ଏମାନେ ହେଲେ South ଫିଲ୍ମ ଇଣ୍ଡଷ୍ଟ୍ରି ର ଫେମସ ବାପ-ପୁଅଙ୍କ ଯୋଡି, 1 ନମ୍ବର ଯୋଡି ତ ଘରେ ଘରେ ଫେମସ

ବଲିଉଡ ଭଳି ସାଉଥ ଇଣ୍ଡଷ୍ଟ୍ରି ମଧ୍ୟ ଫିଲ୍ମ ପାଇଁ ଖୁବ ଚର୍ଚ୍ଚାରେ ରହି ଆସିଛି । ସାଉଥ ଫିଲ୍ମରେ ଅଭିନୟ କରୁଥିବା କଳାକାର ମାନେ ବଲିଉଡ କଳାକାର ମାନଙ୍କ ଅପେକ୍ଷା ଦେଖିବାକୁ ଖୁବ ଷ୍ଟାଇଲିସ, ହ୍ୟାଣ୍ଡସମ ହେବା ସହ ତାଙ୍କର ରିୟଲ ଲାଇଫକୁ ସେମାନେ ବେଶ ଭଲ ଭାବେ ସ୍ପେନ୍ଡ କରନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମରେ ବାପା ଓ ପୁଅ ଚରିତ୍ରରେ ଅଭିନୟ କରୁଥିବା କଳାକାର ମାନେ ଯେପରି ନିଜର କଳାକୁ ପ୍ରଦର୍ଶନ କରିଥାନ୍ତି ଠିକ ସେହି ପରି ରିୟଲ ଲାଇଫରେ ମଧ୍ୟ ବାପ ଓ ପୁଅର ସମ୍ପର୍କକୁ ବେଶ ଭଲ ଭାବେ ନିଭାଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

“ରାମ ଚରଣ ଓ ଚିରଞ୍ଜିବୀ” : ସାଉଥ ଫିଲ୍ମର ସୁପରଷ୍ଟାର ଅଭିନେତା ରାମ ଚରଣ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କ ପିତା ଚିରଞ୍ଜିବୀ ମଧ୍ୟ ତାଙ୍କ ସମୟରେ ତାଙ୍କ ପୁଅ ଅପେକ୍ଷା ବେଶ ସାନଦାର ଅଭିନୟ କରି ଚର୍ଚ୍ଚାରେ ରହୁଥିଲେ । ଦୁହେଁ ଅଲଗା ଅଲଗା ଫିଲ୍ମରେ ନଜର ଆସିଥିଲେ ମଧ୍ୟ “ମଗଧୀରା” ଓ “ବ୍ରୋସଲି” ଫିଲ୍ମରେ ଏକାଠି କାମ କରିବାର ନଜର ଆସିଥିଲେ ।

“ଅଲଲୁ ଅର୍ଜୁନ ଓ ଅଲୁ ଅୟାନ” : ସାଉଥର ଷ୍ଟାଇଲିସ ଅଭିନେତା ଅଲଲୁ ଅର୍ଜୁନ ନିଜର ସାନଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ରାଜ କରିଥାନ୍ତି । ତାଙ୍କ ପୁଅ ଅଲୁ ଅୟାନଙ୍କର ବୟସ ୭ ବର୍ଷ ହୋଇଥିଲେ ମଧ୍ୟ ସେ ତାଙ୍କ ପିତାଙ୍କ ଭଳି ଦେଖିବାକୁ ଷ୍ଟାଇଲିସ ଓ ସ୍ମାର୍ଟ ଅଟନ୍ତି ।

“ମୁକେଶ ରିଷି ଓ ରାଘବ ରିଷି” : ସାଉଥ ଫିଲ୍ମରେ ଖଳନାୟକ ଭୂମିକରେ ନଜର ଆସିଥିବା ଅଭିନେତା ମୁକେଶ ରିଷି ନିଜର ସାନଦାର ଅଭିନୟ ପାଇଁ ଖୁବ ଲୋକପ୍ରିୟ ଅଟନ୍ତି । ତାଙ୍କ ପୁଅ ରାଘବ ରିଷି ଜଣେ ଅଭିନେତା ଅଟନ୍ତି ଯିଏ “ଦି ଗ୍ରେଟ ଇଣ୍ଡିଆନ ଏସକେପ” ଫିଲ୍ମରେ ନଜର ଆସିଥିଲେ । ଦୁହିଙ୍କ ସମ୍ପର୍କରେ ବହୁତ ଭଲ ପାଇବା ରହିବା ସହ ପରସ୍ପରର ଯତ୍ନ ମଧ୍ୟ ନିଅନ୍ତି ।

“ମହେଶ ବାବୁ ଓ ଗୌତମ” : ସାଉଥ ଇଣ୍ଡଷ୍ଟ୍ରିର ସବୁଠାରୁ ହ୍ୟାଣ୍ଡସମ ଓ ଦମଦାର ଅଭିନେତା ଭାବେ ମହେଶ ବାବୁ ପରିଚିତ ଅଟନ୍ତି । ମହେଶ ଫିଲ୍ମ ଦୁନିଆରେ ନାଁ କମାଉଥିବା ବେଳେ ତାଙ୍କ ପୁଅ ପାଠପଢାରେ ଭଲ ଥିବାରୁ ଗୌତମ ସ୍କୁଲରେ ଟପରେ ରହି ତାଙ୍କ ପିତାଙ୍କର ମାନ ବଢାଉଛନ୍ତି । ଦୁହିଙ୍କ ସମ୍ପର୍କରେ ବେଶ ଭଲ ପାଇବା ଦେଖାଯାଏ ।

“ଜଗପତି ବାବୁ ଓ ଜ୍ୟାଟ ବୋବନ” : ସାଉଥ ଫିଲ୍ମରେ କେବେ ଖଳନାୟକ ତ ଭଲ ପିତା ଭୂମିକରେ ଅଭିନୟ କରିବାରରେ ଜଗପତି ବାବୁ ନଜର ଆସନ୍ତି । ତାଙ୍କର କୌଣସି ପୁଅ ନାହି ବରଂ ଗୋଟିଏ ଝିଅ ଅଛନ୍ତି । ଯାହାଙ୍କର ମାରେଜ ବିଦେଶୀ ଜ୍ୟାଟ ବୋବନଙ୍କ ସହ ହୋଇଛି । ଦୁହେଁ ବାପା ଓ ପୁଅର ସମ୍ପର୍କକୁ ବେଶ ଭଲ ଭାବେ ନିଭାଉଚନ୍ତି ।

“ସୋନୁ ସୂଦ ଓ ଇଶାନ୍ତ ଓ ଅୟାନ ସୂଦ” : ସାଉଥ ଇଣ୍ଡଷ୍ଟ୍ରିରେ ଫ୍ୟାମ୍ସ ଖଳନାୟକ ଭାବେ ସୋନୁ ସୁଦ ପରିଚିତ ଅଟନ୍ତି । ସୋନୁ ସୂଦଙ୍କର ଦୁଇ ପୁଅ ଇଶାନ୍ତ ଓ ଅୟାନ ତାଙ୍କ ଭଳି ଅଭିନୟ ପ୍ରତି ଆଗ୍ରହୀ ହେବା ସହ ଦରକାରୀ ବ୍ୟକ୍ତିଙ୍କୁ ସାହାଜ୍ଯ ମଧ୍ୟ କରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ