ପ୍ରକୃତରେ କେଉଁଠୁ ଆସିଲା ଏହି ଶୁନଶାନ ଆଇଲ୍ୟାଣ୍ଡ ରେ ୯୦୦ ରହସ୍ୟମୟ ମୂର୍ତ୍ତି?

ଏହି ଦୁନିଆରେ ବହୁତ ରହସ୍ୟମୟ ଜାଗା ରହିଛି ଯାହା ବିଷୟରେ ଜାଣିବା ସହଜ ହୋଇ ନଥାଏ । ସେହି ଜାଗା ଗୁଡିକ ବିଷୟରେ ଜାଣିବା ପରେ ବି ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ । ଆଜି ଆମେ ଆପଣଣଙ୍କୁ ସେମିତି ଏକ ରହସ୍ୟମୟ ଜାଗା ବିଷୟରେ କହିବାକୁ ଯାଉଛୁ ଯାହା କି ବିଚିତ୍ର ମୂର୍ତ୍ତି ପାଇଁ ଜଣା ଯାଇଥାଏ । ଏହା ଦକ୍ଷିଣ ଆମେରିକାରେ ଏଣ୍ଡିଜ ପର୍ବତ ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଥିବା ଚିଲୀ ଦେଶରେ ଥିବା ଇଷ୍ଟର ଆଇଲ୍ୟାଣ୍ଡ । ସେଠାରେ ବର୍ତ୍ତମାନ ମଧ୍ୟ ୯୦୦ ଟି ରହସ୍ୟମୟ ମୂର୍ତ୍ତି ରହିଛି ଯାହା ଆଜି ବି ସେମିତି ରହସ୍ୟ ହୋଇ ରହିଛି ।

ଏହି ମୂର୍ତ୍ତି ଗୁଡିକୁ ‘ମୋଇ’ ନାମରେ ଜଣା ଯାଇଥାଏ । ଏହି ମୂର୍ତ୍ତି ଗୁଡିକର ଓଜନ ୧୦୦ ଟନ ଏବଂ ଲମ୍ବା ୩୦-୪୦ ଫୁଟ ଅଟେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହାକି ସବୁ ମୂର୍ତ୍ତି ଗୁଡିକ ଦେଖିବା ପାଇଁ ଏକା ଭଳି ହୋଇଥାନ୍ତି । ଏହି ମୂର୍ତ୍ତି ଗୁଡିକ ଏତେ ମଝବୁତ ଯେ ଏହାକୁ ଭଙ୍ଗାଯାଇ ପାରେନାହିଁ । ସମସ୍ତେ ଏହା ଭାବିଥାନ୍ତି କି ଏହି ଆଇଲ୍ୟାଣ୍ଡ ରେ କୌଣସି ଲୋକ ରହିବାର ପ୍ରମାଣ ମିଳୁନି ତାହେଲେ ସେଠାରେ ଏହି ମୂର୍ତ୍ତି ଗୁଡିକ କେଉଁଠାରୁ ଆସିଲା ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ବରଂ ଶହ ଶହ ।

କିଛି ଲୋକଙ୍କ କହିବା କଥା କି ଶହ ଶହ ବର୍ଷ ପୂର୍ବରୁ ଏଲିୟନ୍ସ ଏହି ଆଇଲ୍ୟାଣ୍ଡକୁ ଆସିଥିଲେ ଏବଂ ସେମାନେ ହିଁ ଏହି ମୂର୍ତ୍ତି ଗୁଡିକୁ ତିଆରି କରିଥିଲେ ଏବଂ ଏହାକୁ ଏମିତି ଅଧାରୁ ଛାଡି ଚାଲିଯାଇ ଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଥାର କୌଣସି ହେଲେ ପ୍ରମାଣ ମିଳିନାହିଁ । କୁହାଯାଏ କି ଏହି ମୂର୍ତ୍ତି ଗୁଡିକୁ ରାପା ନୁଇ କୁହାଯାଉ ଥିବା ଲୋକମାନେ ବର୍ଷ ୧୨୫୦ ରୁ ୧୫୦୦ ମଧ୍ୟରେ ତିଆରି କରିଥିଲେ ଯେଉଁ ମାନେ କି ଏହି ଇଷ୍ଟର ଆଇଲ୍ୟାଣ୍ଡରେ ରହୁଥିଲେ ।

ସେମାନେ ଏହି ମୂର୍ତ୍ତିକୁ ନିଜର ପୂର୍ବପୁରୁଷ ମାନଙ୍କର ସମ୍ମାନ ଏବଂ ସେମାନଙ୍କୁ ମନେ ପକାଇବା ପାଇଁ ଏହାକୁ ତିଆରି କରୁଥିଲେ । ମୂର୍ତ୍ତି କରିବା ପାଇଁ ସେଠାକାର ସବୁ ଗଛ କଟାଯିବା କାରଣରୁ ସେମାନଙ୍କୁ ସେଠାରେ ରହିବା ପାଇଁ ବହୁତ ଅସୁବିଧା ହେଲା ଏବଂ ସେମାନେ ଏହି କାରଣ ପାଇଁ ହିଁ ଏହି ମୂର୍ତ୍ତି ଗୁଡିକୁ ଅଧା କରି ସେଠାରୁ ଚାଲିଯାଇ ଥିଲେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।