ଲୋକପ୍ରିୟ ଓଡିଆ ଅଭିନେତ୍ରୀ Naina Dash ଙ୍କ Family & Biography

ଟିଭି ଜଗତରେ ଅଭିନୟ କରି ଅନେକ କଳାକାର ମାନେ ନିଜର ନୂଆ ସ୍ଥାନ ସୃଷ୍ଟି କରି ପାରିଛନ୍ତି । ନିଜର ସାନଦାର ଅଭିନୟରେ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦୟରେ ଘର କରି ରହି ପାରିଛନ୍ତି । କିଛି ଅଭିନେତ୍ରୀ ମାନେ ସିରିଏଲରେ ଅଭିନୟ କରିବା ସହ ଆଲବମରେ ମଧ୍ୟ ଅଭିନୟ କରି ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କେବଳ ସିରିଏଲ ନୁହେ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ସେ କିଏ ତାଙ୍କ ବିଷୟରେ ଖୁବ କମ ଲୋକ ଜାଣିଥିବେ ।

ସେ ସୁନ୍ଦର ଅଭିନେତ୍ରୀ ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ନେନା ଦାସ ଯିଏ ତାଙ୍କର ସୁନ୍ଦର ଅଭିନୟରେ ନିଜ ଫ୍ୟାନ୍ସ ମାନଙ୍କ ହୃଦୟରେ ଘର କରି ରହି ପାରିଛନ୍ତି । ସେ ୧୯୮୪ ମସିହା ଜୁନ ମାସରେ ଓଡିଶାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ ମଡଲିଙ୍ଗ ମଧ୍ୟ କରନ୍ତି । ତାଙ୍କ ପରିବାର ଭିତରେ ତାଙ୍କ ବାପା ଓ ମା ମଧ୍ୟ ରହିଛନ୍ତି । ସେ ତାଙ୍କ ପରିବାର ବେସ ଖୁସିରେ ଜୀବନ ଅତିବାହିତ କରନ୍ତି ।

ନିଜର ବ୍ୟାଚଲର ଲାଇଫକୁ ସେ ବହୁତ ବ ହଲ ଭାବେ ଏଞ୍ଜୟ କରି ସାରିଛନ୍ତି । ତାଙ୍କ ବିବାହ ସିଦ୍ଧାର୍ଥ ତିୱାରୀଙ୍କ ସହ ହୋଇଥିଲା । ସେ ତାଙ୍କ ସ୍ଵାମୀ ସିଦ୍ଧାର୍ଥଙ୍କ ସହ ବେଶ ଖୁସିରେ ନିଜ ଲାଇଫକୁ ସ୍ପେନ୍ଡ କରୁଛନ୍ତି । ତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିବା ସହ ଦାଂପତ୍ଯ ଜୀବନରେ ନିଜ ସ୍ଵାମୀଙ୍କ ସହ ଭଲ ବୁଝାମଣା ରହିଛି । ଦୁହିଙ୍କ ଭିତରେ ଗଭୀର ପ୍ରେମ ସମ୍ପର୍କ ମଧ୍ୟ ରହିଛି । ଫ୍ରୀ ଥିବା ସମୟରେ ସିଦ୍ଧାର୍ଥ ଓ ନେନା ପରସ୍ପର ସହ ଅଧିକ ଟାଇମ ସ୍ପେନ୍ଡ କରିଥାନ୍ତି ।

ତାଙ୍କ ସ୍ଵାମୀ ସିଦ୍ଧାର୍ଥ ସିଙ୍ଗାପୁରରେ ଇଞ୍ଜିନିୟରିଂ କାମ କରୁଛନ୍ତି । ସେ କିଛି ଆଲବମରେ ଅଭିନୟ କରି ସାରିଛନ୍ତି । “ଡେଉଁଛି ମୋ ବା ଆଖି”, “ଏମିତି ରଙ୍ଗ ଦେ ଫୁଲ”, “ମତେ ଝୁରିବୁନି ମଧୁମାଳତୀ” ଆଦି ଅନେକ ଆଲବମରେ ଅଭିନୟ ନିଜର ବେଷ୍ଟ ଦେଇ ପାରିଛନ୍ତି । ଏହାଛଡା କିଛି ତେଲୁଗୁ ଫିଲ୍ମରେ ମଧ୍ୟ ସେ ଅଭିନୟ କରିବାର ନଜର ଆସିଛନ୍ତି । ଏହାବ୍ୟତୀତ ସେ ଓଡିଆ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ଫିଲମରେ ଅଭିନୟ କରି ସାରିଛନ୍ତି ।

୨୦୦୯ରେ “ଆ ଜହ୍ନରେ ଲେଖିବା ନାଁ”, ୨୦୦୫ରେ “ମୋ ମନ ଖାଲି ତୋରି ପାଇଁ”, ୨୦୦୮ରେ “ମୁନ୍ନା ଏ ଲୋଭ ଷ୍ଟୋରି”, ୨୦୦୭ରେ “ପୂଜା ପାଇଁ ଫୁଲଟିଏ”, ୨୦୦୬ରେ “ଶାଶୁଘର ଚାଲିଯିବି”, ୨୦୦୩ରେ “ବାହୁଡିବେ ମୋ ଜଗା ବଳିଆ” ଭଳି ଅନେକ ଫିଲ୍ମରେ ଅଭିନୟ କରି ନେନା ଦାଶ ନିଜ ପାଇଁ  ସ୍ଵତନ୍ତ୍ର ସ୍ଥାନ ଦର୍ଶକ ମାନଙ୍କ ହୃଦୟରେ ସୃଷ୍ଟି କରି ପାରିଛନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ସ୍ଵଭାବ ମଧ୍ୟ ସେତିକି ନମ୍ର ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ