Kiara Advaniଙ୍କ ଏମିତି ସବୁ କାମ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

କହିବାକୁ ଗଲେ ବର୍ତ୍ତମାନ ସମୟରେ ବଲୀଉଡର ଅଭିନେତ୍ରୀ କିୟାରା ଆଡବାଣୀ ନିଜର ଲୁକ ଓ ବୋଲ୍ଡ ଫଟୋସୁଟକୁ ନେଇ ବହୁତ ଚର୍ଚାରେ ଅଛନ୍ତି । ୨୦୧୪ରୁ ଫିଲ୍ମ ‘ଫଗଲୀ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ କିୟାରା ଆଡବାଣୀ ଆଜି ବଲୀଉଡରେ ସଫଳ ଅଭିନେତ୍ରୀମାନଙ୍କ ଅମଧ୍ୟରେ ସାମିଲ ହୋଇଯାଇଛନ୍ତି । ତାଙ୍କର କ୍ୟାରିୟରର ପ୍ରଥମ ଫିଲ୍ମ ଫ୍ଲପ ହୋଇଥିଲା କିନ୍ତୁ ତାଙ୍କର କ୍ୟାରିୟରର ଦ୍ଵିତୀୟ ଫିଲ୍ମ ସୁପରହିଟ ହୋଇଥିଲା ।

କିନ୍ତୁ କିୟାରା ଆଡବାଣୀଙ୍କ ସହିତ ଜଡିତ କିଛି ଏମିତି ବି ରହସ୍ୟ ଅଛି ଯେଉଁଥିରେ ଏହି ଗୋଟିଏ କଥା ସବୁଠୁ ଅଧିକ ଆଶ୍ଚର୍ଯ୍ୟ କର ଥିଲା କି କିୟାରା ଆଡବାଣୀଙ୍କୁ ବଲୀଉଡରେ ପ୍ରଥମ ବ୍ରେକ ସଲମାନ ଖାନ କାରଣରୁ ମିଳିଥିଲା ।

କାରଣ ସଲମାନ ନିଜ ସମୟରେ ପ୍ରସିଦ୍ଧ ମଡ଼େଲ ସାହିନ ଜାଫିରଙ୍କୁ ଡେଟ କରୁଥିଲେ ଯିଏକି ସମ୍ପର୍କରେ କିୟାରା ଆଡବାଣୀଙ୍କ ମାଉସୀ ଅଟନ୍ତି । ଏହା ସହିତ ତାଙ୍କର ଆଉ ଏକ କଥା ବହୁତ ଆଶ୍ଚର୍ଯ୍ୟ କର ଥିଲା କି ସେ ବଲୀଉଡରେ ଡେବ୍ୟୁ କରିବା ପୂର୍ବରୁ ହିଁ ନିଜର ନାଁ ବଦଳି ଦେଇଥିଲେ ଓ ଏହା ପଛରେ କାରଣ ବିଷୟରେ କିୟାରା କହିଥିଲେ କି ତାଙ୍କର ପ୍ରଥମ ନାମ ଆଳିୟା ଆଡବାଣୀ ଥିଲା ଯାହାକି ଅଭିନେତ୍ରୀ ଆଳିୟା ଭଟ୍ଟଙ୍କ ନାଁ ସହ ମିଶି ଯାଉଥିଲା । ସେଥିପାଇଁ ସେ ନିଜର ନାଁ ଚେଞ୍ଜ କରିଦେଲେ ।

ଆପଣଙ୍କୁ କହିଦେଉଛୁ କି କିୟାରା ଆଡବାଣୀ ବେଳେ ବେଳେ ନିଜର ବୟାନ ଯୋଗୁ ବି ଚର୍ଚାରେ ଆସି ଯାଆନ୍ତି । ଏହା ଛଡା ଆପଣ କିୟାରା ଆଡବାଣୀ ସେହି ନ୍ୟୁଡ ଫଟୋକୁ ତ ନିଶ୍ଚିତ ଦେଖିଥିବେ । କହିବାକୁ ଗଲେ ଏହି ଫଟୋରେ କିୟାରା ଆଡବାଣୀ କେବଳ ଗୋଟିଏ ପତ୍ର ଦ୍ଵାରା ନିଜର ଶରୀରକୁ ଢାଙ୍କି ଥିବାର ନଜର ଆସୁଥିଲେ । ଏହି ଫଟୋ ସାମ୍ନାକୁ ଆସିବା ପରେ କିୟାରା ଆଡବାଣୀଙ୍କୁ ନେଇ ବହୁତ ହଙ୍ଗାମା ବି ଆରମ୍ଭ ହୋଇ ଯାଇ ଥିଲା ।

ଏହା ସହିତ କିୟାରା ଆଡବାଣୀ ପ୍ରାୟତଃ ନିଜର ଛୋଟ ଡ୍ରେସ ପାଇଁ ଟ୍ରୋଲ ହେଉଥାନ୍ତି । ଯଦି ବର୍ତ୍ତମାନ ସମୟ ବିଷୟରେ କହିବା ତେବେ କିୟାରା ଆଡବାଣୀ ନିଜର ଆସନ୍ତା ଫିଲ୍ମ ‘ଲକ୍ଷ୍ମୀ ବମ୍ବ’କୁ ନେଇ ବହୁତ ଚର୍ଚାରେ ଅଛନ୍ତି । ଯଦି ତାଙ୍କର କ୍ୟାରିୟର ବିଷୟରେ କହିବା ତେବେ ତାଙ୍କର ପ୍ରଥମ ଫିଲ୍ମ ଫ୍ଲପ ରହିଥିଲା । କିନ୍ତୁ ତାଙ୍କର ଦ୍ଵିତୀୟ ଫିଲ୍ମ ‘ଏମଏସ ଧୋନୀ’ ହିଟହୋଇଥିଲା ଓ ଏହି ଫିଲ୍ମ ପାଇଁ ତାଙ୍କର ବହୁତ ପ୍ରଶଂସା ବି କରାଯାଇଥିଲା ।

କିନ୍ତୁ ତାଙ୍କୁ ଅସଲ ପରିଚୟ ୨୦୧୮ରେ ରିଲିଜ ହୋଇଥିବା ତାଙ୍କର ଫିଲ୍ମ ଲଷ୍ଟ ଷ୍ଟୋରିରୁ ମିଳିଥିଲା । ଏହି ସର୍ଟ ଫିଲ୍ମରେ କିୟାରା ଆଡବାଣୀ ବହୁତ ବୋଲ୍ଡ ସିନ ଦେଇଥିଲେ ଯାହାକୁ ନେଇ ବି ସେ ବହୁତ ଚର୍ଚାରେ ବି ଆସି ଯାଇଥିଲେ । ଏହା ପରେ ତାଙ୍କର ୨୦୧୯ରେ ଆସିଥିବା ତାଙ୍କର ଫିଲ୍ମ କବୀର ସିଂହରେ ବି କିୟାରା ଆଡବାଣୀ ସାହିଦ କପୁରଙ୍କ ସହ ବହୁତ ବେଡ ସିନ ଓ ଲୀପଲକ ସିନ ଦେଇଥିଲେ । ଏହି ଫିଲ୍ମ ପର ଠାରୁ ହିଁ ସେ ବଲୀଉଡରେ ଜଣେ ଜଣା ଶୁଣା ଅଭିନେତ୍ରୀ ହୋଇଗଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।