ଫିଲ୍ମରେ ଫ୍ଲପ ହେବା ପରେ ଏହି ସବୁ କାମ କରି ନିଜର ଜୀବନ ବିତାଉଛନ୍ତି ଏହି ୪ ଜଣ ବଲୀଉଡ ଅଭିନେତ୍ରୀ

ବଲୀଉଡ ଇଣ୍ଡଷ୍ଟ୍ରି ଏତେ ବଡ ଅଟେ କି ସେଠି ସମସ୍ତେ ଗୋଟିଏ ସଫଳ ଅଭିନେତା ହେବାର ସ୍ଵପ୍ନ ନେଇ ଆସିଥାନ୍ତି, କିନ୍ତୁ ସେହି ସଂଘର୍ଷ ଭିତରେ କିଛି ଲୋକ ସଫଳତା ସିଢିରେ ଚଢି ଯାଆନ୍ତି ଏବଂ କିଛି ଲୋକମାନେ ଏଥିରେ ପଛରେ ରହି ଯାଆନ୍ତି । ଅନ୍ୟ କିଛି ଲୋକମାନେ ଏଥିରେ ସାମିଲ ତ ହୋଇଥାନ୍ତି କିନ୍ତୁ କେତେବେଳେ ଯେ ପଛରେ ରହି ଯାଆନ୍ତି ତାହ ଜଣା ପଡେ ନାହିଁ ।

ଆଜି ଆମେ ବଲୀଉଡର କିଛି ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବଲୀଉଡକୁ ଆସିଲେ କିନ୍ତୁ ଫ୍ଲପ ହୋଇଗଲେ । ବର୍ତ୍ତମାନ ଚିନ୍ତାର କଥା ଏହା ଅଟେ କି ଯଦି ଏହି ଅଭିନେତ୍ରୀ ମାନେ ଫିଲ୍ମରେ ସଫଳତା ପାଇଲେ ନାହିଁ ତେବେ ଏମାନେ ବର୍ତ୍ତମାନ ନିଜର ଭରଣ ପୋଷଣ କେମିତି କରୁଛନ୍ତି ?

ଏଲୀ ଅବରାମ

Image courtesy: Google

ଏଲୀ ଅବରାମ ଏକ ଗ୍ରୀକ ଅଭିନେତ୍ରୀ ଅଟନ୍ତି ଏବଂ ବଲୀଉଡରେ ସେ ‘ମିକି ବାୟରସ’ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମେ ତାଙ୍କୁ ସମସ୍ତେ ପସନ୍ଦ କରିବାକୁ ଲାଗିଲେ ଏବଂ ସେ ବିଗ ବସ ମଧ୍ୟ ଜିତିଛନ୍ତି । ଏହା ସତ୍ବେ ସେ ବଲୀଉଡରେ ସେମିତି ଖାସ କମାଲ କରି ପାରିଲେ ନାହିଁ । ବର୍ତ୍ତମାନ ସେ ଇଭେଣ୍ଟ ମାନଙ୍କରେ ପର୍ଫୋମ କରୁଛନ୍ତି ଏବଂ ସେଥିପାଇଁ ତାଙ୍କୁ ୩ ରୁ ୮ ଲକ୍ଷ ଟଙ୍କା ମିଳୁଛି ।

ଗୌହର ଖାନ

Image courtesy: Google

ଗୌହର ଖାନ ବଲୀଉଡର ଜଣାଶୁଣା ଅଭିନେତ୍ରୀ, ମଡେଲ ଏବଂ ବହୁତ ଶୋରେ ସେ ହୋସ୍ଟ ମଧ୍ୟ କରିଛନ୍ତି । ସେ ବିଗ ବସରେ ମଧ୍ୟ ନଜର ଆସିଛନ୍ତି ଏବଂ ସେହି ଶୋର ବିଜେତା ମଧ୍ୟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଗୌହର ଖାନଙ୍କ ହାତରେ କୌଣସି ଫିଲ୍ମ ନାହିଁ କି ଶୋ ମଧ୍ୟ ନାହିଁ । ଏହି ସମୟରେ ସେ ଇଭେଣ୍ଟ ମାନଙ୍କରେ ପର୍ଫୋମ କରିବା ପାଇଁ ୬ ଲକ୍ଷ ରୁ ୧୨ ଲକ୍ଷ ଟଙ୍କା ନେଉଛନ୍ତି ।

ନେହା ଧୂପିୟା

Image courtesy: Google

ବର୍ତ୍ତମାନ ହିଁ ଚୁପଚାପରେ ବାହା ହୋଇଗଲେ ଏବଂ ଗୋଟିଏ ପିଲାର ମା ମଧ୍ୟ ହୋଇଯାଇଥିବା ନେହା ଧୂପିୟାଙ୍କର ଫିଲ୍ମି ଜୀବନ ଠିକ ଠାକ ହିଁ ଥିଲା । ନେହା ବହୁତ ଫିଲ୍ମରେ କାମ କରିଛନ୍ତି କିନ୍ତୁ ତାଙ୍କୁ ସେମିତି କିଛି ଖାସ ସଫଳତା ମିଳିନାହିଁ । ଯାହା ଫଳରେ ନେହା ଫିଲ୍ମ ଦୁନିଆରୁ ଦୂରେଇ ଗଲେ । ବର୍ତ୍ତମାନ ନେହା କେତେକ ରିଏଲିଟୀ ଶୋରେ ଜଜ ଏବଂ ମେଣ୍ଟର ରୂପରେ ନଜର ଆସୁଛନ୍ତି ଏବଂ ଏହା ସହିତ ସେ ଏକ ଚାଟ ଶୋକୁ ହୋସ୍ଟ ମଧ୍ୟ କରୁଛନ୍ତି ।

ଚିତ୍ରାଂଗଦା ସିନ୍ହା

Image courtesy: Google

ବଲୀଉଡର ହଟ ଅଭିନେତ୍ରୀ ଚିତ୍ରାଂଗଦା ସିନ୍ହା ବହୁତ ଫିଲ୍ମରେ କାମ କରିଛନ୍ତି କିନ୍ତୁ ତାଙ୍କୁ ସେମିତି କିଛି ସଫଳତା ମିଳିନାହିଁ । ବର୍ତ୍ତମାନ ସେ ଇଭେଣ୍ଟ କରୁଛନ୍ତି ଯାହାପାଇଁ ପାଖାପାଖି ସେ ୧୫ ଲକ୍ଷ ଟଙ୍କା ନେଉଛନ୍ତି । ଏବଂ ଇଭେଣ୍ଟ ମାନଙ୍କରେ ପର୍ଫୋମ କଲେ ୧୫ – ୧୮ଲକ୍ଷ ଟଙ୍କା ନେଉଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।