ବଡ ଖୁଲାସା, ଚୀନ WHOକୁ କହିଥିଲା କି କାରୋନାକୁ ନେଇ ଚେତାବନୀ ଡେରୀରେ ଦେବା ପାଇଁ

କରୋନା ଭାଇରସ ଉତ୍ପତ୍ତି ସ୍ଥଳ ପାଇଁ ପ୍ରଥମ ରୁ ହିଁ ପ୍ରଶ୍ନ ର ଘେରା ଭିତରେ ରହି ଆସୁଥିବା ଚୀନ ର ମୁସ୍କିଲ୍ ଏବେ ବଢି ଯାଇଛି । ଏବେ ଜର୍ମାନୀ ର ସମାଚାର ପତ୍ରିକା ଡେର ସ୍ପିଗଲ୍ ଦାବି କରିଛି ଯେ ଚୀନ କରୋନା କୁ ବଢାଇବା ପାଇଁ ବିଶ୍ଵ କୁ ସତର୍କତା ଘୋଷଣା କରିବାକୁ ବିଳମ୍ବ ପାଇଁ ବିଶ୍ଵ ସଂସ୍ଥା ସଂଗଠନ(ଡବ୍ଲ୍ୟୁଏଚଓ) ପାଖରେ ନିବେଦନ କରିଥିଲା । ପତ୍ରିକା ଅନୁସାରେ ଏଥିପାଇଁ ଚୀନ ର ରାଷ୍ଟ୍ରପତି ଶୀ ଜିନପିଙ୍ଗ୍ ନିଜେ ହୁ (ଡବ୍ଲ୍ୟୁଏଚଓ) ର ପ୍ରମୁଖ ଟେଡ୍ରୋସ୍ ଏଡହ୍ୟାନମ କୁ ଫୋନ କରିଥିଲେ ।

ଏଥିରେ ସେ ତାଙ୍କୁ ନିବେଦନ କରିଥିଲେ କି ସତର୍କତା ଜାରି କରିବାକୁ ବିଳମ୍ବ କରନ୍ତୁ ପତ୍ରିକା ରେ ଜର୍ମାନୀର ଫେଡରାଲ ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଏହା ଦାବି କରାଯାଉଛି । ପତ୍ରିକା ଅନୁସାର ଏହି ମାରାତ୍ମକ ରୋଗ ବ୍ୟାପିବା କୁ ନେଇ ଜାନୁୟାରୀ ରେ ଚୀନ ର ରାଷ୍ଟ୍ରପତି ଟେଡ୍ରୋସଙ୍କ ସହିତ ଏହି ବିଷୟରେ ଆଲୋଚନା କରିଥିଲେ ।

ଏହି ପତ୍ରିକାର ରିପୋର୍ଟକୁ ଡବ୍ଲ୍ୟୁଏଚଓ ଖଣ୍ଡନ କରିଛି । ସଂଗଠନ ଗୋଟିଏ ପରେ ଗୋଟିଏ ଟ୍ୱିଟ଼ କରି କହିଛି କି ଜିନ୍ ପିଙ୍ଗ୍ ଓ ଟେଡ୍ରୋସ୍ ମଧ୍ୟରେ କେବେ ବି ଏହା ବିଷୟ ରେ ଆଲୋଚନା ହୋଇନାହିଁ । ଏହିଭଳି ଭୁଲ ରିପୋର୍ଟ୍ ଯୋଗୁଁ କୋଭିଡ-19 ମହାମାରୀ ରୁ ଲଢିବା ପାଇଁ ଡବ୍ଲ୍ୟୁଏଚଓ ଏବଂ ବିଶ୍ଵ ର ଚେଷ୍ଟା କୁ ଆଘାତ ପହଞ୍ଚାଉଛି । ଏହା ପୂର୍ବରୁ ଆମେରିକା ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ଵ ସଂସ୍ଥା ସଂଗଠନ ଉପରେ ସାଂଘାତିକ ଆରୋପ କରିଥିଲା । ଏମିତିକି ଡବ୍ଲ୍ୟୁଏଚଓ ଏହି ଆରୋପ କୁ ମଧ୍ୟ ଖଣ୍ଡନ କରିଛି ।

ବିଶ୍ଵ ସଂସ୍ଥା ସଂଗଠନ କହିଥିଲା ଯେ ଚୀନ 20 ଜାନୁୟାରୀରେ କରୋନା ଭାଇରସ ଗୋଟେ ମନୁଷ୍ୟ ରୁ ଆଉ ଗୋଟେ ମନୁଷ୍ୟକୁ ସଙ୍କ୍ରମିତ ହେଉଥିବା ସୂଚନା ଦେଇଥିଲେ । ଡବ୍ଲ୍ୟୁଏଚଓ 22 ଜାନୁୟାରୀ ରେ କହିଥିଲେ ସଂକ୍ରମଣ ହିସାବରେ ଜଣାପଡିଛି ଯେ ଏହି କରୋନା ଭାଇରସ ଜଣଙ୍କ ଠାରୁ ଅନ୍ୟ ଜଣ କୁ ସଂକ୍ରମିତ ହେଇଛି ।

ମାର୍ଚ ମାସରେ ଏମାନେ କରୋନା ଭାଇରସ କୁ ମହାମାରୀ ଘୋଷଣା କରିଦେଲେ । ଉଲ୍ଲେଖନୀୟ ଅଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଡବ୍ଲ୍ୟୁଏଚଓ କୁ କରୋନା ଭାଇରସ ବିଷୟରେ ଲୁଚାଇଥିବା ଆରୋପ ଲଗାଇ ଥିଲେ । ଆମେରିକା ବିଶ୍ଵ ସଂସ୍ଥା ସଂଗଠନ କୁ ଚୀନ ର ପ୍ରଚାର ତନ୍ତ୍ର ର ଏକ ହତିଆର ବୋଲି କହି ଆସିଛି । ଏମାନେ ତାଙ୍କୁ ଆମେରିକା ତରଫରୁ ଦିଆ ଯାଉଥିବା ସାହାର୍ଯ୍ଯ କୁ ମଧ୍ୟ ସ୍ଥଗିତ କରି ଦିଆଯାଇଛି ।