ଏମିତି କଣ କରିବା କି କରୋନା ହିଁ ହେବ ନାହିଁ ଓ ଯଦି ବି ହେଇଜାର କିଛି ବି କରି ପାରିବ ନାହିଁ- Health Tips

ଗତ ବର୍ଷ କୋରୋନା ଭାଇରସ ଚୀନର ଏକ ଲ୍ୟାବରୁ ଆସି ବର୍ତ୍ତମାନ ପୁରା ବିଶ୍ବରେ ମହାମାରୀର ରୂପ ନେଇ ସାରିଲାଣି । ଯାହା ଫଳରେ ଚଳିତ ବର୍ଷ କୋରୋନାର ଦିତୀୟ ଲହର ପୁଣି ଥରେ କେତେ ଯେ ଲୋକଙ୍କର ଜୀବନ ନେଲାଣି ତାହା କହିବା ସମ୍ଭବ ନୁହେ ।

ଆମ ସମସ୍ତଙ୍କୁ କୋରୋନାରୁ ବଞ୍ଚିବା ପାଇଁ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ଆଜି ଆମେ ଆପଣ ମାନଙ୍କୁ କୋରୋନାରୁ ରକ୍ଷା ପାଇବା ପାଇଁ ଓ କୋରୋନା ହୋଇଥିଲେ କେମିତି ଦୂର ହେବ ସେହି ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିବାକୁ ଯାଉଛୁ । ଯେଉଁ ବ୍ଯକ୍ତିର ଶରୀରରେ ଇମ୍ୟୁନିଟି ପାୱାର କମ ରହିଥାଏ ସେହି ବ୍ୟକ୍ତି କୋରୋନାରେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି ।

ସେଥିପାଇଁ ଆମକୁ ଆମର ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ । ଯେଉଁ ବ୍ୟକ୍ତି ଅଧିକ ମାତ୍ରାରେ ଫାଷ୍ଟ ଫୁଡ ବା ଜଙ୍କ ଫୁଡ ଜାତୀୟ କୌଣସି ଖାଦ୍ଯର ସେବନ କରୁଥାନ୍ତି ତେବେ ତୁରନ୍ତ ଏହାକୁ ବନ୍ଦ କରିବା ଉଚିତ ।

କାରଣ ଏହି ସବୁ ଖାଦ୍ଯର ସେବନ କରିବା ଦ୍ଵାରା ଆମ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଏହା ଛଡା ଥଣ୍ଡା ଜାତୀୟ କୌଣସି ଖାଦ୍ଯ ଜେମିତିକି କୋଲଡ୍ରିଙ୍କିସ, ଆସକ୍ରିମ ଆଦି ଖାଇବା ଅନୁଚିତ । ଏହାର ସେବନ କରୁବା ଦ୍ଵାରା ଆମ ଆରୀରରେ ଇମ୍ୟୁନିଟି ପାୱାର କମ ହୋଇଥାଏ । ଏହା ବଦଳରେ ଚାହାରେ ଅଦା ଓ ତୁଳସୀ ପତ୍ର ମିଶାଇ ସେବନ କରିଲେ କିଛି କ୍ଷତି ହୋଇ ନ ଥାଏ । ଏହା ବ୍ଯତୀତ କୌଣସି ନି-ଶା ଜାତୀୟ ଦ୍ରବ୍ଯର ସେବନ କରିବା ଅନୁଚିତ ।

ଏହା ବଦଳରେ ସବୁଜ ପନିପରିବା, ଫଳ ଓ ଡାଲି ଜାତୀୟ ଖାଦ୍ଯର ସେବନ କରିଲେ ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ । ଏହା ବ୍ଯତୀତ ଏମିତି ଏକ ଆୟୁର୍ବେଦିକ ଔଷଧ ରହିଛି ଯାହାକୁ ସେବନ କରିବା ଦ୍ଵାରା ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି ହୋଇଥାଏ । ଏହା ପାଇଁ ଗିଲୋଇ, ନିମ ପତ୍ର, ତୁଳସୀ ପତ୍ର, ତ୍ରିଫଳା, ଶୁଣ୍ଠି, ହଳଦୀ, ମୂଲେଠି, ଗୋଲମରୀଚ, ଡାଲଚିନି, ଅଶ୍ଵଗନ୍ଧା ଭଳି ସାମଗ୍ରୀର ଆବଶ୍ୟକତା ରହିଛି । ଏହି ସବୁ ସାମଗ୍ରୀର ଭଲ ଭାବେ ଗୁଣ୍ଡ କରିଦେଇ ଏହାକୁ ପାଣିରେ ଫୁଟାଇଲେ ଏକ ପ୍ରକାରର କାଢା ପ୍ରସ୍ତୁତ ହୋଇଯିବ ।

ଏହି କାଢାକୁ ପ୍ରତି ଦିନ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ସେବନ କରିଲେ ଆମ ଶରୀରରେ ଇମ୍ୟୁନିଟି ପାୱାର ବଢିଥାଏ । ଏହି କାଢାକୁ ସେବନ କରିଲେ ଯେଉଁ ମାନଙ୍କର ବ୍ଲଡ଼ ପ୍ରେସର ବା ଡାଇବେଟିସ ବା କ୍ୟାନ୍ସର ଜନିତ କୌଣସି ରୋଗ ଥିବ ତେବେ ଏହାର ନିବାରଣ ହେବାରେ ଏହି କାଢା ସାହାଜ୍ଯ କରିଥାଏ । ତେଣୁ ଉପରେ ଲିଖିତ ଏହି ସବୁ କଥା ପ୍ରତି ବିଶେଷ ଭାବେ ଧ୍ୟାନ ଦେଲେ କୋରୋନା ଭାଇରସ ଠାରୁ ମୁକ୍ତି ମିଳିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ