ପ୍ରଥମ ଥର ଲିପକିସ କରିବା ପରେ କଙ୍ଗନାଙ୍କ ଅବସ୍ଥା ହେଇଯାଇଥିଲା ଖରାପ, ପୁଅଟି କହିଥିଲା ଏମିତି କଥା!

ବଲୀଉଡର ସବୁଠୁ ବିବାଦିତ ଅଭିନେତ୍ରୀ କଙ୍ଗନା ରନୌତ ନିଜର ଅଭିନୟର ଅଧିକ ନିଜର ବେବାକ ବୟାନ ପାଇଁ ମିଡିଆରେ ଅଧିକ ଚର୍ଚାର ବିଷୟ ହୋଇ ରହିଥାନ୍ତି । ଏହା ମଧ୍ୟରେ ପୁଣି ଥରେ କଙ୍ଗନା ନିଜର ବୟାନ ପାଇଁ ଚର୍ଚାରେ ଆସି ଯାଇଛନ୍ତି । ବର୍ତ୍ତମାନ କଙ୍ଗନା ନିଜର ପ୍ରଥମ କିସ ର ଅନୁଭବ ବିଷୟରେ କହିଛନ୍ତି । ଏହା ସହିତ ସେ ଋତିକ ରୋଶନଙ୍କୁ ନେଇ ବି ପୁଣିଥରେ ଏକ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି । ଆସନ୍ତୁ ଜାଣିବା ବିସ୍ତାର ରୂପରେ ।

କହିବାକୁ ଗଲେ ମିଡିଆର ଏକ ଖବର ଅନୁସାରେ କଙ୍ଗନା ଏକ ୟୁଥ ଫେସ୍ଟରେ ନିଜର ପର୍ଶନାଲ ଲାଇଫ ସହ ଜଡିତ ବହୁତ ରହସ୍ୟ ଖୋଲିଲେ । ଯେଉଁଥିରେ ପ୍ରଥମ କିସ, ରିଲେଶନଶିପ, କ୍ରଶ ଓ ଋତିକ ରୋଶନଙ୍କ ସହ କନ୍ଟ୍ରୋବର୍ସୀ ଜଡିତ ପ୍ରଶ୍ନ ସାମିଲ ଅଛି । ସେ କହିଲେ କି, ମୁଁ ପ୍ରଥମ କିସ କରିବାର ଅଭ୍ୟାସ ନିଜ ହାତ ଉପରେ ହିଁ କରିଥିଲି । ଲୋକମାନଙ୍କ ପାଇଁ ପ୍ରଥମ କିସ ମ୍ୟାଜିକାଲ ହୋଇଥାଏ, କିନ୍ତୁ ମୋ ପାଇଁ ଏହିଭଳି କିଛି ବି ନ ଥିଲା ।

ମୋର ପ୍ରଥମ କିସ ଅଜବ ଥିଲା ଓ ମୋ ପାଇଁ ପ୍ରଥମ କିସର ଅନୁଭବ ବହୁତ ଖରାପ ଥିଲା । ମୁଁ ଫ୍ରିଜ ହୋଇ ଯାଇଥିଲି ଓ ହଲି ପାରୁ ନ ଥିଲି । ସେତେବେଳେ ସେଇ ପୁଅ ମୋତେ କହିଥିଲା କି ଅଳ୍ପ ମୁହଁ ବୁଲାଅ ।

କଙ୍ଗନା ଆଗକୁ କହିଲେ କି, ମୋର ଫାର୍ଷ୍ଟ କ୍ରଶ ମୋର କ୍ଲାସ ଟିଚର ଥିଲା । ସେହି ସମୟରେ କଙ୍ଗନା କେବଳ ୯ମ ରେ ପଢୁଥିଲେ । ସେ ଆଗକୁ କହିଲେ କି, ସେହି ସମୟରେ ‘ଚାଁଦ ଛୁପା ବଦଲ ମେଂ’ ଗୀତ ରିଲୀଜ ହୋଇଥିଲା । ସେତେବେଳେ ମୁଁ ଏକ ଓଢଣି କିଣି ଥିଲି ଓ ଟିଚର ବିଷୟରେ ଇମାଜିନ କରୁଥିଲି ।

କଙ୍ଗନାଙ୍କ ଅନୁସାରେ ଯେତେବେଳେ ଆପଣ ଯୁବ ଅବସ୍ଥାରେ ଥାଆନ୍ତି ସେତେବେଳେ ଆପଣଙ୍କ ହୃଦୟ ଟିଚରମାନଙ୍କ ପାଇଁ ସ୍ପନ୍ଦନ କରୁଥାଏ । କାରଣ ୧୫ ବର୍ଷ ବୟସରେ ପୁଅମାନଙ୍କ ନିଶ ବି ଆସି ନ ଥାଏ । ଏହି କାରଣରୁ ଆପଣ ଟିଚରଙ୍କୁ ଭଲ ପାଇବାକୁ ଲାଗନ୍ତି ।

ଏହା ପରେ ସେ ନିଜର ରିଲେଶନଶିପ ବିଷୟରେ ଖୋଲି କରି ଚର୍ଚା କରିଲେ । ସେ କହିଲେ କି ଯେତେବେଳେ ମୁଁ ଚଣ୍ଡୀଗଢରେ ଥିଲି, ସେତେବେଳେ ମୋତେ ଏକ ପଞ୍ଜାବୀ ପୁଅ ସହ ପ୍ରେମ ହୋଇଥିଲା । ମୋର ବନ୍ଧୁ ସେହି ପୁଅକୁ ଡେଟ କରୁଥିଲା । ଯାହା ପରେ ମୁଁ ବି ସେହି ପୁଅର ବନ୍ଧୁ ହୋଇଗଲି ।

ସେ ପୁଅ ଯେତେବେଳେ ମୋତେ ଦେଖିଲା ତେବେ ସେ କହିଲା କି ତୁମେ ବହୁତ ଛୋଟ ଅଛ ଓ ଏହି କଥା ଶୁଣି ମୋର ହୃଦୟ ଭାଙ୍ଗି ଗଲା । ମୋତେ ଲାଗିଲା କି ମୁଁ ବହୁତ ଆକ୍ରମକ ପ୍ରେମିକା ଅଟେ । ସେହି ସମୟରେ ମୁଁ କେବଳ ୧୭ -୧୮ ବର୍ଷର ଥିଲି ଓ ପୁଅ ୨୮ ବର୍ଷର ଥିଲା ।

କଙ୍ଗନା ଋତିକ ରୋଶନଙ୍କ ସହିତ କନ୍ଟ୍ରୋବର୍ସୀକୁ ନେଇ କରାଯାଇଥିବା ପ୍ରଶ୍ନର ଜବାବ ବି ଦେଲେ । ଦିନେ ଯଦି ଆପଣ ଋତିକ ରୋଶନ ହୋଇ ସକାଳୁ ଉଠିବେ ତେବେ ଆପଣ କଣ କରିବେ ? ଏହାର ଜବାବରେ କଙ୍ଗନା କହିଲେ କି, ଯାହା ବି ମଝିରେ ହୋଇଛି, ଏହା ପରେ ତ ମୁଁ ଋତିକ ରୋଶନ ହୋଇ ଉଠିବି ତେବେ ମୁଁ ସିଧା କଙ୍ଗନାଙ୍କୁ ଫୋନ କରିବି ଓ କହିବି କି ମୁଁ ତୁମ ସହିତ ଭୁଲ କରିଛି, ମୋତେ କ୍ଷମା କରି ଦିଅ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।