ବୟସ 40 ହେଲେ କଣ ପାଇଁ ଏପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି ଓଲିଉଡ ର ଲୋକପ୍ରିୟ ହିରୋଇନ ଲିପି ?

ଟିଭି ସିରିଏଲରେ ଅଭିନୟ କରି କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । କିଛି ଅଭିନେତା ଓ ଅଭିନେତ୍ରୀ ମାନେ ଟିଭି କାର୍ଯ୍ୟ କ୍ରମରେ ନିଜର କ୍ଯାରିଅର ଆରମ୍ଭ କରି ଆଜିକା ଡେଟରେ ବହୁତ ଆଗରେ ଅଛନ୍ତି । ବଲିଉଡ ଠାରୁ ଆହୁରି ଅଧିକ ନାଁ କମେଇ ଟିଭି ସିରିଏଲର କଳାକାର ମାନେ ନିଜ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଲିପିଙ୍କର ଜୀବନୀ ବିଷୟରେ କିଛି ଗୁରୁତ୍ଵପୂର୍ଣ କଥା କହିବାକୁ ଯାଉଛୁ ।

ଟିଭି ଜଗତରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ତାରା ତାରିଣୀ” ସିରିଏଲରେ ଅଭିନେତ୍ରୀ ଲିପି ତାରିଣୀ ଭୂମିକାରେ ଅଭିନୟ କରି ଏହି ସିରିଏଲଟିକୁ ଆଗକୁ ନେବାରେ ମୁଖ୍ୟ ଭୂମିକାରେ ଅଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଏହି ସିରିଏଲଟି ନମ୍ବର ୱାନ ସିରିଏଲ ହୋଇ ପାରିଛି ।

“ତାରା ତାରିଣୀ” ସିରିଏଲରେ ସେ ଅଭିନେତା ରୂପମଙ୍କର ଜଣେ ଭଲ ପ୍ରେମିକା ହେବା ସହ ଜଣେ ଭଲ ସ୍ତ୍ରୀ ହେବାର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି । ଏହି ସିରିଏଲରେ ସେ ତାଙ୍କ ଦୁଇ ଝିଅ ତାରା ଓ ତାରିଣୀଙ୍କର ଭଲ ମା ହେବାର ଭୂମିକା ବେଶ ଭଲ ଭାବେ ନିଭାଇଛନ୍ତି । ଏହା ଛଡା ଅଭିନେତ୍ରୀ ଲିପି ଜଣେ ଭଲ ବୋହୁ, ଭଲ ଝିଅ ହେବାର ମଧ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ।

ବର୍ତ୍ତମାନ ତାରା ତାରିଣୀ ସିରିଏଲର ନାମ ପରିବର୍ତ୍ତନ ହୋଇ ନୂଆ ନାମ “ତାରିଣୀ ଆଖିରେ ତାରା” କରା ଯାଇଛି । ଯେଉଁଥିରେ ଅଭିନେତ୍ରୀ ଲିପିଙ୍କର ଦୁଇ ଝିଅ ତାରା ଓ ତାରିଣୀଙ୍କର ନାମ ଅନୁସାରେ ଏହାର ନୂଆ ନାମକରଣ କରା ଯାଇଛି । ଏହା ବ୍ଯତୀତ ସେ ଅନେକ ଆଲବମରେ ମଧ୍ୟ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କର ସବୁ ଆଲବମ ଗୁଡିକ ଏତେ ହିଟ ହୋଇଥିଲା ଯେ ଏହା ପାଇଁ ସେ ଟିଭି ଜଗତରେ ଅନେକ ପ୍ରଶଂସାର ପାତ୍ର ହୋଇଥିଲେ ।

ଅଭିନେତ୍ରୀ ଲିପିଙ୍କର ବାସ୍ତବ ବା ରିୟଲ ଲାଇଫ ଜୀବନ ବିଷୟରେ କହିବାକୁ ଗଲେ ସେ ତାଙ୍କ ପରିବାର ଲୋକଙ୍କ ସହ ବେଶ ହସ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ସେ ତାଙ୍କର ଫ୍ରୀ ସମୟରେ ଅନ୍ୟକୁ ସାହାଜ୍ଯ କରିବା ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଅଭିନେତ୍ରୀ ଲିପି ବିବାହ କରି ନାହାନ୍ତି । ତାଙ୍କୁ ୪୦ ବର୍ଷ ହୋଇଥିଲେ ମଧ୍ୟ ସେ ଏ ପର୍ଯ୍ଯନ୍ତ ବ୍ୟାଚଲର ଲାଇଫ ସ୍ପେନ୍ଡ କରୁଛନ୍ତି ।

ଏକ ଇଣ୍ଟରବିୟୁରେ ତାଙ୍କର ମ୍ୟାରେଜକୁ ନେଇ ସେ କହିଥିଲେ ଯେ ବର୍ତ୍ତମାନ ଯାଏଁ ତାଙ୍କୁ ଭଲ ଲାଇଫ ପାର୍ଟନର ମିଳି ନାହାନ୍ତି । ତେଣୁ ଯେବେ ତାଙ୍କୁ ତାଙ୍କ ମନ ପସନ୍ଦର ଜୀବନ ସାଥିଟିଏ ମିଳିବ ସେ ବିବାହ କରିବେ ବୋଲି ଲିପି ନିଜ ମତରେ କହିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।