Madhuri Diksit ଙ୍କର ଏହି ଘର ଦେଖିଲେ ଉଡିଯିବ ଆପଣଙ୍କ ହୋସ

ବଲିଉଡ ର ଏଭରଗ୍ରୀନ୍ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଧୁରୀ ଦିକ୍ଷିତ୍ । ସେ ଆଜି ୫୩ ବର୍ଷର ହୋଇଯାଇଥିଲେ ମଧ୍ୟ ଏବେ ବି ତାଙ୍କ ସୌନ୍ଦର୍ଯ୍ୟର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ମାଧୁରୀ ଦିକ୍ଷିତ୍ ଙ୍କ ଜନ୍ମ ୧୫ ମେ ୧୯୬୭ ରେ ମୁମ୍ବାଇରେ ଏକ ମରାଠି ପରିବାରରେ ହୋଇଥିଲା । ତାଙ୍କର ଜଣେ ବଡ଼ ଭଉଣୀ ଓ ଜଣେ ଭାଇ ମଧ୍ୟ ଅଛନ୍ତି । ସେ ଜଣେ ଯେତେ କୁଶଳୀ ଅଭିନେତ୍ରୀ ସେତେ ମେଧାବୀ ଛାତ୍ରୀ ମଧ୍ୟ ଥିଲେ । ମାଇକ୍ରୋବାୟୋଲୋଜି ରେ ନିଜ ପଢା ମଧ୍ୟ ଶେଷ କରିଥିଲେ ।

ସେ ଅଭିନେତ୍ରୀ ହେବାର ଲକ୍ଷ ରଖି ନ ଥିଲେ ମଧ୍ୟ ଭାଗ୍ୟ ତାଙ୍କୁ ଏହି କ୍ଷେତ୍ରରେ ନେଇଆସିଥିଲା । ସେ ଜଣେ ପ୍ରଶିକ୍ଷଣ ପ୍ରାପ୍ତ କଥକ ନୃତ୍ୟଶିଳ୍ପୀ । ସେ ନିଜ ସମୟର ସବୁଠୁ ଅଧିକ ଅର୍ଥ ନେଉଥିବା ଅଭିନେତ୍ରୀ ଥିଲେ । ସେ ୧୯୯୯ ରେ ଡ଼ାଃ ଶ୍ରୀରାମ ନେନେ ଙ୍କୁ ବିବାହ କରି ବଲିଉଡ କୁ ବିଦାୟ ଦେଇ ବିଦେଶ ପଳେଇଥିଲେ । ପୁଣି ଥରେ ୨୦୧୧ ରେ ନିଜ ପୁରା ପରିବାର ସହ ମୁମ୍ବାଇ ଆସି ଯାଇଥିଲେ । ସେବେଠାରୁ ସେ ସେଇଠି ରହୁଛନ୍ତି ଓ କାମ ମଧ୍ୟ କରୁଛନ୍ତି ।

ଆପଣଙ୍କୁ କହି ରଖୁଛୁ ମୁମ୍ବାଇରେ ମାଧୁରୀଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି ଯେଉଁଠି ସେ ନିଜ ସ୍ବାମୀ ଓ ଦୁଇ ପୁଅଙ୍କ ସହ ରୁହନ୍ତି । ସେ ଯେତିକି ସୁନ୍ଦରୀ ତାଙ୍କ ଘର ମଧ୍ୟ ସେତିକି ସୁନ୍ଦର । ସେ ତାଙ୍କ ଘରକୁ ଭିନ୍ନ ଭିନ୍ନ ପେଣ୍ଟିଂ ରେ ସଜାଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ନିଜ ଘରର କିଛି ଭିଡିଓ ଓ ଲିଭିଂ ରୁମ୍ ର କିଛି ଫୋଟୋ ସେୟାର କରିଛନ୍ତି । ସେହି ସବୁରୁ ଦେଖିପାରିବେ ମାଧୁରୀ ତାଙ୍କ ଘରକୁ କେତେ ସୁନ୍ଦର ଭାବେ ସଜାଇଛନ୍ତି ।

ଘରର କାନ୍ଥର ରଙ୍ଗ ଧଳା ରଖିବା ସହ ଭିନ୍ନ ଭିନ୍ନ ସ୍ଥାନରେ ଖାପ ଖାଇଲା ପରି ରଙ୍ଗ କରାଇଛନ୍ତି । ଲିଭିଂ ରୁମରେ ଗୋଟିଏ କୋଣରେ ୩ଟି ଗୀତାର୍ ମଧ୍ୟ ରଖିଛନ୍ତି । ତାଙ୍କର ପୁଅମାନେ ବହୁତ ଭଲ ଗୀତାର୍ ବଜାନ୍ତି । ସେ ନିଜ ସ୍ବାମୀ ଓ ପୁଅ ମାନଙ୍କର ଗୀତାର୍ ବଜାଇବା ଭିଡିଓ ମଧ୍ୟ ଇନଷ୍ଟାଗ୍ରାମ୍ ରେ ପୋଷ୍ଟ୍ କରିଛନ୍ତି । ଘରର ପ୍ରବେଶ ସ୍ଥାନ ମଧ୍ୟ ବହୁତ ସରଳ ଓ ସୁନ୍ଦର ଅଟେ ।

ପ୍ରବେଶ ଦ୍ୱାରରେ ସିକ୍ୟୁରିଟି ପାଇଁ ଏକ ଛୋଟ ସ୍କ୍ରିନ ଓ ଫୋନ ଲାଗିଛି । ଏଥିରୁ ବାହାରୁ କିଏ ଆସିଛନ୍ତି ଜଣା ପଡିଥାଏ । ଆଉ ଛୋଟ ଛୋଟ ସଜାଇବା ଜିନିଷରେ ମଧ୍ୟ ପ୍ରବେଶ ସ୍ଥାନକୁ ଆକର୍ଷଣୀୟ ଭାବେ ସଜାଇଛନ୍ତି । ଏଥିରୁ ଜଣା ପଡେ ଘର ସଜାଇବାରେ ମାଧୁରୀଙ୍କ ବହୁତ ରୁଚି ଥିବା ସହ ସେ ବହୁତ ଭାବିଚିନ୍ତି ନିଜ ଘରକୁ ସଜାଇଛନ୍ତି । ତାଙ୍କ ଘରର ଡାଇନିଂ ଏରିଆ, ଲିଭିଂ ଏରିଆ ସହ ଲାଗିକି ଅଛି । ଡାଇନିଂ ଏରିଆରେ ମଧ୍ୟ ସୁନ୍ଦର ପେଣ୍ଟିଂ ସହ ଅତ୍ୟାଧୁନିକ ଡାଇନିଂ ସାମଗ୍ରୀ ସବୁ ରଖିଛନ୍ତି ଓ ମନଲୋଭା ରଙ୍ଗର ପର୍ଦା ଗୁଡିକ ଲଗାଇଛନ୍ତି ।

ମାଧୁରୀ ପ୍ରଭୁ ଗଣେଶଙ୍କର ବହୁତ ବଡ ଭକ୍ତ ଅଟନ୍ତି । ପ୍ରତି ବର୍ଷ ଗଣେଶ ଚତୁର୍ଥୀ ରେ ସେ ନିଜ ଘରେ ଅତି ଆଡ଼ମ୍ବରରେ ପୂଜାର ଆୟୋଜନ କରନ୍ତି ଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସବୁର ଫୋଟୋ ମଧ୍ୟ ନିଶ୍ଚୟ ସେୟାର କରନ୍ତି । ଆହୁରି ମଧ୍ୟ ନିଜ ଘରକୁ ଇକୋ-ଫ୍ରେଣ୍ଡଲି ଲୁକ ଦେବା ପାଇଁ ଘର ଭିତରେ ଛୋଟ ଛୋଟ ଗଛ ଲଗାଇଛନ୍ତି । ଆଉ ଘରର ଗୋଟିଏ ରୁମ କେବଳ ମାଧୁରୀଙ୍କ ଡ୍ରେସ, ଗହଣା ଓ ଅନ୍ୟାନ୍ୟ ପରିଧାନ ସାମଗ୍ରୀ ପାଇଁ ରହିଛି । ଏହିସବୁ ଦେଖିଲେ ଜାଣି ପାରିବେ ସେ କେତେ ବିଳାସପୂର୍ଣ୍ଣ ଘରେ ବାସ କରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।