South ର ଏହି ଫେମସ ଅଭିନେତା ଓ ଅଭିନେତ୍ରୀ ମାନେ ରିଅଲ ଲାଇଫ ରେ ଅଟନ୍ତି ସ୍ଵାମୀ-ସ୍ତ୍ରୀ

ବନ୍ଧୁଗଣ କିଛି ସମୟରୁ ଦର୍ଶକ ମାନେ ବଲିଉଡ ଅପେକ୍ଷା ସାଉଥ ସିନେମା ଜଗତ କୁ ଅଧିକ ପସନ୍ଦ କରୁଛନ୍ତି । ଏବଂ ସାଉଥ ର ଅନେକ ଅଭିନେତା ନିଜର ଅଭିନୟ ଓ ପ୍ରତିଭା ବଳରେ ନିଜର ନାମ କୁ ଆହୁରି ପ୍ରସିଦ୍ଧି କରିବାରେ ଲାଗିଛନ୍ତି । ଏହି ଅଭିନେତା ମାନେ କେବଳ ସାଉଥ ରେ ନୁହେଁ ଏବେ ସେ ସାରା ବିଶ୍ୱ ରେ ପରିଚିତ ଅଛନ୍ତି । ଏବଂ ନିଜ ଅଭିନୟ ଓ କଳା ରେ ସମସ୍ତ ଙ୍କ ହୃଦୟ କୁ ଜିଣି ପାରୁଛନ୍ତି । ଆଜି ଆମେ ଏହି ଅଭିନେତା ମାନଙ୍କ ବିଷୟରେ ନୁହେଁ ସେମାନଙ୍କ ଷ୍ଟାଇଲିସ ସ୍ତ୍ରୀ ଙ୍କ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତା ଙ୍କ ସ୍ତ୍ରୀ ମାନଙ୍କ ବିଷୟରେ ।


୧- ପ୍ରଥମ ଯୋଡି ହେଉଛନ୍ତି ମହେଶ ବାବୁ ଓ ତାଙ୍କ ସୁନ୍ଦରୀ ସ୍ତ୍ରୀ ନମ୍ରତା ଶିରୋଡକର । ମହେଶ ବାବୁ ନିଜର ଅଭିନୟ ପ୍ରତିଭା ରେ ଲୋକମାନଙ୍କ ପ୍ରିୟ ହୋଇ ପାରିଛନ୍ତି । ଏବଂ ଅନେକ ଝିଅ ତାଙ୍କ ପାଇଁ ପାଗଳ କିନ୍ତୁ ମହେଶ ବାବୁ ଯେଉଁ ଝିଅ ପାଇଁ ପାଗଳ ଥିଲେ ସେ ହେଉଛନ୍ତି ନମ୍ରତା । ନମ୍ରତା ମଧ୍ୟ ଜଣେ ଅଭିନେତ୍ରୀ ସେ ମଧ୍ୟ ଅନେକ ବଲିଉଡ ଓ ସାଉଥ ରେ ସିନେମା କରିଛନ୍ତି । ସେମାନଙ୍କ ବିବାହ ୨୦୦୫ ରେ ହୋଇଥିଲା । ଏମାନ ଙ୍କ ର ଦୁଇଟି ସନ୍ତାନ ଅଛି ।


୨- ଦ୍ଵିତୀୟ ଅଭିନେତା ହେଉଛନ୍ତି ମୋହନ ଲାଲ । ମୋହନ ଲାଲ ଅନେକ ବର୍ଷ ରୁ ସିନେମା କରି ଆସୁଛନ୍ତି । ଏବଂ ସେ ଜଣେ ଲୋକପ୍ରିୟ ଓ ପ୍ରସିଦ୍ଧ ଅଭିନେତା । ମୋହନ ଲାଲଙ୍କ ପତ୍ନୀ ଙ୍କ ନାମ ହେଉଛି ସୁଚିତ୍ରା ମୋହନ ଲାଲ । ସୁଚିତ୍ରା ଜଣେ ସିନେମା ପ୍ରଯୋଜକ । ଏମାନେ ୧୯୮୮ ରେ ବିବାହ କରିଥିଲେ । ଏମାନ ଙ୍କର ମଧ୍ୟ ଦୁଇ ଟି ସନ୍ତାନ ଅଛି ।


୩- ତୃତୀୟ ଅଭିନେତା ହେଉଛନ୍ତି ଏନ ଟି ଆର । ଏନ ଟି ଆର ସାଉଥ ର ଜଣେ ଲୋକପ୍ରିୟ ଅଭିନେତା ସେ ଅନେକ ସିନେମାରେ ନିଜ ଅଭିନୟ ର ଯାଦୁ ରେ ଲୋକମାନଙ୍କ ହୃଦୟ ରେ ଘର କରିପାରିଛନ୍ତି । ଏନ ଟି ଆର ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ଲକ୍ଷ୍ମୀପ୍ରନ୍ତି । ଏମାନେ ୨୦୧୧ ମସିହାରେ ବିବାହ କରିଥିଲେ । ଏମାନ ଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି ।


୪- ଚତୁର୍ଥ ଅଭିନେତା ହେଲେ ଧନୁଷ । ଧନୁଷ ସାଉଥ ସହ ବଲିଉଡ ରେ ମଧ୍ୟ ନିଜର ଯାଦୁ ଦେଖେଇ ସାରିଛନ୍ତି । ସେ ସାଉଥ ର ସୁପର ଷ୍ଟାର ରଜନୀକାନ୍ତ ଙ୍କ ବଡ଼ ଝିଅ ଐଶ୍ୱର୍ଯ୍ୟା ଙ୍କ ସହ ୨୦୦୪ ରେ ପ୍ରେମ ବିବାହ କରିଥିଲେ । ଏବଂ ଏମାନଙ୍କର ଦୁଇ ଟି ସନ୍ତାନ ମଧ୍ୟ ଅଛି ।


୫- ପଞ୍ଚମ ଅଭିନେତା ହେଉଛନ୍ତି ବିଜୟ ଜୋଶେପ । କଥି ଭଳି ସିନେମା ରେ ଅଭିନୟ କରି ବିଜୟ ସାଉଥ ସିନେମା ଜଗତରେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ । ସେ ଅନେକ ସିନେମାରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି । ବିଜୟ ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସଙ୍ଗୀତା ସୋନା ଲିଙ୍ଗମ । ଏମାନେ ୧୯୮୯ ରେ ପ୍ରେମ ବିବାହ କରିଥିଲେ । ଏମାନ ଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି ।


୬-ଷଷ୍ଠ ଅଭିନେତା ହେଉଛନ୍ତି ସୂର୍ୟ୍ଯା । ସାଉଥ ର ବ୍ଲକ ବଷ୍ଟର ସିନେମା ରେ ଅଭିନୟ କରି ସାଉଥ ର ସିଂହମ ନାମ ରେ ପରିଚିତ ସୂର୍ୟ୍ଯା ୨୦୦୬ ରେ ଜ୍ୟୋତିକା ଙ୍କ ସହ ବିବାହ କରିଥିଲେ । ଜ୍ୟୋତିକା ମଧ୍ୟ ସାଉଥ ର ଜଣେ ସଫଳ ଅଭିନେତ୍ରୀ । ଏବଂ ସେ ସୂର୍ୟ୍ଯା ଙ୍କ ସହ ଏକାଠି ଅନେକ ସିନେମା ରେ ଅଭିନୟ କରିଛନ୍ତି ।

ଆମେ ଆଶା କରୁଛୁ କି ଆପଣ ମାନଂକୁ ସାଉଥ ର ଅଭିନେତା ଓ ଅଭିନେତ୍ରୀ ଓ ତାଙ୍କ ବାସ୍ତବ ଜୀଵନ ବିଷୟରେ ଆଲୋଚନା ଆପଣ ମାନଂକୁ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।