Pawandeep Rajan ଓ Sayli Kamble ଙ୍କୁ ନିକଟତ୍ତର ହେବାର ଦେଖି ରାଗିଗଲେ Arunita Kanjilal, ଫଟୋ ଦେଖି …

ଇଣ୍ଡିଆନ ଆଇଡଲ ସିଜନ ୧୨ ସମାପ୍ତ ହୋଇ ଯାଇଛି କିନ୍ତୁ ଏଥିରେ ସାମିଲ ଥିବା ପ୍ରତିଯୋଗୀମାନେ ଆଜି ପର୍ଯ୍ୟନ୍ତ ବି କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଛନ୍ତି । ଖାସ କରି ଏହି ଶୋର ବିଜେତା ପବନଦୀପ ରାଜନ ଓ ରନରଅପ ଅରୁଣିତା କାଞ୍ଜିଲାଲ ଯୋଡି ବହୁତ ଫେମସ ହୋଇଛନ୍ତି । ଫ୍ୟାନ ଏହି ଯୋଡିକୁ ଦେଖିବା ପାଇଁ ସବୁବେଳେ ଉତ୍ସାହିତ ଥାନ୍ତି । ସୋସିଆଲ ମିଡିଆରେ ସମସ୍ତେ ଏମାନଙ୍କୁ ନେଇ ଚର୍ଚା କରୁଥାନ୍ତି ।

ବର୍ତ୍ତମାନ ଏହି ଯୋଡି ସବୁ ଜାଗାରେ ନଜର ବି ଆସୁଛନ୍ତି । ପବନଦୀପ ଓ ଅରୁଣିତା ଏକା ସହିତ ବହୁତ ସ୍ଥାନରେ ନଜର ଆସିଛନ୍ତି ସେଥିପାଇଁ ଫ୍ୟାନମାନେ ଆଶା କରୁଛନ୍ତି କି ଏମାନେ ରିଲେଶନସିପରେ ଅଛନ୍ତି । ସମସ୍ତେ ଚାହୁଁଛନ୍ତି କି ଦୁଇ ଜଣ ଜଲ୍ଦି ହିଁ ବିବାହ କରି ନିଅନ୍ତୁ । କିନ୍ତୁ ଦୁଇ ଜଣ ନିଜର ସମ୍ପର୍କକୁ ନେଇ ଆଜି ପର୍ଯ୍ୟନ୍ତ କିଛି ବି କହି ନାହାନ୍ତି । ସେମାନଙ୍କ କହିବା ଅଟେ କି ସେମାନେ କେବଳ ଭଲ ବନ୍ଧୁ ଅଟନ୍ତି ।

ଏହା ମଧ୍ୟରେ ଇଣ୍ଡିଆନ ଆଇଡଲ ୧୨ ସିଜିନର ପ୍ରତିଯୋଗୀ ସାୟଲି କାମ୍ବଲେ ସୋସିଆଲ ମିଡିଆରେ ପବନଦୀପଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଅରୁଣିତା ବି ନଜର ଆସୁଛନ୍ତି । କିନ୍ତୁ ଫ୍ୟାନମାନେ ନୋଟିସ କରୁଛନ୍ତି କି ଏହି ସମୟରେ ଅରୁଣିତା ମନ ଦୁଃଖ କରିଛନ୍ତି ।

ଫ୍ୟାନମାନେ ମନ ଦୁଃଖର କାରଣ ପବନଦୀପ ଓ ସାୟଲିଙ୍କ ଏକା ସହିତ ନଜର ଆସିବା ବୋଲି କହୁଛନ୍ତି । କିନ୍ତୁ ଏହା କେତେ ଦୂର ସତ ଅଟେ ଏହା ଆପଣ ଫଟୋ ଦେଖି ଜାଣି ପାରିବେ ।କହିବାକୁ ଗଲେ ସାୟଲି କାମ୍ବେଲ ଜଲ୍ଦି ହିଁ ସୋନି ଟିଭିର ନୂଆ ରିୟାଲିଟି ଶୋ ସୁପରଷ୍ଟାର ସିଙ୍ଗରର ସିଜିନ ୨ର ଅଂସ ହେବାକୁ ଯାଉଛନ୍ତି । ସେ ଏହି ଶୋର ସେଟର କିଛି ଫଟୋ ଶେୟାର କରିଛନ୍ତି । ଶୋରେ ସାୟଲିଙ୍କ ଛଡା ଅରୁଣିତା ଓ ପବନଦୀପ ବି ନଜର ଆସୁଛନ୍ତି ।

ତାଙ୍କର ଫ୍ୟାନମାନେ ନିଜର ପସନ୍ଦିତା ସ୍ତରଙ୍କୁ ଦେଖି ବହୁତ ଖୁସି ଅଛନ୍ତି । ସୁପର ଷ୍ଟାର ସିଙ୍ଗର ୨ର ଶୁଟିଙ୍ଗ ଆରମ୍ଭ ହେଉ ହେଉ ଅରୁଣିତାଙ୍କ ଚେହେରାରେ ହସ ଚାଲି ଆସିଛି । ମୋହମ୍ମଦ ଦାନିଶ, ସଲମାନ ଅଲି ଓ ଶୋର ହୋସ୍ଟ ଆଦିତ୍ୟ ନାରାୟଣ ବି ଏହି ଶୋରେ ନଜର ଆସୁଛନ୍ତି ।