ଟିଭିର ଡାନ୍ସ ରିଆଲିଟି ସୋ କୁ ଜଜ କରୁଥିବା Terence Lewis ଜଲ୍ଦି ଏହି ଅଭିନେତ୍ରୀଙ୍କୁ କରିବାକୁ ଯାଉଛନ୍ତି ବିବାହ

ଟିଭିର ପ୍ରସିଦ୍ଧ ରିଆଲିଟି ସୋ ଇଣ୍ଡିଆନ ବେଷ୍ଟ ଡାନ୍ସ ସୋରେ ଜଜ ଭାବେ ଦାୟିତ୍ୱ ତୁଲାଉଥିବା କୋରିଓଗ୍ରାଫର ଟେରେନ୍ସ ଲୁଇସ ବେରି ଡାନ୍ସ କୁଇନ ନୁରା ଫତେହିଙ୍କ ସହ ବର୍ତ୍ତମାନ ଲୋକ ଲୋଚନରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏବେ ଦୁଇଜଣ ବେଷ୍ଟ ଫ୍ରେଣ୍ଡ ଭାବରେ ବହୁତ ଚର୍ଚ୍ଚିତ ଅଛନ୍ତି । କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଏହି ଟେରେନ୍ସ ଲୁଇସ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି  ।

ଟେରେନ୍ସ ଲୁଇସ ବହୁତ ଶୀଘ୍ର ଟିଭି ଇଣ୍ଡଷ୍ଟ୍ରିର ଜଣେ ଫେମସ ଅଭିନେତ୍ରୀଙ୍କ ସହ ବିବାହ ବନ୍ଧନରେ ବାଢିହେବାକୁ ଯାଉଛନ୍ତି । ତ ଏବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ଯେକି ଟେରେନ୍ସ ଲୁଇସଙ୍କୁ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ଏହି ଫେମସ କୋରିଗ୍ରାଫର ଟେରେନ୍ସ ଲୁଇସ ୧୦ ଏପ୍ରିଲ ୧୯୭୫ରେ ସ୍ବପ୍ନର ସହର ବା ଫିଲ୍ମ ସିଟି ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜର ପାଠ ପଢା ପୁରଣ କରିବାର ତୁରନ୍ତ ପରେ ୨୦୦୧ ରେ ଆସିଥିବା ସୁପର୍ ଡୁପର ହିଟ ହିନ୍ଦୀ ଫିଲ୍ମ ଲଗାଣରୁ ନିଜର କୋରିଆଗ୍ରାଫର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଆଗକୁ ଯାଇ ଏହି ପରି ଅନେକ ଫିଲ୍ମରେ ନିଜର କୋରିଓଗ୍ରାଫର ଟାଲେଣ୍ଟ ଦେଖାଇ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହାଛଡା ସେ ଆନ୍ତରାଷ୍ଟ୍ରୀୟ ସ୍ତରରେ ବି ଖୁବ ନାମ ଅର୍ଜନ କରିଛନ୍ତି ଜଣେ କୋରିଆଗ୍ରାଫର ଭାବେ । ବର୍ତମାନ ସେ ଇଣ୍ଡିଆ ବେଷ୍ଟ ଡାନ୍ସର ସୋରେ ଜଜ ଭାବରେ ଦାୟିତ୍ୱ ତୁଲାଉଛନ୍ତି । ସେ ଏବେ ଟିଭିରେ ପ୍ରଦର୍ଶିତ ହେଉଥିବା ଏକ ଲୋକ ପ୍ରିୟ ସିରିଏଲ ଏକ ବୀର କି ଅରଦାସ ବିରାର ପ୍ରସିଦ୍ଧ ଅଭିନେତ୍ରୀ ଦିଗାଙ୍ଗନା ଶୁର୍ଯ୍ୟବଂଶୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।

ଦିଗାଙ୍ଗନା ଶୁର୍ଯ୍ୟବଂଶୀ ଏହି ସିରିଏଲ୍ରେ ବିରା ଭୁମିକା ରେ ଅଭିନୟ କରି ସବୁ ଦର୍ଶକଙ୍କ ମନରେ ଏକ ଅଲଗାପ୍ରକାର ସ୍ଥାନ ସୃଷ୍ଟି କରିଥିଲେ । କିନ୍ତୁ ଟେରେନ୍ସ ଲୁଇସ ଦିଗାଙ୍ଗନାଙ୍କ ପୂର୍ବରୁ ନାଗିନ ସିରିଏଲ ଅଭିନେତ୍ରୀ ଶୟନ୍ତନି ଘୋଷଙ୍କ ସହ ସମ୍ପର୍କ ଥିବାର ଜଣାଯାଏ । କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମତଭେଦ ହେବାରୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଛିର୍ଣ୍ଣ ହୋଇଯାଇଥିଲା । ଯାହାଫଳରେ ଏବେ ଅଭିନେତ୍ରୀ ଦିଗାଙ୍ଗନାଙ୍କ ସହ ଟେରେନ୍ସ ଲୁଇସଙ୍କ ସମ୍ପର୍କ ବଢିବାକୁ ଲାଗିଲା ।

କିଛିଦିନ ପୂର୍ବରୁ ଏହି ଦୁଇଜଣ ମିଶି ତୁ ହେ ଗୀତରେ ଦୁଇଜଣ ଅଭିନୟ କରିଥିଲେ । ଏହି ଗୀତରେ ଦୁଇଜଣଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହି ଗୀତ ମଧ୍ୟମରେ ଦୁଇଜଣ ନିଜ ନିଜ ମଧ୍ୟରେ ସମ୍ପର୍କ ଦୃଢ ହେବାକୁ ଲସଗିଲା । ଏହି କାରଣରୁ ପଡିଛି କି ଦୁଇଜଣ ଯାକ ପରସ୍ପରକୁ ବିବାହ କରିବାର ସମ୍ଭାବନା ଅଛି । କିନ୍ତୁ ମିଡିଆ ସାମନାରେ ଏହି ଦୁଇଜଣ ନିଜର ଏକ ବେଷ୍ଟ ଫ୍ରେଣ୍ଡ ଅଛନ୍ତି ବୋଲି କହିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।