ଏହି କାରଣରୁ ବିବାହର ୯ ବର୍ଷ ପରେ କୁମକୁମର ଜୁହୀ ପରମାର ଓ ସଚିନ ଶ୍ରଫ ଶେଷ କରିଦେଲେ ନିଜର ସମ୍ପର୍କକୁ

ଆପଣ ସମସ୍ତେ ଟିଭି ଜଗତର ସବୁଠୁ ପପୁଲାର ଶୋ ‘କୁମକୁମ- ପ୍ୟାରା ସା ବଂଧନ’ ନିଶ୍ଚିତ ଦେଖିଥିବେ ଓ ଏହି ଶୋ ର ଅଭିନେତ୍ରୀ ଜୁହୀ ପରମାରଙ୍କୁ ବି ଭଲ ଭାବରେ ଜାଣିଥିବେ । ୧୭ ବର୍ଷ ପୂର୍ବେ ଏହି ସିରିୟଲରେ ଜୁହୀ ପରମାର ପ୍ରତି ଘରେ ଘରେ ବହୁତ ପରିଚିତ ହୋଇ ଯାଇଥିଲେ । ସେ ସିରିୟଲରେ ଏକ ଭଲ ଝିଅ, ଭଲ ବୋହୁ ଓ ଭଲ ପତ୍ନୀ ଓ ଭଲ ମା’ଙ୍କ ରୋଲ କରିଥିଲେ ।

ଏହା ଛଡା ସେହି ସମୟରେ କେତେକ ଲୋକମାନେ ତାଙ୍କୁ ଅସଲ ଜୀବନରେ କୁମକୁମ ବି ଡାକୁଥିଲେ ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବି କୁମକୁମ ନାମରେ ପରିଚିତ ଅଟନ୍ତି । କିନ୍ତୁ ବର୍ତ୍ତମାନ ଏହି ଶୋ ଟିଭିରେ ଆଉ ପ୍ରସାରିତ ହେଉ ନାହିଁ । ‘କୁମକୁମ- ପ୍ୟାରା ସା ବଂଧନ’ରେ ମୁଖ୍ୟ କଳାକାର ଜୁହୀ ଓ କୃଶ ଏହି ଚରିତ୍ର କରି ବହୁତ ପ୍ରସିଦ୍ଧ ହୋଇଥିଲେ । ସଚିନ ଓ ଜୁହୀ ବହୁତ ହିଁ ଭଲ ଯୋଡି ଲାଗୁଥିଲେ ଓ ଏମିତି ଲାଗୁଥିଲା କି ଦୁଇ ଜଣ ପରସ୍ପର ପାଇଁ ହିଁ ଗଢା ହୋଇଛନ୍ତି ।

କୁମକୁମ ସିରିୟଲ ପରେ ଜୁହୀ ପରମାର ପ୍ରତି ଘରର ଭଲ ଓ ଫେବେରେଟ ବୋହୁ ହୋଇ ସାରିଥିଲେ । ଏହା ପରେ ବିଗ ବସ ୫ର ବିଜେତା ହୋଇ ସେ ପୁଣି ଥରେ ନିଜର ଲୋକପ୍ରିୟତାକୁ ପ୍ରମାଣିତ କରିଦେଲେ । କହିବାକୁ ଗଲେ ସଚିନ ଓ ଜୁହୀ ପ୍ରଥମ ଥର ସେଟ ଉପରେ ହିଁ ସାକ୍ଷାତ କରିଥିଲେ ଓ ମାତ୍ର ୫ ମାସ ପରସ୍ପରକୁ ଡେଟ କରିବା ପରେ ଦୁଇ ଜଣ ବିବାହ କରିବା ପାଇଁ ନିଷ୍ପତି ନେଇଗଲେ ।

ଜୁହୀ ପରମାର ୨୦୦୯ରେ ଟିଭିର ଅଭିନେତା ସଚିନ ଶ୍ରଫଙ୍କୁ ବିବାହ କରିନେଲେ । ଏହା ପରେ ବର୍ଷ ୨୦୧୩ରେ ଜୁହୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ । କିନ୍ତୁ ବିବାହର କିଛି ବର୍ଷ ପରେ ହିଁ ଦୁଇ ଜଣଙ୍କ ସମ୍ପର୍କରେ ବିବାଦ ଆରମ୍ଭ ହୋଇଗଲା ଓ ୨୦୧୮ରେ ଦୁଇ ଜଣ ଛାଡପତ୍ର ନେଇଗଲେ ।

ପ୍ରଥମେ ପ୍ରଥମେ ଦୁଇ ଜଣ ହିଁ ନିଜର ସମ୍ପର୍କ ଭାଙ୍ଗିବାକୁ ନେଇ କିଛି ବି କହୁ ନ ଥିଲେ । କିନ୍ତୁ କିଛି ସମୟରେ ଜୁହୀ କହିଲେ କି ସଚିନଙ୍କୁ ଭୁଲି ଯିବାର ଅଭ୍ୟାସ ଅଛି । ଅନ୍ୟ ପଟେ ସଚିନ ଜୁହୀଙ୍କୁ ବି ରାଗି ସ୍ଵଭାବର ବୋଲି କହିଲେ । କିନ୍ତୁ ଗୋଟିଏ ଇଣ୍ଟରଭିୟୁରେ ଯେତେବେଳେ ସଚିନ ଏହା କହିଦେଲେ କି ମୁଁ ବିନା ପ୍ରେମ ବାଲା ବିବାହ ବନ୍ଧନରେ ଥିଲି । ମୁଁ ଜୁହୀକୁ ପ୍ରେମ କରୁଥିଲି କିନ୍ତୁ ଜୁହୀ ତରଫରୁ ଏହିଭଳି କିଛି ନ ଥିଲା । ଏହା ପରେ ଜୁହୀ ବି ଚୁପ ରହିଲେ ନାହିଁ । ସେ ବି ନିଜର ଏକ ଓପନ ଲେଟର ଜରିଆରେ ନିଜର ହୃଦୟର କ୍ରୋଧକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଦେଲେ ।

ଜୁହୀ କହିଲେ କି ମୁଁ ଚିନ୍ତାରେ ପଡିଗଲି କି ତୁମେ ମୋ ଉପରେ ଆରୋପ ଲଗାଇଛ । ମୁଁ ଜାଣି ପାରୁ ନାହିଁ କି ମୁଁ କଣ କହିବି । ତୁମେ ମୋ ଉପରେ ଆରୋପ ଲଗାଇ ମୋର ଚରିତ୍ର ଉପରେ ପ୍ରଶ୍ନ କରି ଦେଇଛ । ତୁମେ ବର୍ତମାନ କହୁଛ କି ମୁଁ ତୁମକୁ ପ୍ରେମ କରୁ ନଥିଲି । କିନ୍ତୁ ମୁଁ ତ ଏମିତି କେବେ କିଛି କହି ନାହିଁ । ଏମିତି କହି ତୁମେ ଆମର ବିବାହ ଓ ସମ୍ପର୍କକୁ ବେଜିତ କରୁଛ । ଯଦି ପ୍ରେମ ନ ଥିଲା ତେବେ ୯ ବର୍ଷ ପର୍ଯ୍ୟନ୍ତ ମୁଁ ଏହି ବିବାହରେ କାହିଁକି ରହିଥାନ୍ତି ? ଅମାର ସନ୍ତାନକୁ କାହିଁକି ଜନ୍ମ ଦେଇଥାନ୍ତି । ମୁଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଛି ଓ ଶେଷରେ ମୁଁ ନିଜର ବିବାହ ପାଇଁ କ୍ୟାରିୟର ପର୍ଯ୍ୟନ୍ତ ଛାଡି ଦେଇଛି ।

ବିଗ ବସ ଜିତିବା ପରେ ମୋ ପାଖରେ ବହୁତ ଭଲ ଭଲ ଅଫର ଆସିଥିଲା । କିନ୍ତୁ ତୁମକୁ ଲାଗିଲା କି ବର୍ତ୍ତମାନ ଆମକୁ ନଜିର ସନ୍ତାନ ବିଷୟରେ ପ୍ଳାନ କରିବା ଉଚିତ । ତେବେ ମୁଁ ମନା କରିଲି ନାହିଁ । ସମ୍ପର୍କ ଭାଙ୍ଗି ଯାଇଛି କିନ୍ତୁ ଯେଉଁ ବ୍ୟକ୍ତି ନିଜର ପରିବାରକୁ ଭଲ ପାଉଥିବ ସେ ଏହିଭଳି ଭାବରେ କେବେ ବି ନିଜର ପରିବାରକୁ ବେଜିତ କରିବ ନାହିଁ । ଜୁହୀଙ୍କ ଅନୁସାରେ ନିଜର ଝିଅର ଖର୍ଚ ଦୁଇ ଜଣ ମିଶି ବହନ କରୁଛନ୍ତି । ଏହି କଥାରୁ ପ୍ରମାଣିତ ହୋଇଗଲା କି ଦୁଇ ଜଣଙ୍କ ହୃଦୟର ବ୍ୟଥା ବହୁତ ହିଁ ଗଭୀର ଥିଲା ଓ ସମ୍ପର୍କରେ ବହୁତ ବିବାଦ ଥିଲା । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।