ବିବାହକୁ ନେଇ ପ୍ରଶ୍ନ ଉପରେ ରାଗିଗଲେ ସଲମାନଙ୍କ ଭାଇ ଅର୍ବାଜ, ରାଗରେ କହିଦେଲେ ଏମିତି କଥା

ବଲିଉଡ୍ ରେ ବହୁତ ସମ୍ପର୍କ ଗଢା ହୋଇଥାଏ ଓ ଭାଙ୍ଗି ବି ଥାଏ । ବିବାହର 19 ବର୍ଷ ପରେ ଅର୍ବାଜ ଓ ମଲାଇକାଙ୍କର ଡିଭୋର୍ସ ହୋଇଥିଲା । ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡିଭୋର୍ସ ହେବା ପରେ ସେ ଦୁଇଜଣ ତାଙ୍କ ଜୀବନରେ ଆଗେଇ ସାରିଛନ୍ତି । ଗୋଟିଏ ପଟରେ ଯେତେବେଳେ ମଲାଇକା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି ତ ଅନ୍ୟ ପଟେ ଅର୍ବାଜ ଖାନ ଜର୍ଜିଆ ଏଣ୍ଡ୍ରିଆନିଙ୍କ ସହ ସମ୍ପର୍କ ଯୋଡିସାରିଛନ୍ତି ।


ବଲିଉଡ୍ ରେ ସମ୍ପର୍କ ଭାଙ୍ଗିବା ଟା ହେଉଛି ଏକ ସାମାନ୍ୟ କଥା ହେଲେ ସମ୍ପର୍କ ଭାଙ୍ଗିବା ପରେ ଅନ୍ୟ କାହା ସହ ସମ୍ପର୍କ ଯୋଡିବା ଏହା ହେଉଛି ନୂଆ । ଜର୍ଜିଆ ଏଣ୍ଡ୍ରିଆନିଙ୍କ ସହ ସମ୍ପର୍କ ଯୋଡିବା ପରେ ଅର୍ବାଜ କେବେବି ତାଙ୍କ ସହ ବିବାହ କରିବା କଥା ସ୍ଵୀକାର କରି ନାହାଁନ୍ତି । କିଛି ଦିନ ତଳେ ଯେତେବେଳେ ତାଙ୍କୁ ପଚରାଗଲା କି କଣ ସେ ଦ୍ଵିତୀୟ ବିବାହ କରିବାକୁ ଚାହୁଞ୍ଚନ୍ତି ତେବେ ସେ ବହୁତ ରାଗିଗଲେ । ବର୍ତ୍ତମାନ ଅର୍ବାଜ “ଦବଙ୍ଗ ୩” ର ପ୍ରମୋଶନ ପାଇଁ ମିଡିଆ ସାମ୍ନାରେ ନଜର ଆସୁଛନ୍ତି ।

ଫିଲ୍ମର ପ୍ରମୋଶନ ପାଇଁ ବ୍ୟସ୍ତରେ ରହୁଥିଲେ ଅର୍ବାଜ । କିନ୍ତୁ ସେ ମିଡିଆକୁ ନିଜ ପର୍ସନାଲ ଲାଇଫ ବିଷୟରେ ଖୋଲି କହିଛନ୍ତି । ସେ କହିଲେ ସେ ଦ୍ଵିତୀୟ ବିବାହ ପାଇଁ କେବେ ଭାବି ନାହାଁନ୍ତି ଓ ସେ କେତେକ ଉଡା ଖବରର ମଧ୍ୟ ପର୍ଦାଫାସ କରିଥିଲେ । ଇଣ୍ଟରଭ୍ୟୁରେ ସେ ଏହି କଥା ମନିଥିଲେ କି ସେ ଜିର୍ଜିଆଙ୍କୁ ଡେଟ୍ କରୁଛନ୍ତି, ହେଲେ ସେ ଏହି କଥା ମଧ୍ୟ କହିଛନ୍ତି କି ଡେଟ୍ କରିବା ମାନେ ନୁହେଁ ବିବାହ କରିବା ।

ଏହା ପରେ ଅର୍ବାଜ ରାଗିଗଲେ ଓ କହିଲେ ଆପଣଙ୍କୁ କିଏ କହିଲା କି ମୁଁ ବିବାହ କରିବାକୁ ଯାଉଛି, ମୋ ମା କହିଲେ ନା ମୋ ବାପା କହିଲେ ନା ମୋ ସାଙ୍ଗ କହିଲା ।