ବହୁତ ପବିତ୍ର ଶବ୍ଦ ଅଟେ “ଓଁ “, ଜାଣନ୍ତୁ ଓଁ ଚିହ୍ନର ଅର୍ଥ ଓ ଏହାର ମହତ୍ଵ

“ଓଁ” ହିନ୍ଦୁ ଧର୍ମର ସବୁଠୁ ପବିତ୍ର ଶବ୍ଦ ଓ ଏହି ଶବ୍ଦ ପୁରା ବ୍ରହ୍ମାଣ୍ଡକୁ ଦର୍ଶାଇ ଥାଏ । ଓଁ ଚିହ୍ନ “ଓମ” ଶବ୍ଦର ପ୍ରତୀକ ଅଟେ । ଆମର ବେଦରେ ଓମ ଶବ୍ଦ ସ୍ଥାନରେ ଓଁ ଚିହ୍ନ ଅଧିକ ବ୍ୟବହାର କରାଯାଏ । ଓଁ ଚିହ୍ନଟି ସବୁ ମନ୍ଦିରରେ କରା ଯାଇଥାଏ ଓ କୁହାଯାଏ କି ଓଁ ଚିହ୍ନ ଦ୍ଵାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ହିନ୍ଦୁ ଧର୍ମରେ ଓଁ ଚିହ୍ନକୁ ପବିତ୍ର କାହିଁକି କୁହାଯାଏ ? ଏହାର ଅର୍ଥ, ମହତ୍ଵ ଓ ପ୍ରଭାବ କଣ ? ଆସନ୍ତୁ ଜାଣିବା ।

ଓଁ ଶବ୍ଦର ଅର୍ଥ-

Image courtesy: Google

ଓଁ ଶବ୍ଦର ଅର୍ଥ କଣ, ଏହା ବହୁତ କମ ଲୋକ ହିଁ ଜାଣିଛନ୍ତି । “ଓମ” ଶବ୍ଦଟି ତିନୋଟି ଅକ୍ଷରରେ ହୋଇଛି ତାହା ହେଉଛି ଅ ଉ ମ୍ । “ଅ”ର ଅର୍ଥ ହେଉଛି ଉତ୍ପନ୍ନ, “ଓ”ର ଅର୍ଥ ହେଉଛି ବିକାଶ, “ମ”ର ଅର୍ଥ ହେଉଛି ମୌନ ।

ଓଁ ଶବ୍ଦର ମହତ୍ଵ-

Image courtesy: Google

ହିନ୍ଦୁ ଧର୍ମରେ ଓଁ ଶବ୍ଦର ମହତ୍ଵ ବହୁତ ଅଧିକ ଥାଏ । ସବୁ ମନ୍ତ୍ରରେ ଏହାର ଉଚାରଣ କରାଯାଏ । ଓଁ ଶବ୍ଦର ମହତ୍ଵ ବିଷୟରେ ଶାସ୍ତ୍ରରେ ଲେଖା ହୋଇଛି କି, ଓଁ ଶବ୍ଦ ବ୍ରହ୍ମା, ବିର୍ଷ୍ଣୁ ଓ ମହେଶ୍ଵରଙ୍କ ସହ ଯୋଡା ହୋଇଛି । ଏହି ଶବ୍ଦର ଉଚାରଣରେ ଆମେ ସିଧା ପରମାତ୍ମାଙ୍କ ସହ ମିଶିଥାଉ । ସେଥିପାଇଁ ଆମ୍ଭେମାନେ ଧ୍ୟାନ ଓ ପୂଜା କରିବା ସମୟରେ ଓଁ ଶବ୍ଦର ଉଚାରଣ କରିଥାଉ । ଶାସ୍ତ୍ରରେ କୁହାଯାଇଛି ଓଁ ଶବ୍ଦ ହେଉଛି ଆମ ସୃଷ୍ଟିର ଆଧାର ।

ଓଁ ଶବ୍ଦର ପ୍ରଭାବ-

Image courtesy: Google

ଓଁ ଶବ୍ଦଟି ବହୁତ ପ୍ରଭାବଶାଳି ହୋଇଥାଏ, ଏହାକୁ ଉଚ୍ଚାରଣ କରିବା ଦ୍ଵାରା ବହୁତ ଲାଭ ମିଳିଥାଏ । ଓଁ ଶବ୍ଦର ପ୍ରଭାବ ଆମ ଶରୀରରେ ପଡିଥାଏ, ଓଁ ଶବ୍ଦକୁ ଉଚାରଣ କରିଲେ ଆମ ଶରୀରରେ ଊର୍ଜା ଉତ୍ପନ୍ନ ହୋଇଥାଏ । ଓଁ ଶବ୍ଦକୁ ଉଚାରଣ କରିଲେ ଏହି ସବୁ ଲାଭ ମିଳିଥାଏ ।

୧. ଧ୍ୟାନ ଲଗାଇ ଓଁ ଶବ୍ଦର ଉଚାରଣ କରିଲେ ଚିନ୍ତାମୁକ୍ତ ହେବେ ଓ ମନକୁ ଶାନ୍ତି ମିଳିବ ।

୨. ଯେଉଁ ଲୋକମାନେ ନିୟମିତ ରୂପେ ଓଁ କୁହନ୍ତି, ସେମାନଙ୍କ ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ ।

୩. ଓଁ ଶବ୍ଦର ପ୍ରଭାବ ଫୁସଫୁସ ରେ ଭଲ ପଡିଥାଏ । ଏହାର ଉଚାରଣ ଦ୍ଵାରା ଫୁସଫୁସ ମଝବୁତ ହୋଇଥାଏ ।

୪. ଓଁ କହୁଥିବା ସମୟରେ “ଅ” ଶବ୍ଦ ଉପରେ ଅଧିକ ଜୋର ଦିଆହୁଏ, ଏହା ଦ୍ଵାରା ପେଟ ଉପରେ ଅଧିକ ପ୍ରଭାବ ପଡିଥାଏ । ଯାହାଫଳରେ ପାଚନ ପ୍ରକ୍ରିୟା ଭଲ ହୋଇଥାଏ ।

୫. ଯେଉଁ ଲୋକମାନଙ୍କୁ ନିଦ ହେଉନାହିଁ ରାତିରେ ଶୋଇଲା ସମୟରେ ଓଁ ଶବ୍ଦର ଉଚାରଣ କରିଲେ ନିଦ ଆସିଥାଏ ।

୬. ଓଁ ଚିହ୍ନକୁ ଘରର ମୁଖ୍ୟ ଦ୍ଵାରରେ କରିଲେ ବହୁତ ଶୁଭ ହୋଇଥାଏ ଓ ଘର ପରିବାରରେ ସୁଖ ସମୃଦ୍ଧି ବଢିଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।