ଇଟା ଭାଟିରେ କାମ କରୁଥିବା ଏହି ବାପ ଝିଅଙ୍କ ଯୋଡି ଜିତୁଛି ଲୋକମାନଙ୍କ ହୃଦୟ, ଭିଡିଓ ଦେଖିଲେ ହୃଦୟ ତରଳି ଯିବ

କୁହାଯାଏ ଖୁସି ପଇସାରେ କିଣି ହୁଏନି । ଏହା ଜରୁରୀ ନୁହେଁ କି ସବୁ ଧନୀ ଲୋକ ଖୁସିରେ ଓ ଗରିବ ଲୋକ ଦୁଃଖରେ ରହିବେ । କହିବାକୁ ଗଲେ ନିଜ ଖୁସି ନିଜ ମନରେ ଥାଏ । ପିଲାମାନେ ତାଙ୍କର ମାତା ପିତାଙ୍କୁ ଖୁସି କରିବା ପାଇଁ କିଛି କାମ କରିଥାନ୍ତି । ଯେତେବେଳେ ଆପଣଙ୍କ ସନ୍ତାନ ଆପଣଙ୍କ ପାଖରେ ଥାଏ ସେତେବେଳେ ଦୁନିଆର ସବୁ ଦୌଲତ ଆପଣଙ୍କୁ ଫିକା ଲାଗିଥାଏ । ଏହି କଥାର ଏକ ଉଦାହରଣ ଆପଣ ଏକ ଭାଇରାଲ ହୋଇଥିବା ଭିଡିଓରେ ଦେଖିବେ ।

ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବାପ ଝିଅଙ୍କର ଯୋଡି ଲୋକଙ୍କର ହୃଦୟ ଜିତି ନେଇଛି । ଏହି ଭିଡିଓଟି କିଛି ଦିନ ହେବ ବହୁତ ଫେମସ ହେଇଯାଇଛି । ଏହି ଭିଡିଓରେ ଥିବା ଗୋଟିଏ ବାପା ଇଟା ଭାଟିରେ କାମ କରୁଛି, ତା’ ପାଖରେ ତା’ ଝିଅ ମଧ୍ୟ ରହୁଛି । ଝିଅର ବାପା କାମ କରୁଥିବା ସମୟରେ ଝିଅ ସହ ଟିକ ଟକ ଭିଡିଓ ବନାଉଛି ।

ଏହା ଫଳରେ ସେ ତା’ କାମରେ ମଧ୍ୟ ମନ ଦେଇପାରୁଛି ଓ ତା’ ଝିଅକୁ ମଧ୍ୟ ଖୁସି କରାଉଛି । ଟିକ ଟକ ଆଇଡି ଅନୁସାରେ ଏହି ଲୋକର ନାମ ସନ୍ତୋଷ ରୋକାଡେ ଅଟେ । କିଛି ଦିନ ମଧ୍ୟରେ ଏହି ଗରିବ ବାପା ଓ ତା’ ଝିଅର ଯୋଡି ବହୁତ ଫେମସ ହୋଇଯାଇଛି ।

ଟ୍ଵିଟରରେ ଏହି ଭିଡିଓଟିକୁ ମିହିର ମୋଦୀ ନାମକ ଜଣେ ଲୋକ ଯେତେବେଳେ ସେୟାର କରିଲେ ସେତେବେଳେ ଏହି ଭିଡିଓଟି ପୁରା ଭାଇରାଲ ହୋଇଗଲା,  ଲୋକମାନେ ଏହି ବାପ ଝିଅର ଯୋଡିକୁ ବହୁତ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଏହି ଯୋଡିର ବହୁତ ପ୍ରଶଂସା କରୁଛନ୍ତି । ଇଟା ଭାଟିରେ କାମ କରୁଥିବା ସନ୍ତୋଷ ରୋକାଡେଙ୍କୁ ଟିକ ଟକ ରେ ୫ ରୁ ୭ ଲକ୍ଷ ଲୋକ ଫଲୋ କରୁଛନ୍ତି ।

ଏହି ଭିଡିଓଟି ବହୁତ ଲୋକଙ୍କୁ ପ୍ରେରଣା ଦେଇଛି । ଏଥିରୁ ଜଣା ପଡୁଛି କି ଆପଣଙ୍କର ଅସଲି ଦୌଲତ ଆପଣଙ୍କର ସନ୍ତାନ ଅଟେ ଯାହା ପାଇଁ ଆପଣ ଅଧିକ ଖୁସିରେ ରୁହନ୍ତି । ମନେ ରଖନ୍ତୁ ଟଙ୍କା ଜୀବନରେ ସବୁ କିଛି ହୋଇନଥାଏ । ଜୀବନରେ ସବୁଠୁ ଅଧିକ ମହତ୍ତ୍ଵ ରଖିଥାଏ ସମ୍ପର୍କ ।