କଣ Anubhav ଙ୍କୁ ଅଡୁଆ କରୁଛି Varsha ଙ୍କ ଲୋକ ପ୍ରିୟତା ? ସୋସିଆଲ ମିଡିଆରେ ପୋସ୍ଟରେ କିଛି ଏମିତି ଲେଖିଲେ ଅନୁଭବ…

ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଏହା ବର୍ଷ ବର୍ଷ ଧରି ଚାଲୁ ଆସୁଛି । କିନ୍ତୁ ଏହା ମଧ୍ୟରେ ବର୍ଷାଙ୍କ ବିଜେଡ଼ି ପାର୍ଟି ତରଫରୁ ନିର୍ବାଚନ ପାଇଁ ଛିଡା ହେବା ସମସ୍ତଙ୍କୁ ଅଳ୍ପ ଆଶ୍ଚର୍ଯ୍ୟ କରି ଦେଇଛି । ବର୍ତ୍ତମାନ ଓଡିଶାର ଚାରି ଆଡେ ଆପଣଙ୍କୁ ନିର୍ବାଚନର ଶଙ୍ଖ ଶବ୍ଦ ଶୁଣିବାକୁ ମିଳୁଥିବ । ସବୁ ପାର୍ଟି ନିର୍ବାଚନରେ ନିଜର ପ୍ରାର୍ଥୀକୁ ବିଜେତା କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ।

କହିବାକୁ ଗଲେ ଏହା ମଧ୍ୟରେ ବହୁ ଚର୍ଚିତ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବି ନିର୍ବାଚନ ପଡିଆକୁ ଓଲହାଇ ଯାଇଛନ୍ତି । ସବୁଠୁ ବଡ କଥା ହେଉଛି କି ବର୍ଷା ବିଜେଡ଼ି ପାର୍ଟି ତରଫରୁ ନିର୍ବାଚନରେ ଛିଡା ହୋଇଛନ୍ତି । ବର୍ଷା ବି ବର୍ତ୍ତମାନ ସମସ୍ତଙ୍କୁ ନିଜର କରିବାରେ ଲାଗିପଡିଛନ୍ତି । ଏହି କାରଣରୁ ପାର୍ଟି ଅନୁଭବ ଠାରୁ ବର୍ଷାଙ୍କୁ ଅଧିକ ମହତ୍ଵ ଦେଉଛନ୍ତି ।

କିନ୍ତୁ ଏହା ମଧ୍ୟରେ ସାଂସଦ ଅନୁଭବ ମହାନ୍ତି ନିଜର ଫେସବୁକ ପେଜରେ କିଛି ପୋସ୍ଟ କରି ନିଜର ରାଜନୈତିକ ଚେହେରାକୁ ସଜାଡିବାରେ ଲାଗିଛନ୍ତି । ଅନୁଭବ ମହାନ୍ତି ଏହି ପୋସ୍ଟରେ ଲେଖିଛନ୍ତି କି ସେ ଲୋସଭାରେ ୩ ଟି ପ୍ରାଇଭେଟ ମେମ୍ବରଙ୍କ ବିଲକୁ ପାରିତ କରିଛନ୍ତି । ଏହି ପୋସ୍ଟରେ ୨୦୧୯ ରୁ ୨୦୨୧ ମଧ୍ୟରେ କେତୋଟି ବିଲ ଆସିଛି ସେହି ବିଷୟରେ କୁହାଯାଇଛି । ମୋଟ ପ୍ରାଇଭେଟ ବିଲ ୩୭୯ ଥିବା ସମୟରେ ସମ୍ପୂର୍ଣ ଲୋକସଭା ମେମ୍ବର ୫୪୫ ଅଛି ଓ ଏଭାରେଜ ପ୍ରାଇଭେଟ ମେମ୍ବର ବିଲ ୦.୬୯ ଅଛି ।

ଏହା ସହିତ ସେ ଲେଖିଛନ୍ତି କି ସେ ଏକୁଟିଆ ତିନୋଟି ବିଲ ପାସ କରିଛନ୍ତି । ଏହି ଖୁସିକୁ ସମଗ୍ର ଓଡିଶା ସହ ବାଣ୍ଟିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଏହି ପୋସ୍ଟ ଦ୍ଵାରା କଣ ସାଂସଦ ଅନୁଭବ ମହାନ୍ତି ନିଜର ଭଲ ଇମେଜ ସୃଷ୍ଟି କରି ପାରିବେ । ଅନ୍ୟ ପଟେ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଫେସବୁକରେ ଗୋଟିଏ ପରେ ଗୋଟିଏ ପୋସ୍ଟ କରି ଅନୁଭବଙ୍କ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ କରି ଚାଲିଛନ୍ତି ।

ଯାହା ଉପରେ ଅନୁଭବ ମହାନ୍ତି ମୁହଁ ବି ଖୋଲୁ ନାହାନ୍ତି । ଜାଗ୍ରତିଙ୍କ ବର୍ଷାଙ୍କର ନାଁ ସବୁ ସାର୍ଟିଫିକେଟରେ ବ୍ୟବହାର କରିବାର ଠାରୁ ନେଇ ଓ ତାଙ୍କର ଶାଶୁ ଶଶୁରଙ୍କ ଘର ମାଡିବାସୀକୁ ନେଇ ବହୁତ କିଛି କହୁଛନ୍ତି । କହିବାକୁ ଗଲେ ଜାଗ୍ରତି ପରୋକ୍ଷରେ ବର୍ଷାଙ୍କୁ ଟାର୍ଗେଟ କରୁଛନ୍ତି ।ବର୍ତ୍ତମାନ ଦେଖିବାର ଅଛି ବିଜେଡ଼ି କାହାକୁ ଅଧିକ ମହତ୍ଵ ଦେବ ଅନୁବହବ ନା ବର୍ଷା ପ୍ରିୟଦର୍ଶିନୀ ।