ଯେତେବେଳେ Silpa Shetty ଙ୍କ ଫୋନ ରୁ ତାଙ୍କ ମା’ଙ୍କୁ ଯାଇଥିଲା ମେସେଜ, ଲେଖା ହୋଇଥିଲା – “ମୁଁ Raj Kundra ଙ୍କ ଠାରୁ ଡିଭୋର୍ସ ନେଉଛି… ଆଉ ତା’ ପରେ

ଏବେ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଖୁବ ଚର୍ଚ୍ଚାରେ ଅଛନ୍ତି । ଶିଳ୍ପାଙ୍କ ସ୍ଵାମୀ ତଥା ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଫିଲ୍ମ ତିଆରି କରିବା ଓ ସେଗୁଡିକୁ ଆପ୍ ଜରିଆରେ ଲୋକଙ୍କ ପାଖେ ପହଞ୍ଚାଇବା ମାମଲାରେ ଗିରଫ କରିଛି ମୁମ୍ବାଇ ପୋଲିସ ।

୨୩ ଜୁଲାଇରେ ତାଙ୍କୁ କୋର୍ଟରେ ହାଜିର କରିବା ପରେ କୋର୍ଟ ତାଙ୍କ ଅବଧିକୁ ୨୭ ତାରିଖ ଯାଏ ବଢାଇ ଦେଇଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ସ୍ବାମୀଙ୍କ କଳା କାରନାମା ପାଇଁ ଶିଳ୍ପା ସେଟ୍ଟୀ ମଧ୍ୟ ଖୁବ ବଦନାମ ହେଉଛନ୍ତି ଓ ତାଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଖୁବ କଟୁ କଥା ଶୁଣିବାକୁ ପଡୁଛି । ଶିଲ୍ପା ଓ ରାଜ କୁନ୍ଦ୍ରାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ମାହୋଲ ଗରମ ଅଛି ଓ ଏହି ଦମ୍ପତ୍ତିଙ୍କ ଉପରେ ବିଭିନ୍ନ ପ୍ରକାର ମିମ୍ସ ମଧ୍ୟ ତିଆରି ହେଉଛି । ଏହି କେସ ସାମନାକୁ ଆସିବା ପରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କୁ ନେଇ ବିଭିନ୍ନ ପ୍ରକାର କଥା ଉଠୁଛି ।

ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ ଆଲୋଚନା ହେଉଛି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯେତେବେଳେ ଶିଳ୍ପା ସେଟ୍ଟୀଙ୍କ ଫୋନରୁ ତାଙ୍କ ମା ଙ୍କୁ ମେସେଜ ଯାଇଥିଲା କି, ‘ରାଜ ଓ ମୋ ଭିତରେ କିଛି ଠିକ ନାହିଁ, ଆମର ସବୁବେଳେ ଝଗଡା ହେଉଛି ଓ ମୁଁ ଏବେ ରାଜଙ୍କ ଠୁ ଛାଡପତ୍ର ନେବାକୁ ଚାହୁଁଛି’ । ଏହିପରି ମେସେଜ ପାଇବା ପରେ ଶିଳ୍ପାଙ୍କ ମା ଙ୍କୁ ଖୁବ ବଡ ଝଟକା ଲାଗିଥିଲା ଓ ସେ ଖୁବ ବ୍ୟସ୍ତ ହୋଇ ପଡିଥିଲେ ।

ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଶିଳ୍ପା ସେଟ୍ଟୀ ଟିଭି ରିୟାଲିଟି ଶୋ ‘ସୁପର ଡାନ୍ସର’ ସେଟ ରେ ଥିବା ବେଳେ ତାଙ୍କ ସହ ଏକ ବହୁତ ବଡ ମଜାକ କରା ଯାଇଥିଲା । ଶିଳ୍ପାଙ୍କ ସହ ଶୋ ରେ ଜଜ୍ ସିଟରେ ଅନୁରାଗ ବାସୁ ଓ ଗୀତା କପୁର ମଧ୍ୟ ନଜର ଆସନ୍ତି । ଠାରେ ଗୀତା କପୁର ଓ ଅନୁରାଗ ବାସୁ ମିଶି ଶିଳ୍ପାଙ୍କ ସହ ଫ୍ରାଙ୍କ କରିଥିଲେ। ୨୦୧୯ରେ ସୁପର ଡାନ୍ସର ଶୋ ର ତୃତୀୟ ସିଜିନ ଚାଲିଥିଲା ଓ ସେହି ଏପିସୋଡରେ ଅତିଥି ହୋଇ ଆସିଥିଲେ ହିନ୍ଦୀ ସିନେମାର ପ୍ରସିଦ୍ଧ କୋରିଓଗ୍ରାଫର ଓ ଡାଇରେକ୍ଟର ଫାରା ଖାନ ।

ଫାରା ଖାନ ମଧ୍ୟ ଜଜ୍ ଭାବେ ହିଁ ଶୋ ରେ ଏଣ୍ଟ୍ରି କରିଥିଲେ । ସେତେବେଳେ ଶିଳ୍ପା ସେଟ୍ଟୀଙ୍କୁ ପଚରା ଯାଇଥିଲା କି, ତାଙ୍କ ସ୍ବାମୀଙ୍କ କେଉଁ ଅଭ୍ଯାସ ତାଙ୍କୁ ବିଲକୁଲ ଭଲ ଲାଗେ ନାହିଁ ? ଯେତେବେଳେ ଶିଳ୍ପା ପ୍ରଶ୍ନର ଉତ୍ତର ଦେଉଥିଲେ ସେହି ସମୟରେ ଅନୁରାଗ ବାସୁ ଓ ଗୀତା କପୁର, ଶିଳ୍ପାଙ୍କ ଫୋନ ନେଇ ତାଙ୍କ ମା ଙ୍କୁ ସେହି ପ୍ରକାର ମେସେଜ ପଠାଇ ଦେଇଥିଲେ । ସେପଟେ ତାଙ୍କ ମା ଏପରି ମେସେଜ ପାଇ ଚିନ୍ତାରେ ପଡି ଯାଇଥିଲେ ଓ ଶିଳ୍ପାଙ୍କୁ ତୁରନ୍ତ ଫୋନ କରିଥିଲେ ।

ଶିଳ୍ପାଙ୍କୁ ଏହି ବିଷୟରେ ଜଣା ନ ଥିଲା କି ତାଙ୍କ ସହ କଣ ହୋଇଛି ବୋଲି । ତେବେ କଥା ଗମ୍ଭୀର ହେବାକୁ ଯାଉଛି ଦେଖି ଅନୁରାଗ ଓ ଗୀତା ପ୍ରାଙ୍କ କରିଥିବା କଥା ତାଙ୍କୁ କହିଲେ । ଏହା ପରେ ଶିଳ୍ପା କହିଥିଲେ କି ଯଦି କେବେ ମୋ ଫୋନରୁ ଏମିତି ମେସେଜ ଯାଏ କି ମୁଁ ପ୍ରେଗନେଣ୍ଟ ଅଛି କିମ୍ବା ଡିଭୋର୍ସ ନେବାକୁ ଚାହୁଁଛି ତେବେ ବୁଝିଯିବ କି ଏହା ପ୍ରାଙ୍କ ଅଟେ, କାରଣ ଅନୁରାଗ ଦାଦା ସେଟରେ ଅଛନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।