କେନ୍ଦ୍ରୀୟ ମନ୍ତ୍ରୀ ଙ୍କର ବଡ ବୟାନ, ” ଧୀରେ ଧୀରେ ସମସ୍ତଙ୍କ ଖାତାରେ ଆସିବ ୧୫ ଲକ୍ଷ”, ଧର୍ଯ୍ୟ ରଖନ୍ତୁ ଜନତା

ଷୋଡଶ ବିଧାନ ସଭା ନିର୍ବାଚନ ପ୍ରଚାର ସମୟରେ BJP ରାଲିରେ 15 ଲକ୍ଷ ଟଙ୍କା ଦେବେ ବୋଲି କଥା ଦେଇଥିଲେ , ଯାହା ପାଇଁ ଆଜି ବି ବିପକ୍ଷ ଦଳ ସରକାରକୁ ଘେରି ରହିଛି । 15 ଲକ୍ଷକୁ ନେଇ ବହୁତ ଜୋରରେ ରାଜନୀତି ଚାଲିଛି । ଯେଉଁଠି ସରକାର ଏଥିରୁ ବଞ୍ଚିବାକୁ ପ୍ରୟାସ କରୁଛନ୍ତି ତ ସେଇଠି ବିପକ୍ଷ ସରକାର ବିରୁଦ୍ଧରେ ଲାଗିଛି । ଏହା ମଧ୍ୟରେ କେନ୍ଦ୍ରୀୟ ମନ୍ତ୍ରୀ ଏହା ବିଷୟରେ କହି ରାଜନୀତିର ମୋଡ ବଦଳାଇ ଦେଇଛନ୍ତି । ଆଜ୍ଞା ହଁ, କେନ୍ଦ୍ରୀୟ ମନ୍ତ୍ରୀ ଆଠବଲେ ଏହି ବିଷୟେରେ ବଡ ବୟାନ ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

କେନ୍ଦ୍ରର ଏନଡ଼ିଏ ସରକାରକୁ ସତ୍ତାରେ ଆସିବାର ୫ ବର୍ଷ ହେବାକୁ ଯାଉଛି, ଏମିତି ରେ ତାଙ୍କର କାର୍ଯ୍ୟ କାଳ ଶେଷ ହେବାକୁ ଯାଉଛି । କେନ୍ଦ୍ର ପାଇଁ ଭୋଟ ହେବା ପାଇଁ ମଧ୍ୟ ଏବେ କିଛି ମାସ ହିଁ ବାକି ରହିଛି। ଏମିତି ରେ କେନ୍ଦ୍ରୀୟ ମନ୍ତ୍ରୀ ଆଠବଲେଙ୍କର ୧୫ ଲକ୍ଷ ଉପରେ ଭାଷଣ ଦେବା ବଡ କଥା । ଆଜ୍ଞା ହଁ, କେନ୍ଦ୍ରୀୟ ମନ୍ତ୍ରୀ ଆଠବଲେ କହିଲେ କି ୧୫ ଲକ୍ଷ ଧୀରେ ଧୀରେ ସମସ୍ତଙ୍କର ଖାତାରେ ଆସିବ ଯାହାର ପ୍ରକ୍ରିୟା ନିଜେ ପିଏମ ମୋଦୀଙ୍କ ଦ୍ଵାରା ହେଉଛି । ମୋଦୀ ସରକାରର ମନ୍ତ୍ରୀ ଆଠବଲେଙ୍କର ଏହି ଭାଷଣ ଦେଶର ରାଜନୀତିକୁ ସର ଗରମ କରି ରଖିଛି ।

ଧୀରେ ଧୀରେ ସମସ୍ତଙ୍କ ଖାତାରେ ଆସିବ ୧୫ ଲକ୍ଷ ଟଙ୍କା।

କେନ୍ଦ୍ରୀୟ ମନ୍ତ୍ରୀ ଆଠବଲେ ମିଡିଆକୁ କହିଛନ୍ତି କି ୧୫ ଲକ୍ଷ ଟଙ୍କା ଧୀରେ ଧୀରେ ସମସ୍ତଙ୍କ ଖାତାରେ ଆସିବାର ଅଛି । ଏହା ଏକ ବଡ ପରିମାଣ । ଏମିତିରେ ଏହି ପରିମାଣ ସରକାରଙ୍କ ପାଖରେ ନାହିଁ , କିନ୍ତୁ ଆମେ ଆରବିଆଇ ସହିତ କଥା ହେଉଛୁ । କେନ୍ଦ୍ରୀୟ ମନ୍ତ୍ରୀ ଆଠବଲେ କହିଲେ କି ପିଏମ ମୋଦୀ ଏହି ବିଷୟରେ ବହୁତ ଧ୍ୟାନ ଦେଉଛନ୍ତି ଓ କଳାଧନକୁ ଆଣିବାର ପୁରା ପ୍ରୟାସ କରା ଯାଉଛି । ଏହା ବ୍ୟତୀତ ଆଠବଲେ କହିଲେ କି ଆମେ ଆରବିଆଇକୁ ଏହି ବିଷୟରେ ପଇସା ମାଗିଛୁ ।

ଜନତାଙ୍କୁ ଧର୍ଯ୍ୟ ରଖିବାକୁ ଅନୁରୋଧ

କେନ୍ଦ୍ରୀୟ ମନ୍ତ୍ରୀ ଆଠବଲେ ଜନତାଙ୍କୁ ଧର୍ଯ୍ୟ ରଖିବାକୁ ଅନୁରୋଧ କରି କହିଛନ୍ତି କି ନିଜର କଥାକୁ ଯେତେ ଜଲଦି ସମ୍ଭବ ପୁରା କରିବୁ , କିନ୍ତୁ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ପଡିବ । କାରଣ ବଡ କଥାକୁ ପୁରା କରିବାକୁ ସମୟ ଲାଗିଥାଏ ।

ଶିବସେନାକୁ ଦେଲେ ବଡ ଉପଦେଶ

ଆଗାମୀ ନିର୍ବାଚନରେ ବିଜେପି ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇ ସାରିଥିବା ଶିବସେନାକୁ ବି କେନ୍ଦ୍ରୀୟ ମନ୍ତ୍ରୀ ଆଠବଲେ ବଡ ଉପଦେଶ ଦେଇଛନ୍ତି । ସେ କହିଲେ କି ବିଜେପିରୁ ଶିବସେନାଙ୍କର ଅଲଗା ହେବା କେବଳ ଆମ ପାଇଁ ନୁହେଁ ନିଜ ପାଇଁ ମଧ୍ୟ କ୍ଷତି କାରକ । ଏଥିପାଇଁ ଶିବସେନା ଆସନ୍ତା ନିର୍ବାଚନ ଆମ ସାଥିରେ ଳଢନ୍ତୁ । ଏଥିପାଇଁ କେନ୍ଦ୍ରୀୟ ମନ୍ତ୍ରୀ ଆଠବଲେ ବଡ ଭାଷଣ ଦେଇଛନ୍ତି କି ଯଦି ଶିବସେନା ଆମ ସହିତ ମିଶି ନିର୍ବାଚନ ଲଢୁଛନ୍ତି ତେବେ ଆମେ ଅଢେଇ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦକୁ ବାଣ୍ଟିନେବୁ ।