ଦିବଙ୍ଗତ ଅଭିନେତା Mihir Das ଙ୍କ ଘରକୁ ଆସି କିଛି ଏମିତି କହିଲେ Bollywood ଅଭିନେତା Kiran Kumar, ଦେଖନ୍ତୁ ଏହି video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବଲିଉଡ ର ଦିଗଜ ଅଭିନେତା କିରଣ କୁମାର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ତେବେ ସେ ବଲିଉଡ ରେ ନିଜ ଅଭିନୟ ର ଯାଦୁ ସମସ୍ତ ଙ୍କ ଉପରେ କରି ରଖିଛନ୍ତି । ତେବେ ବର୍ତ୍ତମାନ ଓଡ଼ିଶା କୁ ଆସିଛନ୍ତି ବଲିଉଡ ଷ୍ଟାର କିରଣ କୁମାର। ଆଜି ଏକ ବିଜ୍ଞାପନ ଫିଲ୍ମର ସୁଟିଂ ପାଇଁ ସେ କଟକ ଆସିଛନ୍ତି। ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ଘରେ ତାଙ୍କର ସୁଟିଂ ଥିଲା । ଏଥିପାଇଁ ସେ ନିଜକୁ ଧନ୍ୟମନେ କରୁଥିବା କହିଛନ୍ତି । ।

ଘରକୁ ଗଲା ବେଳେ ମୁଁ ନିଶ୍ଚୟ ଓଡିଶା ରସଗୋଲା ସାଙ୍ଗରେ ନେବି ବୋଲି ଏହି ବରିଷ୍ଠ ଅଭିନେତା କହିଛନ୍ତି । ତେବେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କିରଣ କୁମାର ଓଡିଶା ଆସି ବହୁତ ଖୁସି ଏବଂ ଓଡ଼ିଆ ଫିଲ୍ମରେ ସୁଯୋଗ ମିଳିଲେ ସେ ନିଶ୍ଚୟ ଅଭିନୟ କରିବେ ବୋଲି କହିଛନ୍ତି ଏବଂ ସେ କହିଛନ୍ତି ଯଦି ମୋ ସୁବିଧା ଏବଂ ମୋ ଅନୁସାରେ ଯଦି କିଛି ଫିଲ୍ମ ର ଅଫର ଆସେ ତେବେ ସେ ନିଶ୍ଚିତ ଭାବରେ କାମ କରିବେ କିନ୍ତୁ ଏହି ଓଲିଉଡ ଇଣ୍ଡଷ୍ଟ୍ରି ବହୁତ ବଡ଼ ଇଣ୍ଡଷ୍ଟ୍ରି ଏବଂ ଏଠାରେ ବହୁତ ବଡ଼ ବଡ଼ କଳାକାର ମଧ୍ୟ ଜନ୍ମ ନେଇଛନ୍ତି।

ତେବେ ଏଠାରେ କାମ କରିବା ବହୁତ ଗର୍ବ ର କଥା ମୋ ପାଇଁ। ତେବେ କୋଭିଡ ଯୋଗୁଁ ଦେଶର ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ କଳାକାର ବହୁତ ପ୍ରଭାବିତ ହୋଇଛନ୍ତି । ତେବେ ବର୍ତ୍ତମାନ ଧୀରେ ଧୀରେ ସିନେମା ହଲ୍‌ ସବୁ ଖୋଲିବା ଆରମ୍ଭ କଲାଣି । ତେଣୁ ପୂର୍ବର ପରିସ୍ଥିତି ବଦଳିଯିବ ଏବଂ ପୁଣି ଦର୍ଶକ ହଲ୍‌ରେ ବସି ଫିଲ୍ମର ମଜା ଉଠାଇବେ ବୋଲି କିରଣ କହିଛନ୍ତି।

ତେବେ ଖୁଦଗର୍ଜ, ଖୁଦାଗଓ୍ଵାହ, ତେଜାବ, ଆଜ କା ଅର୍ଜୁନ ଭଳି ଅନେକ ହିଟ୍‌ ଫିଲ୍ମରେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଛନ୍ତି କିରଣ କୁମାର । ପ୍ରଥମେ ଜଣେ ନାୟକ ଭାବେ ଅଭିନୟ ଆରମ୍ଭ କରିବା ପରେ କିରଣ କୁମାର ଖଳନାୟକ ସହ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ସେ ହେଉଛନ୍ତି ବିଗତ ଦିନର ଜଣାଶୁଣା ଖଳନାୟକ ଜୀବନଙ୍କ ପୁଅ । ଏବେ ୭୬ ବର୍ଷ ବୟସରେ ବି ସେ ଅଭିନୟ ଜାରି ରଖିଛନ୍ତି ।

ପ୍ରାୟ ଦୁଇ ଶହରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଫିଲ୍ମ ସହିତ ମଞ୍ଚ ଏବଂ ଟେଲିଭିଜନ ଦୁନିଆରେ ବି ସେ ବେଶ୍‌ ସକ୍ରିୟ । ତାଙ୍କୁ ଓଡ଼ିଶା ବହୁତ ଭଲ ଲାଗେ ଏବଂ ପୂର୍ବଥର ଆସିବା ବେଳେ ସେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ ବୋଲି କିରଣ କୁମାର କହିଛନ୍ତି।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।