୨୦୧୯ ମସିହାରେ ସବୁଠାରୁ ଅଧିକ ଆୟ କରିଥିବା ୩ ଜଣ ଟପ ସିଙ୍ଗର, ଜାଣନ୍ତୁ

ଆମ ବଲୀଉଡ ଇଣ୍ଡଷ୍ଟ୍ରି ବହୁତ ବଡ ଇଣ୍ଡଷ୍ଟ୍ରି । ଏଠାକୁ ଅନେକ କଳାକାର ଆସିଥାନ୍ତି ନିଜର କ୍ୟାରିୟର ବନେଇବାକୁ । ଏମିତିରେ କିଛି ନିଜ କ୍ୟାରିୟର ରେ ସଫଳ ହୋଇଥାନ୍ତି ତ କିଛି ବିଫଳ ହୋଇଥାନ୍ତି । ଏଠାରେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଭଳି ସିଙ୍ଗର ମାନେ ମଧ୍ୟ କୋଟି କୋଟି ଟଙ୍କା ଆୟ କରିଥାନ୍ତି । ବର୍ତ୍ତମାନ ୨୦୧୯ ମସିହା ଶେଷ ହୋଇ ନୂତନ ବର୍ଷ ଆରମ୍ଭ ହୋଇ ଯାଇଛି । ଏମିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଗତ ବର୍ଷରେ କେଉଁ ସିଙ୍ଗର ମାନେ ଅଧିକ ଆୟ କରିଛନ୍ତି ।

୧. ଅରୀଜିତ ସିଂ

ବଲୀଉଡର ସବୁ ସୁରିଲା ସିଙ୍ଗରଙ୍କ ମଧ୍ୟରେ ଅରୀଜିତ ସିଂ ଜଣେ ସୁନାମ ଧନ୍ୟ ସିଙ୍ଗର ଅଟନ୍ତି । ଆଜିର ଯୁବପିଢୀ ମାନଙ୍କ ହୃଦୟରେ ଏକ ଭଲ ସିଙ୍ଗର ଭାବେ ଅରୀଜିତ ସିଂ ରହିଛନ୍ତି । ୨୦୧୯ ମସିହାରେ ଅରୀଜିତ ସିଂ ୭୧.୯୫ କୋଟି ଟଙ୍କା ଆୟ କରିଛନ୍ତି ।

୨. ଦିଲଜିତ

ଅକ୍ଷୟ କୁମାରଙ୍କ ଗୁଡନ୍ୟୁଜ ଫିଲ୍ମରେ ଦିଲଜିତଙ୍କୁ ଦେଖିବାକୁ ମିଳିଥିଲା । ଦିଲଜିତ ଏହି ବର୍ଷ ୩୬.୯୧ କୋଟି ଟଙ୍କା ଆୟ କରିଛନ୍ତି । ଦିଲଜିତ ଭଲ ଗୀତ ଗାଇବା ସହ ଫିଲ୍ମରେ ମଧ୍ୟ କାମ କରନ୍ତି । ସେ ହିନ୍ଦୀ ଓ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

୩. ବାଦଶାହା

ବାଦଶାହା ଜଣେ ପଞ୍ଜାବୀ ସିଙ୍ଗର ଅଟନ୍ତି । ସବୁ ଫିଲ୍ମରେ ସେ ପାର୍ଟି ଗୀତ ଗାଇଥାନ୍ତି । ବାଦଶାହା ଏହି ୨୦୧୯ ମସିହାରେ ୨୯.୧୭ କୋଟି ଟଙ୍କା କରିନ୍ତି । ଏହି ବର୍ଷ ସେ ଏକ ରୋଲ୍ସ ରୟେସ କାର ମଧ୍ୟ କିଣିଛନ୍ତି ।