ଜେଜେମା – ଆଈ ହେବା ବୟସରେ ଏହି ବଲୀଉଡ ଅଭିନେତ୍ରୀମାନେ କଲେ ବିବାହ, ନମ୍ବର ୪ ତ ୬୦ ବର୍ଷ ବୟସରେ କଲେ ବିବାହ

ବାହାଘର ସମସ୍ତଙ୍କ ଜୀବନରେ ମହତ୍ଵ ରଖିଥାଏ ଏବଂ ଏହା ସମସ୍ତଙ୍କ ଜୀବନର ସବୁଠୁ ମହତ୍ଵପୂର୍ଣ ନିଷ୍ପତି ହୋଇଥାଏ । ବାହାଘରର ଭୁଲ ନିଷ୍ପତି କେବଳ ଦୁଇ ବ୍ୟକ୍ତିକୁ ନୁହେଁ ପୁରା ପରିବାରକୁ ଖରାପ କରିଦେଇ ଥାଏ । ସେଥିପାଇଁ ବାହାଘରର ଏହି ନିଷ୍ପତି ଭାବିଚିନ୍ତି ନେବା ଉଚିତ । ଆମେ ସମସ୍ତେ ଜାଣିଛୁ କି ବାହା ହେବା ପାଇଁ ଗୋଟିଏ ସଠିକ ବୟସ ଥାଏ ।

ଯଦି ଝିଅମାନଙ୍କର କଥା କହିବୁ ତେବ ସେମାନେ ଯଦି ୩୦ ବର୍ଷ ପୂର୍ବରୁ ବାହା ହୋଇଯିବେ ତେବେ ସେମାନଙ୍କ ପାଇଁ ଭଲ ହେବ । କିନ୍ତୁ ବଲୀଉଡ ଅଭିନେତ୍ରୀଙ୍କ ବାହାଘରର କୌଣସି ସଠିକ ବୟସ ନାହିଁ । ସେମାନଙ୍କର ଯେବେ ମନ କରେ ସେମାନେ ସେତେବେଳେ ହିଁ ବାହା ହୁଅନ୍ତି । ଆଜିର ଏହି ପୋଷ୍ଟରେ ବଲୀଉଡର ୫ଟି ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ୪୦ ବର୍ଷ ବୟସ ପରେ ବାହା ହୋଇ ଛନ୍ତି ।

ଉର୍ମିଲା ମାତୋଂଡକର

ବଲୀଉଡର ରଙ୍ଗିଲା ଗର୍ଲ ଉର୍ମିଲା ମୋହସିନ ଅଖତର ମୀରଙ୍କ ସହିତ ୨୦୧୬ରେ ବାହା ହୋଇଛନ୍ତି । ମୋହସିନ ଏକ ମଡେଲ ଅଟନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବ କି ଉର୍ମିଲା ୪୨ ବର୍ଷ ବୟସରେ ବାହା ହୋଇଛନ୍ତି ।

ପ୍ରିତି ଜିଂଟା

ବଲୀଉଡର ଡିଂପଲ ଗର୍ଲ ପ୍ରିତି ଜିଂଟା ଜେନେ ଗୁଡଇନଫଙ୍କ ସହିତ ବାହା ହୋଇଛନ୍ତି । ବହୁତ ଦିନ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିବା ପରେ ସେମାନେ ବାହା ହୋଇଥିଲେ । ଆମେ କହିଦେଉଛୁ ଯେ ପ୍ରିତି ୪୧ ବର୍ଷ ବୟସରେ ବାହା ହେବା ପାଇଁ ନିଜ ମନ ବନାଇଥିଲେ ।

ନୀନା ଗୁପ୍ତା

୮୦ ଦଶକରେ ଯେତେବେଳ ୱେସ୍ଟ ଇଂଡୀଜର କ୍ରିକେଟର ବିବିୟନ ରିଚର୍ଡ କୈରିବିୟନ ଟୀମ ସହିତ ଇଣ୍ଡିଆ ଟୁରରେ ଆସିଥିଲେ ସେତେବେଳେ ଗୋଟିଏ ଫଙ୍କସନରେ ନୀନା ଗୁପ୍ତାଙ୍କ ସହିତ ତାଙ୍କର ଦେଖା ହୋଇଥିଲା ଏବଂ କିଛି ଦିନ ମଧ୍ୟରେ ସେମାନେ ପରସ୍ପରକୁ ଭଲ ପାଇଲେ କିନ୍ତୁ ବିବିୟାନ ପୂର୍ବରୁ ହିଁ ବିବାହିତ ଅଟନ୍ତି । ଏହା ପରେ ନୀନା ଗୁପ୍ତା ୪୯ ବର୍ଷରେ ବୟସରେ ବିବେକ ମେହରାଙ୍କ ସହିତ ବାହା ହୋଇଥିଲେ ।

ସୁହାସିନୀ ମୁଲେ

ସୁହାସିନୀ ମୁଲେ ବଲୀଉଡର ଛୋଟ ପରଦାର ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଆପଣଙ୍କୁ କହିଦେଉଛୁ ଯେ ସେ ୨୦୧୧ରେ ୬୦ ବର୍ଷ ବୟସରେ ମୁମ୍ବାଇର ଜଣେ ଡାକ୍ତର ଅତୁଲ ଗୁର୍ଟୂଙ୍କୁ ବାହା ହୋଇଥିଲା । ସମସ୍ତେ ତାଙ୍କର ଏହି ନିଷ୍ପତି ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଲୀଜା ରେ

ଫିଲ୍ମ “କସୁର” ରେ ନିଜର କ୍ଯାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଲୀଜା ରେ କୈଂସର ଭଳି ଗମ୍ଭୀର ରୋଗରୁ ବଞ୍ଚି ଆଜି ଏକ ସ୍ଵସ୍ଥ ଜୀବନ ବିତାଉଛନ୍ତି । ସେ ୪୧ ବର୍ଷ ବୟସରେ ଜୈସନ ଦେହନୀ ସହ ବାହା ହୋଇଥିଲେ ।