ସିଦ୍ଧିବିନାୟକ ମନ୍ଦିର ସହ ଜଡିତ ଅଛି ଏହି ରୋଚକ ତଥ୍ୟ, ଯାହା ଆପଣ ମଧ୍ୟ ଜାଣି ନଥିବେ

ସିଦ୍ଧିବିନାୟକ ମନ୍ଦିର ଭଗବାନ ଗଣେଶଙ୍କର ସବୁଠୁ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଗୋଟିଏ ଅଟେ । ଏହି ମନ୍ଦିର ମହାରଷ୍ଟ୍ରର ମୁମ୍ବାଇ ସହରରେ ଅବସ୍ଥିତ । କୋଟି କୋଟି ଲୋକମାନଙ୍କର ଆସ୍ଥା ଏହି ସିଦ୍ଧିବିନାୟକ ମନ୍ଦିର ସହ ଜଡିତ ଅଛି । ସବୁ ବର୍ଷ ଏଠାରେ କୋଟି କୋଟି ଟଙ୍କା ଦାନ ସ୍ୱରୂପ ଆସିଥାଏ । ଗଣେଶ ଚତୁର୍ଥିରେ ଏହି ମନ୍ଦିରରେ ଭକ୍ତମାନଙ୍କର ବହୁତ ଭିଡ ଦେଖିବାକୁ ମିଳିଥାଏ ଓ ଏହି ସମୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ ବି କରାଯାଏ ।

ସିଦ୍ଧିବିନାୟକ ମନ୍ଦିରକୁ ସିଦ୍ଧିବିନାୟକ ନାମ କେମିତି ମିଳିଲା ଓ ସିଦ୍ଧିବିନାୟକ ମନ୍ଦିର ସହ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

କାହିଁକି କୁହାଯାଏ ସିଦ୍ଧିବିନାୟକ ମନ୍ଦିର

ଭଗବାନ ଗଣେଶଙ୍କର ବିଭିନ୍ନ ରୂପର ବର୍ଣନା ପୁରାଣ ଗୁଡିକରେ କରା ଯାଇଛି ଓ ସିଦ୍ଧିବିନାୟକ ରୂପରେ ଭଗବାନ ଗଣେଶଙ୍କର ଶୁଣ୍ଢ ଡାହାଣ ଆଡକୁ ମୋଡି ହୋଇଥାଏ । ଏହି ମନ୍ଦିରରେ ଭଗବାନ ଗଣେଶଙ୍କୁ ସିଦ୍ଧିବିନାୟକ ରୂପରେ ପୂଜା କରାଯାଉଥିବାରୁ ଏହି ମନ୍ଦିରକୁ ସିଦ୍ଧିବିନାୟକ ମନ୍ଦିର କୁହାଯାଏ ।

ସିଦ୍ଧିବିନାୟକ ମନ୍ଦିର ସହ ଜଡିତ କିଛି ରୋଚକ ତଥ୍ୟ

·    ସିଦ୍ଧିବିନାୟକଙ୍କୁ “ନବସାଚା ଗଣପତି” କିମ୍ବା “ନବସାଲା ପାବଣାରା ଗଣପତି” ନାମରେ ବି ଜଣା ଯାଇଥାଏ । ଏହି ନାମ ମରାଠୀ ନାମ ଅଟେ । ଯାହାର ଅର୍ଥ ଏହା ଅଟେ କି ଭଗବାନଙ୍କୁ ଯିଏ ମନରୁ ଯେଉଁ ଜିନିଷ ମାଗିଥାଏ ଭଗବାନ ତାହାର ମନୋକାମନା ନିଶ୍ଚିତ ପୁରା କରନ୍ତି ।

·    ସିଦ୍ଧିବିନାୟକ ମନ୍ଦିର ଏକ ପ୍ରାଚୀନ ମନ୍ଦିର ଅଟେ ଓ ଏହି ମନ୍ଦିରର ନିର୍ମାଣ ୧୯ ନଭେମ୍ବର  ୧୮୦୧ରେ କରାଯାଇଥିଲା । ଏହି ମନ୍ଦିରକୁ ଲକ୍ଷ୍ମଣ ବିଥୁ ପାଟିଲ ନାମକ ଏକ ଠିକାଦାର ଦ୍ଵାରା ତିଆରି କରାଯାଇଥିଲା । ଯେତେବେଳେ ଏହି ମନ୍ଦିର ତିଆରି ହୋଇଥିଲା ସେତେବେଳେ ଏହା ବହୁତ ଛୋଟ ଥିଲା । କିନ୍ତୁ ପରେ ଏହି ମନ୍ଦିରକୁ ବିସ୍ତାର କରି ଦିଆଗଲା ।

·    ଏମିତି ମାନ୍ୟତା ଅଛି କି ଯେଉଁ ଲୋକମାନେ ଖାଲି ପାଦରେ ଏହି ମନ୍ଦିରକୁ ଆସନ୍ତି ତାଙ୍କର ସମସ୍ତ ମନୋକାମନା ଭଗବାନ ପୁରା କରିଥାନ୍ତି । ସେଥିପାଇଁ ଭକ୍ତମାନେ ବି ଖାଲି ପାଦରେ ସିଦ୍ଧିବିନାୟକ ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି ।

·    ଏହି ମନ୍ଦିରରେ ଗଣେଶଙ୍କ ମୂର୍ତ୍ତି ସହିତ ତାଙ୍କର ଦୁଇ ପତ୍ନୀ ରିଦ୍ଧି ଓ ସିଦ୍ଧିଙ୍କର ପୂଜା ବି କରାଯାଏ ।

·    ସିଦ୍ଧିବିନାୟକ ମନ୍ଦିର ର ତିଆରିକୁ ନେଇ ଏକ କଥା ପ୍ରଚଳିତ ଅଛି । କଥା ଅନୁସାରେ ଏହି ମନ୍ଦିରର ନିର୍ମାଣ କରିବା ପାଇଁ ଏକ ଗରିବ ଚାଷୀ ମହିଳା ଟଙ୍କା ଦାନ କରିଥିଲା । ଏହି ମହିଳାର କୌଣସି ସନ୍ତାନ ନ ଥିଲା ଓ ଏହି ମହିଳା ଭଗବାନଙ୍କୁ ସନ୍ତାନ ପ୍ରାପ୍ତିର କାମନା କରି ଏହି ମନ୍ଦିରର ନିର୍ମାଣ କରିବା ପାଇଁ ଧନ ରାଶି ଦାନ କରିଥିଲା ।

·    ଏହି ମନ୍ଦିରରେ ଦୁଇଟି ଚାନ୍ଦିର ମୂଷା ବି ତିଆରି କରାଯାଇଛି । କୁହାଯାଏ କି ଏହି ଦୁଇ ମୂଷାଙ୍କ କାନରେ ଯିଏ ବି ନିଜର ମନୋକାମନାକୁ କହିଦିଏ ତାହାର ସବୁ ମନୋକାମନା ପୁରା ହୋଇଯାଏ ।