ଏହା ଅଟେ ଅମିତାଭ ବଚ୍ଚନଙ୍କ ଜୀବନର ତିନୋଟି ସବୁଠୁ ବଡ ଭୁଲ, ଯାହାର ପଶ୍ଚାତାପ ସେ ଆଜି ବି କରୁଛନ୍ତି

ଅମିତାଭ ବଚ୍ଚନ ବଲୀଉଡରେ ମହାନାୟକ ଅଟନ୍ତି । ସିନେମା ସହିତ ସେ ସାମାଜିକ କାର୍ଯ୍ୟରେ ବି ଜଡିତ ରୁହନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ବଲୀଉଡର ମହାନାୟକ ବି ନିଜ ଜୀବନରେ କିଛି ଏମିତି ଭୁଲ କରି ଛନ୍ତି ଯାହାକୁ ସେ ପୁଣି ଥରେ କରିବା ତ ଦୂରର କଥା ସେ ତାହା ବିଷୟରେ ଚିନ୍ତା ବି କରିବାକୁ ଚାହୁଁ ନାହାନ୍ତି । ଆଜି ଆମେ ଆପଣଙ୍କୁ ଅମିତାଭ ବଚ୍ଚନଙ୍କର କିଛି ଏମିତି ହିଁ ଭୁଲ ବିଷୟରେ କହିବାକୁ ଯାଉ ଅଛୁ ।

୧. ରାଜନୀତିରେ ଆସିବା ଥିଲା ଜୀବନର ସବୁଠୁ ବଡ ଭୁଲ

ରାଜନୀତିରେ ଆସିବା ଅମିତାଭ ବଚ୍ଚନଙ୍କ ଜୀବନର ସବୁଠୁ ବଡ ଭୁଲ ଥିଲା ଯାହାକୁ ସେ ନିଜେ ବି ସ୍ଵୀକାର କରିଛନ୍ତି । ଅମିତାଭ ବଚ୍ଚନ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ କହିବା ଦ୍ଵାରା ରାଜନୀତିରେ ଆସିଥିଲେ । ଏମିତିରେ ରାଜୀବ ଗାନ୍ଧୀ ଇଲାହବାଦରେ ହେମବତୀ ନନ୍ଦନ ବହୁଗୁଣାଙ୍କ ବିରୁଦ୍ଧରେ ଛିଡା କରିବା ପାଇଁ ଅମିତାଭଙ୍କୁ ବାଛିଥିଲେ । ଯାହାର ଫଳ ସ୍ୱରୂପ ଅମିତାଭ ବଚ୍ଚନ ବହୁତ ଭାରି ମାତ୍ରାରେ ନିର୍ବାଚନ ଜିତିଲେ ।

ଏହା ପରେ ଅମିତାଭ ଅଭିନେତା ସହ ନେତା ବି ହୋଇଗଲେ । ଫିଲ୍ମରେ ଓ ରାଜନୀତିରେ ଅମିତାଭ ଏକା ସହିତ କାମ କରୁଥିଲେ । ଏହି ସମୟରେ ଅମିତାଭ ବଚ୍ଚନଙ୍କର ବହୁତ ଫିଲ୍ମ ବି ରିଲିଜ ହେଲା । ଫିଲ୍ମରେ ବ୍ୟସ୍ତ ରହିବା କାରଣରୁ ଅମିତାଭ ବଚ୍ଚନ ରାଜନୀତି ଠାରୁ ଦୂରେଇ ଗଲେ । ଯାହାର ଲାଭ ତାଙ୍କର ବିରୋଧୀମାନେ ଉଠାଇଲେ ।

ବୋଫୋର୍ସ, ଫେୟରଫ୍ୟାକ୍ସ ଓ ପନଡୁବ୍ବୀ ଘୋଟାଲା ମାମଲାରେ ଅମିତାଭ ବଚ୍ଚନଙ୍କୁ ଫସାଇ ଦିଆଗଲା । ଏହି ପ୍ରେସରକୁ ଅମିତାଭ ବଚ୍ଚନ ସହି ପାରିଲେ ନାହିଁ ଓ ଶେଷରେ ସେ ରାଜନୀତି ଠାରୁ ସନ୍ୟାସ ନେଇଗଲେ ।

୧୯୮୪ରେ ଇଲାହାବାଦ ର ଇଲେକ୍ସନ ଜିତିବା ପରେ ବଲୀଉଡର ମହାନାୟକ ତିନି ବର୍ଷ ଭିତରେ ହିଁ ଇଲାହବାଦ ର ରାଜନୈତିକ ସ୍ଥିତି ସାମ୍ନାରେ ଆତ୍ମସମର୍ପଣ କଲେ ।

ଏହା ବିଷୟରେ ଅମିତାଭ ବଚ୍ଚନ କହିଲେ କି, ‘ସରକାରୀ ମୁଦ୍ଦା ଉପରେ ଯିବା ଭୁଲ ଥିଲା । ସେହି ସମୟରେ ମୁଁ ବୁଝିଗଲି କି ରାଜନୈତିକ କ୍ଷେତ୍ରରେ ମୋର ଭାବନା ସଂପୂର୍ଣ୍ଣ ଅଲଗା ଅଟେ । ସେଥିପାଇଁ ମୁଁ ଆତ୍ମସମର୍ପଣ କରିନେଲି ।‘

୨. ମିଡିଆ ସହିତ ବିବାଦ କରି ବସିଥିଲେ ଭୁଲ

ଅମିତାଭ ବଚ୍ଚନଙ୍କର ୧୯୯୫ରେ ମିଡିଆ ହାଉସ ସହିତ କିଛି ବିବାଦ ହୋଇଯାଇଥିଲା । ଏହା ଛଡା ବିଗ ବି ସ୍ଟାରଡସ୍ଟକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ କିନ୍ତୁ ସେ ଏହି କାମରେ ଅସଫଳ ରହିଲେ । ଏହା ପରେ ମିଡିଆ ସହିତ ବିବାଦ କରିବା ପରେ ବିଗ ବିଙ୍କୁ ବହୁତ ଅସୁବିଧାର ସାମ୍ନା ବି କରିବାକୁ ପଡିଥିଲା ।

୩. ବୂମ ଓ ନିଶବ୍ଦ ଭଳି ବି ଗ୍ରେଡ ଫିଲ୍ମ କରିବା

ନିଜର ଫିଲ୍ମି କ୍ୟାରିୟରରେ ଏହିଭଳି ବୋଲ୍ଡ ଫିଲ୍ମ କରିବା ଉପରେ ବି ଅମିତାଭ ବଚ୍ଚନ ବହୁତ ପଶ୍ଚାତାପ କରନ୍ତି । ଫିଲ୍ମ ନିଶବ୍ଦରେ ନିଜ ଠାରୁ କମ ବୟସର ଝିଅ ସହିତ ପ୍ରେମ କରିବା ଦର୍ଶକମାନଙ୍କୁ ବିଲକୁଲ ପସନ୍ଦ ଆସିଲା ନାହିଁ । ଅନ୍ୟ ପଟେ ବୂମ, ଥର୍ଡ ଗ୍ରେଡ ଓ ୱଲ୍‍ଗର ଫିଲ୍ମ ଥିଲା ଓ ଆଜି ବି ଅମିତାଭ ବଚ୍ଚନ ଫିଲ୍ମରେ ନିଜର ଦୃଶ୍ୟକୁ ଡେଖି ବହୁତ ଲଜ୍ଜିତ ଅନୁଭବ କରନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।