ବିଲେଇ ରାସ୍ତା କାଟିଲେ କାହିଁକି ଲୋକମାନେ ଅଟକି ଯାଆନ୍ତି, ଜାଣନ୍ତୁ

ପିଲାଦିନେ ସମସ୍ତେ ଏହି କଥା ନିଶ୍ଚିତ ଶୁଣିଥିବେ କି ଯଦି ଆପଣ ରାସ୍ତାରେ ଯାଉଛନ୍ତି ତେବେ ଓ ବିଲେଇ ଆପଣଙ୍କ ରାସ୍ତା କାଟିଦିଏ ତେବେ ଏହା ଏକ ଅଶୁଭ ସଂକେତ ଅଟେ । ଏହା ଛଡା କେତେ ଲୋକମାନଙ୍କ ଆଗରେ ଯଦି ବିଲେଇ ଚାଲିଯାଏ ତେବେ ସେମାନେ ଅଟକି ଯାଆନ୍ତି ଓ ଆଉ କିଛି ଲୋକମାନେ ସାତ ପାଦ ପଛକୁ ବି ଫେରି ଯାଆନ୍ତି । କହିବାକୁ ଗଲେ କାହିଁକି ଲୋକମାନେ ବିଲେଇକୁ ଦେଖି ଅଟକି ଯାଆନ୍ତି ଓ କାହିଁକି ଏହାକୁ ଅଶୁଭ ମାନନ୍ତି ।

ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା ଅସଲ କାରଣ ବିଷୟରେ କହିବୁ । ଏହାର ଏକ ଐତିହାସିକ କାରଣ ଅଛି । କହିବାକୁ ଗଲେ ପ୍ରାଚୀନ ସମୟରେ ଜଣେ ରାଜା ଥିଲେ । ଯିଏକି ବିଲେଇମାନଙ୍କୁ ବହୁତ ଭଲ ପାଉ ଥିଲେ । ତାଙ୍କର ଏକ ପୋଷା ବିଲେଇ ମଧ୍ୟ ଥିଲା । ସେ ସେହି ବିଲେଇ ସହ ବହୁତ ସମୟ ବିତାଉଥିଲେ । ଏହା ମଧ୍ୟରେ ଥରେ ସେ ସନ୍ଧ୍ୟା ସମୟରେ ନିଜ ବିଲେଇକୁ ଧରି ବଗିଚାରେ ବସିଥିଲେ ।

ଏହି ସମୟରେ ସେ ବସି ବସି ନିଜ ବିଲେଇକୁ ଗେଲ କରୁଥିଲେ ଓ ତାହାର ପିଠି ଉପରେ ହାତ ବୁଲାଉ ଥିଲେ । ଆପଣଙ୍କୁ କହିଦେଉଛୁ କି ଅନ୍ଧାର ସମୟରେ ବିଲେଇର ଶରୀରକୁ ହାତରେ ଘଷିବା ଦ୍ଵାରା ବିଲେଇର ଶରୀରରୁ ଆଲୋକ ଉତ୍ପନ୍ନ ହୋଇଥାଏ । ରାଜାଙ୍କ ଦ୍ଵାରା ହାତ ବୁଲାଇବା ଦ୍ଵାରା ବିଲେଇ ଶରୀରରେ ବି ଆଲୋକ ନଜର ଆସିଲା । ଏହା ପରେ ରାଜା ଏହାକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ଓ ଚିନ୍ତା କରିଲେ କି ବିଲେଇ ଶରୀରରେ କୌଣସି ଅଦ୍ଭୁତ ଶକ୍ତି ଅଛି ।

ଏହା ପରେ ସେ ନିଜ ରାଜ୍ୟରେ ଘୋଷଣା କରିଦେଲେ କି ଯିଏ ବି ବିଲେଇକୁ ହତ୍ୟା କରିବ ସେହି ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡ ଦିଆଯିବ । ଏହି ଘୋଷଣା ଶୁଣି ଲୋକମାନେ ଭୟଭୀତ ହୋଇଗଲେ । ଏହା ପରେ କିଛି ଦିନ ପରେ ହଠାତ ଜଣେ ବ୍ୟକ୍ତି ବିଲେଇ ଉପରେ ଗାଡି ଚଢାଇ ଦେଲା ଓ ଯାହା ଦ୍ଵାରା ବିଲେଇର ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇଗଲା । ଏହା ପରେ ରାଜା ସେହି ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡ ଦେଲେ ।

ଏହାକୁ ଦେଖି ଲୋକମାନେ ଆହୁରି ବି ଭୟଭୀୟ ହୋଇଗଲେ । ଏହା ପରେ ଧୀରେ ଧୀରେ ଲୋକମାନେ ବିଲେଇକୁ ଦେଖି ଅଟକି ଗଲେ ଓ ଅନ୍ୟ କିଛି ଲୋକମାନେ ପଛକୁ ଫେରି ଯିବାକୁ ଲାଗିଲେ ଓ ଏହା ସେହି ସମୟରୁ ଆରମ୍ଭ ହୋଇଛି ଓ ଏହି କଥା ଆଜି ପର୍ଯ୍ୟନ୍ତ ବି ଚାଲୁଅଛି । ବିଲେଇ ଦେଖିଲେ ଅଶୁଭ ଅଟେ ବୋଲି ଏକ ଭୁଲ ଧାରଣା ଅଟେ ଓ ଏହା ଏକ ଅନ୍ଧବିଶ୍ଵାସ ଅଟେ । ଆପଣମାନେ  ଏହିଭଳି ଅନ୍ଧବିଶ୍ଵାସ ଠାରୁ ଦୂରେଇ ରୁହନ୍ତୁ ।