ବିବାହର ୯ ବର୍ଷ ପରେ ଶିଲ୍ପା ସେଟ୍ଟୀ କହିଲେ, “ରାତିରେ ସଲମାନ ମୋ ଘରକୁ ଆସୁଥିଲେ ଆଉ ତାପରେ…”

ବଲୀଉଡର ଷ୍ଟାରମାନଙ୍କର ରିଲେଶନଶିପର ଚର୍ଚା ସବୁବେଳେ ଚାଲିଥାଏ । ୯୦ ଦଶକର ସୁପରଷ୍ଟାର ରହିଥିବା ଶିଲ୍ପା ସେଟ୍ଟୀଙ୍କର ନାମ ବି ବହୁତ ବଡ ବଡ ଷ୍ଟାରମାନଙ୍କ ସହିତ ଯୋଡି ଥିଲା । କାହା ସହିତ ସେ ନିଜର ରିଲେଶନଶିପଙ୍କୁ ସ୍ଵୀକାର କରିଛନ୍ତି ତ କାହା ସହିତ ସେ ଚୁପଚାପ ଡେଟ କରୁଥିଲେ । କିନ୍ତୁ ବହୁତ ବର୍ଷ ପରେ ଶିଲ୍ପା ନିଜର ରିଲେଶନଶିପକୁ ନେଇ କିଛି କହିଛନ୍ତି । ତେବେ ଚାଲନ୍ତୁ ଦେଖିବା ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ।

ବଲୀଉଡର ଲୋକପ୍ରିୟ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ବାହାଘରର ୯ ବର୍ଷ ପରେ ସଲମାନ ଖାନଙ୍କ ସହିତ ନିଜର ସମ୍ପର୍କକୁ ନେଇ କିଛି କହିଛନ୍ତି । ୯୦ ଦଶକରେ ଶିଲ୍ପା ସେଟ୍ଟୀ ଏବଂ ସଲମାନଙ୍କର ରିଲେଶନଶିପର ଚର୍ଚା ସେହି ସମୟରେ ବହୁତ ଜୋରଶୋରେ ଚାଲିଥିଲା । କିନ୍ତୁ ସେମାନେ ପରସ୍ପରକୁ ନେଇ ସବୁବେଳେ ଚୁପ ରହୁଥିଲେ । କହିଦେଉଛୁ ଯେ ଦୁଇଜଣକ ମଧ୍ୟରେ ଭଲ ପାଇବା ଶୁଟିଙ୍ଗ ସମୟରେ ହିଁ ଆରମ୍ଭ ହୋଇଯାଇଥିଲା ।

ପ୍ରାୟତଃ ମୋ ଘରେ ଆସୁଥିଲେ ସଲମାନ ଖାନ

ଶିଲ୍ପା ଗୋଟିଏ ଇଣ୍ଟରଭିୟୁରେ କହିଛନ୍ତି କି ସଲମାନ ପ୍ରାୟତଃ ମୋ ଘରକୁ ଆସୁଥିଲେ ଏବଂ ରାତିରେ ମୋ ଘରେ ହିଁ ରହୁଥିଲେ । ଏହି ସମୟରେ ସେ ବାପାଙ୍କ ସହ ବହୁତ ମସ୍ତି କରୁଥିଲେ । ସଲମାନ ଖାନଙ୍କ ସହିତ ଆମର ସମ୍ପର୍କ ପୂରାପୂରି ପରିବାର ଭଳି ହୋଇ ଯାଇଥିଲା । ବାପାଙ୍କ ସହିତ ସଲମାନ ଖାନ ମଦ ପିଉଥିଲେ ।

ବାପାଙ୍କ ଯିବା ପରେ ସଲମାନ ବହୁତ କାନ୍ଦି ଥିଲେ – ଶିଲ୍ପା ସେଟ୍ଟୀ

ଶିଲ୍ପା ପୁରୁଣା ଦିନକୁ ମନେ ପକାଇ କହିଲେ କି ମୋର ମନେ ଅଛି ଯେତେବେଳେ ମୋ ବାପାଙ୍କର ମୃତ୍ୟୁ ହୋଇଥିଲା ସଲମାନ ଖାନ ମୋ ଘରକୁ ଆସିଥିଲେ ଏବଂ ସେ ସେହି ଟେବୁଲ ଉପରେ ଯାଇ ବସିଥିଲେ, ଯେଉଁଠି ଦୁଇଜଣ ପ୍ରାୟତଃ ବସି ମଦ ପିଉଥିଲେ । ଏବଂ ମୋ ବାପାଙ୍କୁ ମନେ ପକାଇ ସଲମାନ ବହୁତ କାନ୍ଦି ଥିଲେ । କହିଦେଉଛୁ ଯେ ସଲମାନ ଏବଂ ଶିଲ୍ପାଙ୍କ ମଧ୍ୟରେ ବହୁତ ଗଭୀର ସମ୍ପର୍କ ଥିଲା, କିନ୍ତୁ ଦୁଇଜଣଙ୍କର ସମ୍ପର୍କ ବେଶି ସମୟ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ଏବଂ ଦୁଇଜଣ ଅଲଗା ହୋଇଗଲେ ।

ଏଥିପାଇଁ ହୋଇଥିଲା ଶିଲ୍ପା ସେଟ୍ଟୀ ଏବଂ ସଲମାନ ଖାନଙ୍କର ବ୍ରେକଅପ

କହିଦେଉଛୁ ଯେ ଶିଲ୍ପା ସେଟ୍ଟୀ ସଲମାନ ଖାନଙ୍କୁ ନେଇ ବହୁତ ବେଶି ସୀରିୟସ ଥିଲେ, କିଛି ସମୟ ପରେ ତାଙ୍କୁ ଯେତେବେଳେ ଲାଗିଲା କି ତାଙ୍କ ସମ୍ପର୍କର କିଛି ଭବିଷ୍ୟତ ନାହିଁ, ତେବ ସେ ସଲମାନ ଖାନଙ୍କୁ ଛାଡି ରାଜ କୁନ୍ଦ୍ରାଙ୍କୁ ବାହା ହୋଇଗଲେ । ଏହା ସହିତ ଶିଲ୍ପା କହିଲେ କି ସେ ଏଥିପାଇଁ ସଲମାନଙ୍କ ସହିତ ନିଜର ରିଲେଶନଶିପକୁ ନେଇ କିଛି କହୁ ନଥିଲେ କାରଣ ସେ ଜାଣିଥିଲେ ଏହି ସମ୍ପର୍କ ବେଶି ସମୟ ପର୍ଯ୍ୟନ୍ତ ଚାଲିବ ନାହିଁ । ବର୍ତ୍ତମାନ ଶିଲ୍ପା ସେଟ୍ଟୀ ରାଜ କୁନ୍ଦ୍ରାଙ୍କ ସହ ଏକ ହସ ଖୁସି ଜୀବନ ଯାପନ କରୁଛନ୍ତି ।

ଆଗକୁ ଏମିତି ମନୋରଞ୍ଜନ ଖବର ପାଇଁ ଆମ ପେଜକୁ ଲାଇକ ନିଶ୍ଚୟ କରନ୍ତୁ ।