26 ବର୍ଷ ହେବ ଫିଲ୍ମ ଲାଇନ ଠାରୁ ଦୂରରେ ଅଛନ୍ତି Bollywood ର ଏହି Actress, ତଥାପି ମହାରାଣୀ ପରି ଆଜି କାଟୁଛନ୍ତି ଜୀବନ

ବଲିଉଡରେ ସବୁ ବର୍ଷ କେତେ ଲୋକ ମାନେ ଆସନ୍ତି ଓ ଯାଆନ୍ତି । ବଲିଉଡରେ ଅନେକ ନିଜର ପରିଚୟ ସୃଷ୍ଟି କରିଥାନ୍ତି ତ ଆଉ କେତେକେ ନିଜ ଲକ୍ଷ୍ୟରେ ସଫଳ ହୋଇ ପାରନ୍ତି ନାହି । ଯେଉଁ ମାନେ ଏହିଭଳି ଲାଇଫ ସ୍ପେନ୍ଡ କରିଛନ୍ତି ସେମାନେ ଏହି ବିଷୟରେ ଜାଣିଥିବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଲେଖା ମାଧ୍ୟମରେ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ଅମିତାଭ, ଗୋବିନ୍ଦା, ରାଜେସ ଖନା ଆଦି ବଡ ଷ୍ଟାର ମାନଙ୍କ ସହ କାମ କରି କୁବ ଲୋକପ୍ରିୟ ହୋଇଥିଲେ । କିନ୍ତୁ ଏହି ଅଭିନେତ୍ରୀ ଜଣକ ଫିଲ୍ମ ଦୁନିଆରୁ ଦୂରରେ ରହିଥିଲେ ମଧ୍ୟ ରାଣୀଙ୍କ ପାରୁ ଜୀବନ ଅତିବାହିତ କରୁଛନ୍ତି । ବନ୍ଧୁଗଣ ୧୯୯୦ରେ ରିଲିଜ ହୋଇଥିବା “ସ୍ଵର୍ଗ” ଫିଲ୍ମ ଆପଣ ମାନଙ୍କର ନିଶ୍ଚୟ ମନେ ଥିବ ।

ଏହି ଫିଲ୍ମରେ ରାଜେଶ ଖନା, ଗୋବିନ୍ଦା ଓ ଜୁହୀ ଚାୱଲାଙ୍କ ବ୍ଯତୀତ ଅନ୍ୟ ଜଣେ କଳାକାର ଥିଲେ ଯିଏ ରାଜେଶ ଖନାଙ୍କର ସ୍ତ୍ରୀ ଭାବେ ଭୂମିକାରେ ମାଧବୀ ଅଭିନୟ କରିଥିଲେ । ସେହି ସମୟରେ “ସ୍ଵର୍ଗ” ଫିଲ୍ମ ବହୁତ ହିଟ ହୋଇଥିଲା । ଏହି ଫିଲ୍ମ ପାଇଁ ମାଧବୀ ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲେ । ଏହା ବ୍ଯତୀତ “ଗିରଫତାର” ଫିଲ୍ମର ଗୀତ “ଧୂପ ମେ ନା ନିକଲୋ କରୋ ରୂପ କି ରାନୀ”ରେ ମାଧବୀ ଅମିତାଭ ବଚ୍ଚନଙ୍କ ସହ ନଜର ଆସିଥିଲେ । ଏହା ଛଡା ମାଧବୀ ଅମିତାଭଙ୍କ ସହ “ଅନ୍ଧା କାନୁନ” ଓ “ଅଗ୍ନିପଥ” ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ମାଧବୀ ନିଜ ଅଭିନୟ କ୍ଯାରିୟର ସାଉଥ ଫିଲ୍ମରୁ ଆରମ୍ଭ କରି ବଲିଉଡରେ “ଏକ ଦୁଜେ କେ ଲିୟେ”, “ମୁଝେ ଶକ୍ତି ଦୋ” ୧୯୮୪ , “ମିଶାଲ” ୧୯୮୫, “ଲୋହା” ୧୯୮୭, “ଜଖମ” ୧୯୮୯, “ହାର ଜିତ” ୧୯୯୦, “ଅନ୍ଧା କାନୁନ’ ୧୯୮୩, “ଅଗ୍ନିପଥ” ୧୯୯୦, “ପ୍ୟାର କା ମନ୍ଦିର” ୧୯୮୮, “ସ୍ଵର୍ଗ’ ୧୯୯୦  ଆଦି ଫିଲ୍ମରେ ଅଭିନୟ କରିଛନ୍ତି । ଏହା ପରେ ୧୯୯୪ରେ “ଖୁଦାଇ” ଫିଲ୍ମରେ ଶେଷ ଥର ପାଇଁ ନଜର ଆସିଥିଲେ ଓ ଏହା ପରେ ସେ ବଲିଉଡ ଦୁନିଆରୁ ଦୂରେଇ ଯାଇଥିଲେ ।

ମାଧବୀଙ୍କର ଗୁରୁ ସ୍ଵାମୀ ରାମା ଫାର୍ମାସ୍ୟୁଟିକଲ ବିଜନେସ ମ୍ୟାନ ରାଲ୍ଫ ଶର୍ମାଙ୍କ ସହ ତାଙ୍କର ବିବାହ କରିଥିଲେ । ଦୁହିଙ୍କର ଭେଟ ହିମାଳୟ ଇନଷ୍ଟିଚ୍ୟୁଟ ଅଫ ଯୋଗା ସାଇନ୍ସ ଆଣ୍ଡ ଫିଲୋସୋଫୀରେ ପ୍ରଥମ ଥର ହୋଇଥିଲା । ଏହା ପରେ ୧୯୯୬ରେ ବିବାହ କରିବା ପରେ ଫିଲ୍ମ ଦୁନିଆରୁ ବିଦାୟ ନେଇଥିଲେ ।

ସେ ବର୍ତ୍ତମାନ ତାଙ୍କ ପରିବାର ସହ ନିୟୁ ଜର୍ସିରେ ରହୁଛନ୍ତି । ମାଧବୀ ଓ ରାଲ୍ଫଙ୍କର ୩ଟି ଝିଅ ଅଛନ୍ତି ଯାହାଙ୍କର ନାଁ ହେଉଛି ପ୍ରିସିଲା, ଟିଫନୀ, ଇବେଲିନ ଅଟେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।