Sunil Shetty ଙ୍କ ସମେତ Bollywood ର ଏହି ଷ୍ଟାର ମାନଙ୍କ ମଧ୍ୟରେ ରହିଛି ଶଶୁର-ଜ୍ଵାଇଁ ସମ୍ପର୍କ

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତା ମାନେ ଯେତିକି ସୁନ୍ଦର ଅଭିନୟ କରନ୍ତି ସେମାନଙ୍କର ଅଭିନୟ କରିବାର ଶୈଳୀ ସାନଦାର ହୋଇଥାଏ । ବଲିଉଡର ଅଭିନେତା ମାନେ ଫିଲ୍ମ ଦୁନିଆରେ ଭଲ ସ୍ଵାମୀ, ପୁଅ ଓ ଭାଇ ଚରିତ୍ରରେ ଯେତିକି ଜବରଦସ୍ତ ଅଭିନୟ କରିଥାନ୍ତି ।

ଠିକ ସେହି ପରି ରିୟଲ ଲାଇଫରେ ମଧ୍ୟ ସେମାନେ ନିଜ ଶଶୁରଙ୍କ ସହ ବେଶ ଭଲ ଭାବେ ସମ୍ପର୍କ ରଖିଥାନ୍ତି ।  ଆଜିର ଆମ ଏହି ଲେଖାରେ ବଲିଉଡର ଏମିତି କିଛି ଅଭିନେତା ଅଛନ୍ତି ଯେଉଁ ମାନେ ରିୟଲ ଲାଇଫରେ ନିଜ ଶଶୁରଙ୍କ ସହ ଭଲ ବଣ୍ଡିଙ୍ଗ ରଖିବା ସହ ତାଙ୍କୁ ସମାନ ମଧ୍ୟ ଦେଇଥାନ୍ତି ।

“ଫିରୋଜ ଖାନ” : ଅଭିନେତା ଫିରୋଜ ଖାନଙ୍କର ପୁଅ ହେଉଛନ୍ତି ଅଭିନେତା ଫର୍ଦିନ ଖାନ ଯିଏ ବଲିଉଡରେ କିଛି ଫିଲ୍ମରେ କାମ କରିବାର ନଜର ଆସିଥିଲେ । ଫର୍ଦିନ ନତାଶା ମାଧବାନୀଙ୍କ ସହ ମ୍ୟାରେଜ କରିଛନ୍ତି । ଫର୍ଦିନଙ୍କ ଶଶୁରଙ୍କ ନାଁ ହେଉଛି ମୟୂର ମାଧବାନି ଯିଏ ଜଣେ ବ୍ୟବସାୟୀ ଅଟନ୍ତି । ତାଙ୍କର ମୁମ୍ବାଇ ବ୍ଯତୀତ ବାହାରେ ମଧ୍ୟ ବିଜନେସ ରହିଛି । ମୟୂର ଓ ଫର୍ଦିନଙ୍କ ମଧ୍ୟରେ ବେଶ ଭଲ ସମ୍ପର୍କ ରହିଛି ।

“ସେଫ ଅଲ୍ଲୀ ଖାନ” : ବଲିଉଡର ବେବୋ ଗାର୍ଲ ଅଭିନେତ୍ରୀ କରିନା କପୁରଙ୍କ ସହ ଅଭିନେତା ସେଫ ଅଲ୍ଲୀ ଖାନ ବିବାହ କରିଛନ୍ତି । କରିନା ପିତା ରଣଧୀର କପୁର ସେଫଙ୍କର ସମ୍ପର୍କରେ ଶଶୁର ହେବେ । ସେଫ ଓ ରଣଧୀରଙ୍କ ମଧ୍ୟରେ ବେଶ ଭଲ ବଣ୍ଡିଙ୍ଗ ରହିବା ସହ ଦୁହିଙ୍କ ମଧ୍ୟରେ ଭଲ ବୁଝାମଣା ମଧ୍ୟ ଦେଖାଯାଏ ।

“ସରମାନ ଯୋଶୀ” : ବଲିଉଡରେ କମେଡି ବା ସିରିଏସ ଚରିତ୍ରରେ ଅଭିନୟ କରି ଅଭିନେତା ସରମାନ ଯୋଶୀ ପରିଚିତ ଅଟନ୍ତି । ସେ ପ୍ରେରଣା ଚୋପଡାଙ୍କ ସହ ବିବାହ କରିଛନ୍ତି । ପ୍ରେରଣାଙ୍କ ପିତା ପ୍ରେମ ଚୋପଡାଙ୍କ ସହ ସରମାନଙ୍କର ଭଲ ସମ୍ପର୍କ ରହିବା ସହ ସେ ତାଙ୍କ ଶଶୁରଙ୍କୁ ସମାନ ମଧ୍ୟ ଦେଇଥାନ୍ତି । ପ୍ରେମ ଚୋପଡା ବଲିଉଡରେ ୩୮୦ରୁ ଅଧିକ ହିଟ ଫିଲ୍ମରେ ଖଳନାୟକ ଭାବେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି ।

“ଅକ୍ଷୟ କୁମାର” : ବଲିଉଡ ଇଣ୍ଡଷ୍ଟ୍ରିରେ ଖିଲାଡ଼ି ନାଁରେ ପରିଚିତ ଅଭିନେତା ଅକ୍ଷୟ କୁମାର ଅଭିନେତ୍ରୀ ଟ୍ଵିଙ୍କଲ ଖନାଙ୍କୁ ମ୍ୟାରେଜ କରିଛନ୍ତି । ଟ୍ଵିଙ୍କଲଙ୍କ ପିତା ରାଜେଶ ଖନାଙ୍କ ସହ ଅକ୍ଷୟଙ୍କର ବାପା ଓ ପୁଅର ସମ୍ପର୍କ ରହିଛି । ଦୁହିଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ ରହିବା ସହ ପରସ୍ପରକୁ ସହଯୋଗ କରିଥାନ୍ତି ।

“ବରୁଣ ଧୱନ” :  ବହୁତ କମ ସମୟରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ବଲିଉଡରେ ରାଜ କରୁଥିବା ଅଭିନେତା ବରୁଣ ଧୱନ ଅନେକ ଫିଲ୍ମରେ କାମ କରି ଲୋକପ୍ରିୟ ହୋଇ ପାରିଛନ୍ତି । ସେ ୨୦୨୧1ରେ ନତାଶା ଦଲାଲଙ୍କ ସହ ବିବାହ କରିଛନ୍ତି । ନତାଶାଙ୍କ ପିତା ରାଜେଶ ଦଲାଲ ଯିଏ ମୁମ୍ବାଇରେ ଜଣେ ବ୍ୟବସାୟୀ ଅଟନ୍ତି । ଦୁହିଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ ରହିଛି ।

“ସୁନୀଲ ଶେଠୀ” : ବଲିଉଡରେ ଅନ୍ନା ନାଁ ରେ ଫ୍ୟାମସ ଅଭିନେତା ସୁନୀଲ ଶେଠୀ ଫିଲ୍ମରେ ନିଜର ଆକ୍ସନ ପାଇଁ ଖୁବ ଲୋକପ୍ରିୟ ହୋଇଥାନ୍ତି । ତାଙ୍କ ଶଶୁରଙ୍କ ନାଁ ହେଉଛି ଆୟମ କାତ୍ରୀ ଯିଏ ବ୍ଯାଂଲୋରରେ ରହିବା ସହ ତାଙ୍କର ବଡ କଂଷ୍ଟ୍ରକସନ ରହିଛି । ଏହି ଦୁଇ ଶଶୁର ଓ ଜ୍ଵାଇଁଙ୍କ ଯୋଡି ବେଶ ସୁନ୍ଦର ହେବା ସହ ସମ୍ପର୍କରେ ଭଲ ବଣ୍ଡିଙ୍ଗ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜୁକୁ ଗୋଟିଏ ଲାଇକ କରନ୍ତୁ ।