ଶସ୍ତା ହେଲା ସୁନା, ଯେତେବେଳେ କି ଚାନ୍ଦି ହେଲା ମହଙ୍ଗା

୨୬ ମେ ମଙ୍ଗଳବାରକୁ ସୁନାର ଦାମ କମି ଯାଇଛି । ଯେତେବେଳେ କି ଚାନ୍ଦିର ଦାମ ବଢିଥିବାର ନଜର ଆସୁଛି । ମଙ୍ଗଳବାର ଦିନ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ୪୭,୦୯୦ ଟଙ୍କାରେ ବିକ୍ରି ହୋଇଛି । ଏହା ପୂର୍ବରୁ ଶୁକ୍ରବାର ଦିନ ସୁନାର ଦାମ ୪୭,୧୦୦ ଟଙ୍କା ଥିଲା । ଅନ୍ୟ ପଟେ ଚାନ୍ଦିର ଦାମ ବହୁତ ଅଧିକ ବଢିଛି । ୯୪୦ ଟଙ୍କା ପ୍ରତି କିଲୋ ସହିତ ଚାନ୍ଦି ୪୭,୯୮୫ ଟଙ୍କାରେ ପହଞ୍ଚି ଯାଇଛି । ଅନ୍ୟ ପଟେ ୨୩ କ୍ୟାରେଟ ଓ ୨୨ କ୍ୟାରେଟ ସୁନାର ଦାମ ବି କମ ହୋଇ ଯାଇଛି ।

ଇଣ୍ଡିଆ ବୁଲିୟନ ଏଂଡ ଜ୍ୱେଲର୍ସ ଆସୋସିଏଶନ ନିଜର ୱେବସାଇଟରେ ସୁନାର ଦାମକୁ ଅପଟେଡ କରିଥାନ୍ତି । କହିବାକୁ ଗଲେ ଏହି ଲକଡାଉନ ମଧ୍ୟରେ ପ୍ରଥମ ଥର ସୁନା ୯ ଏପ୍ରିଲରେ ୪୫,୨୦୧ ଟଙ୍କା ହୋଇ ଏକ ନୂତନ ଶିଖରରେ ପହଞ୍ଚି ଯାଇଥିଲା । ଚାରି ଦିନ ପରେ ଏହି ରେକର୍ଡ ଭାଙ୍ଗି ଗଲା ଓ ୧୩ ଏପ୍ରିଲରେ ସୁନା ପହଞ୍ଚି ଗଲା ୪୬,୦୩୪ ଟଙ୍କା ପ୍ରତି ଦଶ ଗ୍ରାମ ଉପରେ । କହିବାକୁ ଗଲେ ସୁନା ବର୍ତ୍ତମାନ ଦିନରେ ଅଲ ଟାଇମ ନୂଆ କୀର୍ତିମାନ ସ୍ଥାପିତ କରିଛି ।

କିନ୍ତୁ ୧୫ ଏପ୍ରିଲରେ ଏହା ନୂଆ ରେକର୍ଡ କରିଲା । ୧୫ ଏପ୍ରିଲକୁ ସୁନା ୪୬,୫୩୪ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ଅନ୍ୟ ଏକ ରେକର୍ଡ କରି ଦେଲା । ଏହି ରେକର୍ଡ ପୁଣି ୧୬ ଏପ୍ରିଲକୁ ଭାଙ୍ଗି ଗଲା ଓ ୧୦ ଗ୍ରାମ ସୁନାର ଦାମ ୪୬,୯୨୮ ଟଙ୍କା ହୋଇଗଲା । ଏହା ପରେ ୫ ମେ କୁ ସୁନା ୪୭,୦୬୭ ଟଙ୍କାରେ ପହଞ୍ଚି ଏକ ନୂଆ କୀର୍ତିମାନ ସ୍ଥାପିତ କରିଲା । ପୁଣି ଥରେ ଏହି କୀର୍ତିମାନ ବି ୧୮ ମେ କୁ ଭାଙ୍ଗିଗଲା । ସୁନା ୪୭,୮୬୧ ଟଙ୍କାରେ ପହଞ୍ଚି ଗଲା ।

ଏହି ଲକଡାଉନ ମଧ୍ୟରେ ଏକ ଲମ୍ବା ସମୟ ପରେ ସୁନା ଚାନ୍ଦିର କାରୋବାର ପୁଣି ଥରେ ଆରମ୍ଭ ହୋଇଗଲା । ଗ୍ରୀନ ଜୋନରେ ଥିବା ସୁନା ଦୋକାନ ଗୁଡିକ ପୁଣି ଥରେ ନିଜର ଦୋକାନ ଖୋଲିବା ଆରମ୍ଭ କରି ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ସୁନା ଚାନ୍ଦିର ବିକ୍ରି ବହୁତ କମ ହେଉଛି । କିନ୍ତୁ ସୁନା ଦୋକାନୀମାନେ ଆସନ୍ତା ଦିନରେ ସୁନା ଭଲ ବିକ୍ରି ହେବାର ଆଶା କରୁଛନ୍ତି ।

ଗତ ସପ୍ତାହରେ କିଛି ଜିଲ୍ଲାରେ ପ୍ରଶାସନ ଠାରୁ ମଞ୍ଜୁରୀ ମିଳିବା ପରେ କିଛି ସୁନା କାରୋବାରି ମାନେ ନିଜର ଦୋକାନ ଖୋଲିଛନ୍ତି । କିନ୍ତୁ ବିକ୍ରିର ହାର ୨୦ ରୁ ୨୫ ପ୍ରତିଶତ ଅଛି । କିଛି ଲୋକମାନେ କେବଳ ବିବାହ ପାଇଁ ସୁନା କ୍ରୟ କରୁଛନ୍ତି । ଏହା ସହିତ ସୁନାର ଦାମ ଲଗାତାର ବଢୁଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।