ଶୀତ ଋତୁରେ କାହିଁକି ଖାଇବା ଆବଶ୍ୟକ ଭିଜା ବାଦାମ, କାରଣ ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ଶୀତ ଋତୁରେ ଆମକୁ ବହୁତ ରୋଗର ସମ୍ମୁଖୀନ ହେବାକୁ ପଡିଥାଏ, ସେଥିପାଇଁ ଆମକୁ ଉପଯୋଗୀତା ମୂଳକ ଖାଦ୍ୟ ଖାଇବା ଦରକାର । ଯାହାଫଳରେ ଆମ ସ୍ୱାସ୍ଥ୍ୟ ଠିକ ରହିବ । ପ୍ରାୟତଃ ଶୀତ ଋତୁରେ ଲୋକମାନେ କଞ୍ଚା ବାଦାମ ଖାଇଥାନ୍ତି । ଏହାର କାରଣ କଣ ? ଆପଣ ଚାହିଁଲେ ଶୁଖିଲା ବାଦାମ ମଧ୍ୟ ଖାଇପାରିବେ । ହେଲେ ବହୁତ ଲୋକ ଏହା ଚିନ୍ତା କରୁଥିବେ କି ଶୀତ ଋତୁରେ କଞ୍ଚା ବାଦାମକୁ କାହିଁକି ଭିଜାଇ ଖାଆନ୍ତି ।

କଞ୍ଚା ବାଦାମରେ ବହୁତ ପୋଷକ ତତ୍ତ୍ଵ ରହିଥାଏ । ବହୁତ ଲୋକ ବାଦାମର ଚୋପା ନ ଛଡେଇ ମଧ୍ୟ ଖାଆନ୍ତି । କିନ୍ତୁ ବାଦାମକୁ ଚାପ ଛଡେଇ ଖାଇବା ଯେତିକି ଲାଭଦାୟକ ହୋଇଥାଏ ଚୋପା ସହିତ ବାଦାମ ଖାଇବା ସେତିକି ଲାଭଦାୟକ ହୋଇ ନଥାଏ । ବାଦାମ ଚୋପାରେ ଟେନିନ୍ ନାମକ ଏକ ତତ୍ତ୍ଵ ଥାଏ ଯିଏ ବାଦାମରୁ ମିଳୁଥିବା ପୋଷଣକୁ ଆମ ଶରୀରରେ ଅବଶୋଷିତ ହେବାକୁ ଦିଏ ନାହିଁ ।

ଯଦି ଆପଣ ଶୁଖିଲା ବାଦାମ ଖାଉଛନ୍ତି ତାହେଲେ ଏହାର ଚୋପା ଛଡେଇବା ସମ୍ଭବ ନୁହେଁ, ସେଥିପାଇଁ ଆପଣ ବାଦାମ କୁ ଭିଜାଇ ଦେଲେ ସହଜରେ ଚୋପା ଛଡେଇହେବ । ଶୁଖିଲା ବାଦାମ ଠାରୁ ଅଧିକ ଫାଇଦା ଭିଜା ବାଦାମରୁ ମିଳିଥାଏ । ଆସନ୍ତୁ ଜାଣିବା ଭିଜା ବାଦାମ ଖାଇଲେ ଆପଣଙ୍କର କଣ ସବୁ ଲାଭ ହୋଇଥାଏ ।

ପାଚନ ପ୍ରକ୍ରିୟା-

ଯଦି ଆପଣ ଭିଜା ବାଦାମ ଖାଉଛନ୍ତି ତେବେ ଏହା ଆପଣଙ୍କର ପାଚନ ପ୍ରକ୍ରିୟାକୁ ସରଳ କରିଥାଏ । ଯାହା ଫଳରେ ଆପଣଙ୍କୁ ପେଟ ସମ୍ବନ୍ଧିତ କୌଣସି ରୋଗର ସମ୍ମୁଖୀନ ହେବାକୁ ପଡେ ନାହି ।

ଗର୍ଭାବସ୍ଥା ରେ ଉପଯୋଗୀ-

 

ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ଭିଜା ବାଦାମ ଖାଇବା ନିହାତି ଅବଶ୍ୟକ । ଏହା ଫଳରେ ଉଭୟ ମା’ ଓ ପିଲାକୁ ପୋଷଣ ମିଳିଥାଏ ଓ ସ୍ୱାସ୍ଥ୍ୟ ଭଲ ରୁହେ ।

ବୁଦ୍ଧି ର ବିକାଶ-

ସବୁ ଦିନ ସକାଳେ ୪ ରୁ ୬ ଟି ଭିଜା ବାଦାମର ସେବନ କରିଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ, ଯାହା ଫଳରେ ଆପଣଙ୍କ ମସ୍ତିଷ୍କ ସୁସ୍ଥ ରହିଥାଏ ଓ ଭଲ କାମ କରିଥାଏ ।

କୋଲେଷ୍ଟ୍ରୋଲ କୁ କମ କରେ-

ବାଦାମ ରେ ରହିଛି ମୋନୋସ୍ୟାଚୁରେଟେଡ ଏସିଡ, ଏହା ଆପଣଙ୍କ ଶରୀରରେ ଥିବା କୋଲେଷ୍ଟ୍ରୋଲକୁ କମ କରିଥାଏ ଓ ଶରୀରକୁ ସୁସ୍ଥ ରଖିଥାଏ ।

ହାର୍ଟ ପାଇଁ ଆବଶ୍ୟକ-

ଯଦି ଆପଣ ଭିଜା ବାଦାମ ଖାଆନ୍ତି ତାହେଲେ ହାର୍ଟ ସମ୍ବନ୍ଧିତ ସବୁ ରୋଗ ଦୂର ହୋଇଥାଏ । ଭିଜା ବାଦାମରୁ ପ୍ରୋଟିନ, ପୋଟାସିୟମ, ମ୍ୟାଗ୍ନେସିୟମ ପ୍ରଚୁର ମାତ୍ରାରେ ମିଳିଥାଏ । ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖେ ।