପ୍ରକାର ଅବସ୍ଥା ହୋଇପାରେ । ତେବେ ବିମାନରେ ଥିବା ୧୦୦ ଜଣ ଯାତ୍ରୀ ଅତ୍ୟନ୍ତ ଡରି ଯାଇଥିଲେ । ଏହାପରେ କେବିନ କ୍ରୁ ସେମାନଙ୍କୁ ବୁଝାଇଥିଲେ କି କିଛି ଅସୁବିଧା ହେବ ନାହିଁ କିନ୍ତୁ ରାସ୍ତା ମଝିରେ ସେମାନଙ୍କୁ ଓହ୍ଲାଇବାକୁ ପଡିବ ।

ବିମାନର ଭଙ୍ଗା ବାଟ ଦେଇ ପବନ ଭିତରକୁ ପ୍ରବେଶ କରୁଥିବାର ସମସ୍ତେ ଡରି ଯାଇଥିଲେ ଓ ଅନେକ ଲୋକ ଭାବି ନେଇଥିଲେ କି ଆଉ ବଞ୍ଚିବେ ନାହିଁ ବୋଲି । କିନ୍ତୁ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଡ ଅଘଟଣରୁ ସମସ୍ତେ ବର୍ତ୍ତି ଯାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।