ଦେଖନ୍ତୁ ୩୦ ବର୍ଷ ପରେ କେମିତି ଦେଖାଯାଉଛନ୍ତି ରାମାୟଣର ରାମ, ସୀତା ଏବଂ ରାବଣ

ରାମାୟଣ ଉପରେ ଆଧାରିତ ଅନେକ ଟିଭି ଶୋ ଆସିଥିଲା । କିନ୍ତୁ ୯୦ ଦଶକରେ ଆସିଥିବା ରାମାନନ୍ଦ ସାଙ୍ଗରଙ୍କର ରାମାୟଣ ବହୁତ ଲୋକପ୍ରିୟତା ଏବଂ ପ୍ରତିଷ୍ଠା ହାସଲ କରିଥିଲା । ଏହା ପ୍ରଥମ ଥର ଥିଲା ଯେତେବେଳେ ଲୋକମାନେ ବହି ଏବଂ ଧର୍ମ ଗ୍ରନ୍ଥ ଛଡା ପରଦାରେ ରାମାୟଣର କଳାକାରମାନଙ୍କୁ ଜୀବିତ ଦେଖିଥିଲେ ଏବଂ ସେହି କାରଣ ଅଟେ ତାହାର ସବୁ କଳକାରମାନେ ଆଜି ବି ଲୋକମାନଙ୍କର ହୃଦୟରେ ବସିଛନ୍ତି ।

କିନ୍ତୁ ସେହି ଧାରାବାହିକ ଟିଭିରେ ପ୍ରସାରିତ ହେବାର ୩୦ ବର୍ଷ ହୋଇ ଗଲାଣି । ଏବଂ ସେହି କଳକାରମାନେ ଏତେ ବଦଳି ଗଲେଣି କି ବୋଧେ ଆପଣମାନେ ତାଙ୍କୁ ଦେଖିଲେ ଚିହ୍ନି ପାରିବେ ନାହିଁ । ଆଜି ଆମେ ଆପଣମାନଙ୍କୁ ସେହି କଳକାରମାନଙ୍କର ବର୍ତ୍ତମାନ ସ୍ୱରୂପ ସହ ସାକ୍ଷାତ କରାଇବୁ ।

ରାମାୟଣ ୨୫ ଜାନୁୟାରୀ ୧୯୮୭ରୁ ୩୧ ଜୁଲାଇ ୧୯୮୮ରେ ପର୍ଯ୍ୟନ୍ତ ପ୍ରସାରିତ କରାଯାଇଥିଲା । ସେତେବେଳେ ଲୋକମାନଙ୍କର ଏହା ପ୍ରତି ନିଜର ସକାରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ବି ଏହାର ପ୍ରଭାବ ଦର୍ଶକମାନଙ୍କ ମଧ୍ୟରେ କିଛି କମ ହୋଇ ନାହିଁ । କିନ୍ତୁ ଏଥିରେ ଅଭିନୟ କରୁଥିବା କଳକାର ମାନଙ୍କର ଚେହେରା ନିଶ୍ଚିତ ରୂପରେ ବଦଳି ଯାଇଛି । ଆପଣ ଦେଖନ୍ତୁ

୧. ରାମଙ୍କ ରୂପରେ ଅରୁଣ ଗୋବିଲ

୧୯୮୭ରେ ଆସିଥିବା ରାମାନନ୍ଦ ସାଗରଙ୍କର ରାମାୟଣରେ ଅରୁଣ ଗୋବିଲ ଶ୍ରୀରାମଙ୍କର ଅଭିନୟ କରିଥିଲେ । ତାଙ୍କର ବୟସ ବର୍ତ୍ତମାନ ୬୦ ବର୍ଷ ପାଖାପାଖି ଅଟେ । ସେହି ସମୟରେ ରାମଙ୍କ ରୂପରେ ତାଙ୍କର ଅଭିନୟ ଦର୍ଶକମାନଙ୍କ ଉପରେ ଏତେ ପ୍ରଭାବ ପଡିଥିଲା କି ଅରୁଣ ପରଦା ଛଡା ନିଜ ଅସଲ ଜୀବନରେ ମଧ୍ୟ ଭଗବାନ ହୋଇ ଯାଇଥିଲେ । ଅରୁଣ ଗୋବିଲ କହୁଥିଲେ କି ଆଜି ବି କେତେକ ଜାଗାରେ ଲୋକମାନେ ତାଙ୍କୁ ଦେଖି ହାତ ଯୋଡି ନମସ୍କାର କରନ୍ତି ।

ଏବଂ ସେ ମାନନ୍ତି କି ରାମ ହୋଇ ସେ ଯେଉଁ ସଫଳତା ହାସଲ କରିହଛନ୍ତି ତାଙ୍କୁ ଅନ୍ୟ କୌଣସି ଟିଭି ସିରିୟଲ ଏବଂ ଫିଲ୍ମରେ କାମ କରି ସେହି ସଫଳତା ମିଳିନାହିଁ ।

୨. ସୀତାଙ୍କ ରୂପରେ ଦୀପିକା ଚିଖଲିୟା

ସୁନ୍ଦର ଅଭିନେତ୍ରୀ ଦୀପିକା ଚିଖଲିୟା ମାତା ସିତାଙ୍କର ପବିତ୍ର ରୋଲ କରିଥିଲେ । ଦୀପିକା ସିତାଙ୍କ ରୂପରେ ଘରେ ଘରେ ନିଜର ଏମିତି ପରିଚୟ ବନାଇଲେ କି ଆଜି ବି ଲୋକମାନେ ତାଙ୍କୁ ଦେଖି ତାଙ୍କର ଗୋଡ ଧରି ନମସ୍କାର କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସିତାଙ୍କ ରୋଲ କରୁଥିବା ଦୀପିକା ସେହି ସମୟରେ ୧୫ ବର୍ଷର ଥିଲେ । ତାଙ୍କୁ ସେହି ଧାରାବାହିକାରେ ବହୁତ ସଫଳ ମିଳିଥିଲା ।

୩. ରାବଣ ରୂପରେ ଅରବିନ୍ଦ ତ୍ରିବେଦୀ

ରାମ ଏବଂ ସିତାଙ୍କ ଛଡା ଲୋକମାନେ ରାବଣର ଚରିତ୍ରକୁ ଜୀବିତ କରିଥିବା ଅରବିନ୍ଦ ତ୍ରିବେଦୀଙ୍କୁ ବହୁତ ପସନ୍ଦ କରିଥିଲେ । କହିଦେଉଛୁ ଯେ ଟିଭିର ରାବଣ ଅରବିନ୍ଦ ତ୍ରିବେଦୀ ପାଖାପାଖି ୩୦୦ ଫିଲ୍ମରେ କାମ କରିସାରିଛନ୍ତି । ସବୁଠୁ ରୋଚକର କଥା ଏହା ଅଟେ କି ରାମାୟଣରେ ସବୁଠୁ ବଡ ଖଳନାୟକ ପାଖାପାଖି ସବୁ ଫିଲ୍ମରେ ନାୟକର ଭୂମିକା ନିଭାଇଥିଲେ ।

ଆପଣଙ୍କୁ ଆମର ଏଇ ଖବରଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ଟିଏ କରିବେ ।