ଡାଇବେଟିସ ରୋଗୀ ମାନଙ୍କୁ ଭୁଲ ରେ ବି ଖାଇବା କଥା ନୁହେଁ ଏହି ସବୁ ଖାଦ୍ୟ, ଏହା ଆପଣଙ୍କ ପାଇଁ ବିଷ ସହ ସମାନ

ବର୍ତ୍ତମାନ ବହୁତ ଲୋକ ଡାଇବେଟିସ ରୋଗର ଶିକାର ହେଉଛନ୍ତି । ଆଜିକାଲି ଏହା ଏକ ସାମାନ୍ୟ ରୋଗ ହୋଇ ଗଲାଣି । ପ୍ରତ୍ୟେକ ଘରେ ଆପଣଙ୍କୁ ନିଶ୍ଚିତ ଭାବରେ ଡାଇବେଟିସ ରୋଗୀ ମିଳିଯିବେ। ବ୍ୟକ୍ତିର ବଦଳୁଥିବା ଜୀବନ ଶୈଳୀ କାରଣରୁ ଡାଇବେଟିସ ରୋଗ ବଢୁଛି । ଏହି ରୋଗ ଶୁଣିବାକୁ ତ ସାଧାରଣ ଲାଗୁଛି କିନ୍ତୁ ଏହା ବହୁତ ଭୟଙ୍କର ହୋଇଥାଏ।

ଡାଇବେଟିସରେ ପୀଡିତ ବ୍ୟକ୍ତିଙ୍କର ବ୍ଲଡ ସୁଗାରର ସ୍ତରକୁ ଆଧାର କରି ଏହି ରୋଗର ଆନୁମାନ କରା ଯାଇଥାଏ । ସେମିତି ବି ଏହି ରୋଗକୁ ସଂପୂର୍ଣ୍ଣ ଭାବରେ ଭଲ କରିବା ପାଇଁ କୌଣସି ସହଜ ଉପାୟ ନାହିଁ କିନ୍ତୁ ଯଦି ଆମେ ନିଜ ଖାଦ୍ୟରେ କିଛି ପରିବର୍ତ୍ତନ କରିବା ତେବେ ଏହାକୁ ଆୟତ୍ତରେ ରଖା ଯାଇ ପାରିବ । ଯଦି ବ୍ୟକ୍ତିର ବ୍ଲଡରେ ସୁଗାରର ସ୍ତର ବଢି ଯାଇଛି ତେବେ ଯେଉଁ ଜିନିଷରେ ଫାଇବରର ପ୍ରଚୁର ମାତ୍ରା ଥାଏ ସେଗୁଡିକର ସେବନ କରିବା ଅଧିକ ଲାଭଦାୟକ ହୋଇଥାଏ ।

କିସମିସ

ଯେଉଁ ବ୍ୟକ୍ତି ଡାଇବେଟିସ ସମସ୍ୟାରେ ପୀଡିତ ସେମାନଙ୍କୁ ଡ୍ରାଇ ଫୃଟସ ଖାଇବା କଥା ନୁହେଁ କାରଣ ଏହା ତାଜା ଫଳରେ ତିଆରି ହୋଇଥାଏ ଯେଉଥି ପାଇଁ ଏଥିରେ ଫଳର ସବୁ ଗୁଣ ଅଧିକ ମାତ୍ରାରେ ଥାଏ ।

ଯେଉଁଠି ଗୋଟିଏ କପ ଅଙ୍ଗୁରରେ 27 ଗ୍ରାମ କାର୍ବୋହାଇଡ୍ରେଟ ଥାଏ ସେଇଠି କିସମିସରେ ଏହାର ପରିମାଣ ବଢି 115 ଗ୍ରାମ ହୋଇଥାଏ । ଏହି ପରିସ୍ଥିତିରେ ଡାଇବେଟିସ ରୋଗୀଙ୍କୁ କିସମିସ ଖାଇବା ଉଚିତ ନୁହେଁ ।

ତରଭୁଜ

ଡାଇବେଟିସ ରୋଗୀଙ୍କୁ ତରଭୁଜର ସେବନ କରିବା ଉଚିତ ନୁହେଁ ନତୁବା ଏହା ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏହା କାରଣରୁ ବ୍ଲଡରେ ସୁଗାରର ମାତ୍ରା ବଢିବାର ସମ୍ଭାବନା ଅଧିକ ଥାଏ ।

ଆଳୁ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଆଳୁକୁ ପରିବାର ରାଜା କୁହାଯାଏ । ପ୍ରାୟତଃ ସବୁ ତରକାରୀରେ ଆଳୁକୁ ବ୍ୟବହାର କରାଯାଇଥାଏ ସେ ପଲଉ ହେଉ ବା ରାଇତା । ଆଳୁରେ ଭିଟାମିନ ସି, ଭିଟାମିନ ବି , କପର ମ୍ୟାଗ୍ନୀଜ ଅଧିକ ମାତ୍ରାରେ ଥାଏ । ଏହାର ଏତେ ମହତ୍ତ୍ଵ ଥାଇ ମଧ୍ୟ ଏହା ଡାଇବେଟିସ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

ଚିକୁ

ଡାଇବେଟିସ ରୋଗୀଙ୍କୁ ଚିକୁ ଖାଇବା ଉଚିତ ନୁହେଁ କାରଣ ଏହା ଅଧିକ ମିଠା ହୋଇଥାଏ ଏହା ସହିତ ଏହାର ଗ୍ଲାୟସେମିକ ଇଣ୍ଡେକ୍ସ ବି ଅଧିକ ରହିଥାଏ। ଏହି କାରଣରୁ ସୁଗାର ରୋଗୀଙ୍କୁ ଏହାର ସେବନ କରିବା କଥା ନୁହେଁ ।

ହାଇ ଫ୍ୟାଟ ମିଲ୍କ

ଯଦି ନିୟମିତ ରୂପେ କ୍ଷୀରର ସେବନ କରାଯାଏ ତ ଏହା ଆମର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କ୍ଷୀରରେ ବହୁତ ପୋଷକ ତତ୍ତ୍ଵ ଥାଏ ଯାହା ଆମର ସ୍ଵାସ୍ଥ୍ୟକୁ ଭଲ ରଖିଥାନ୍ତି । ଏହାର ସେବନ ଦ୍ଵାରା ଆମର ହାଡ ମଜବୁତ ହୋଇଥାଏ । ଏଥିରେ କ୍ୟାଲସିୟମ ପ୍ରଚୁର ମାତ୍ରାରେ ଥାଏ ଯିଏ ଆମର ହାଡକୁ ମଜବୁତ କରିଥାଏ କିନ୍ତୁ ଡାଇବେଟିସ ରୋଗୀଙ୍କୁ ହାଇ ଫ୍ୟାଟ ମିଲ୍କର ସେବନ କରିବା ଠିକ ନୁହେଁ । ଆପଣ ଲୋ ଫ୍ୟାଟ ମିଲ୍କର ସେବନ କରି ପାରିବେ ।

ଆସକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଟି ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଆର୍ଟିକୀଲ ଟିକୁ ଅଧିକ ରୁ ଅଧିକ ଶେୟାର କରି ସଚେତନତା ଆଣିବାରେ ସାହାଯ୍ୟ କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।