ମ୍ୟାଗୀରେ ମିଳୁଥିବା ସୀସା ଆପଣଙ୍କର ପିଲାଙ୍କ ପାଇଁ ବହୁତ କ୍ଷତିକାରକ, ଜାଣନ୍ତୁ କେମିତି ଶରୀର ଉପରେ ପକାଇଥାଏ ପ୍ରଭାବ – ସଚେତନତା ପାଇଁ ଶେୟାର କରନ୍ତୁ

ଯେତେବେଳେ ବହୁତ ଜୋରରେ ଭୋକ ଲାଗେ ଏବଂ କିଛି ଏମିତି ଖାଇବାକୁ ଇଛା ହୁଏ ଯାହା ଜଲ୍ଦି ତିଆରି ହୋଇଯିବ ତେବେ ଗୋଟିଏ ଜିନିଷ କଥା ମନେ ପଡିଥାଏ ତାହା ହେଉଛି ମ୍ୟାଗୀ । ମ୍ୟାଗୀ ଶସ୍ତା ଏବଂ ସରଳ ଖାଦ୍ୟ ଅଟେ । ମ୍ୟାଗୀ କେବଳ ପିଲାମାନେ ନୁହେଁ ବଡ ଏବଂ ବୟସ୍କ ଲୋକମାନେ ମଧ୍ୟ ଖାଇବାକୁ ପସନ୍ଦ କରନ୍ତି । ଏହା ବହୁତ ଚଟପଟା ହୋଇଥାଏ ଏବଂ ପେଟ ମଧ୍ୟ ଭର୍ତି କରିଥାଏ । କିନ୍ତୁ ମ୍ୟାଗୀ ମଇଦାର ହିଁ ଏକ ରୂପ ଅଟେ ଯାହା ଶରୀରର ପାଇଁ ଭଲ ହୋଇ ନଥାଏ ।

କେବଳ ଏତିକି ନୁହେଁ ବର୍ତ୍ତମାନ ହିଁ ଏକ ଖବର ଆସିଛି ଯେଉଁଥିରେ କୁହାଯାଉଛି କି ମ୍ୟାଗୀ ଖାଇବା ଦେହ ପାଇଁ ହାନି କାରକ ଅଟେ ।

ଖବର ଅନୁସାରେ ମ୍ୟାଗୀରେ ସୀସାର ମାତ୍ରା ବହୁତ ଅଧିକ ମାତ୍ରା ମିଳୁଛି ଏହା ସହିତ ଏଥିରେ ଏମଏସଜୀ ଅଛି ଯାହାକୁ ସେବନ କରିବା ଦ୍ଵାରା ବ୍ୟକ୍ତି ବହୁତ ଭୟାନକ ରୋଗର ମଧ୍ୟ ପଡିପାରେ । ଏହି କଥାକୁ ମ୍ୟାଗୀ କମ୍ପାନୀର ମାଲିକ ବି ସ୍ଵୀକାର କରିଛନ୍ତି କି ମ୍ୟାଗୀ ଶରୀର ପାଇଁ ହାନିକାରକ ହୋଇଯାଇଛି । ଏହା ପ୍ରଥମ ଥର ନୁହେଁ କି ଯେତେବେଳେ ମ୍ୟାଗୀ ଉପରେ ପ୍ରଶ୍ନ ଉଠିଛି ।

ଏହା ପୂର୍ବରୁ ମ୍ୟାଗୀକୁ ବନ୍ଦ କରି ଦିଆଯାଇଥିଲା ଯେତେବେଳେ ତାହାର ମସଲାରେ କିଛି ଖରାପ ମିଳିଥିଲା । ଏହା ପରେ ମ୍ୟାଗୀ ପୁଣି ଥରେ ବଜାରରେ ଆସିଥିଲା । କିନ୍ତୁ ପୁଣି ସେଥିରେ କ୍ଷତିକାରକ ସୀସା ମିଳୁଛି ଯାହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

କାହିଁକି ସୀସା ଅଟେ କ୍ଷତିକାରକ

ସୀସା ଆମ ଶରୀର ପାଇଁ ବହୁତ ଖରାପ ଅଟେ ଏବଂ ଯଦି ଶରୀରରେ ଏହାର ମାତ୍ରା ବଢିଯାଏ ତେବେ ଏହା ଶରୀରକୁ ବହୁତ କ୍ଷତି ପହଞ୍ଚାଇଥାଏ । କହିବାକୁ ଗଲେ ଆମ ଶରୀର ପାଇଁ ସୀସା ଆବଶ୍ୟକ ହିଁ ନାହିଁ ଏବଂ ସୀସା ହଜମ କରିବାରେ ଆମ ଶରୀରରକୁ ଅସୁବିଧା ହୋଇଥାଏ । ସୀସା ଆମ ଶରୀରର ଲିଭର, ମୁଣ୍ଡ, କିଡନି, ହାଡ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଗର୍ଭବତୀ ମହିଳାମାନଙ୍କୁ ଭୁଲରେ ବି ମ୍ୟାଗୀର ସେବନ କରିବା ଉଚିତ ନୁହେଁ । ତାଙ୍କୁ ଗର୍ଭପାତ, ପ୍ରିମଚ୍ଯୋର ଡିଲବରୀ, ପିଲାର ଓଜନ କମ ହେବା ଭଳି ସମସ୍ୟା ହୋଇପାରେ । ଯେଉଁ ପିଲାମାନେ ମ୍ୟାଗୀର ଅଧିକ ସେବନ କରିଥାନ୍ତି ସେମାନଙ୍କୁ ମାନସିକ ବିକାଲଙ୍ଗ, ପଢାରେ ସମସ୍ୟା ହେବା, ବ୍ୟବହାରରେ ଅସୁବିଧା ଏବଂ ବ୍ଲଡ ସର୍କୁଲେଶନ ଭଳି ସମସ୍ୟା ହୋଇଥାଏ ।

ମୋନୋସୋଡିୟମ ଗ୍ଲୂଟାମେଟ

ମ୍ୟାଗୀରେ ସୀସା ଛଡା ଅନ୍ୟ କ୍ଷତିକାରକ ଜିନିଷ ଯେମିତି କି ମୋନୋସୋଡିୟମ ଗ୍ଲୂଟାମେଟ ମଧ୍ୟ ମିଳିଥାଏ । ଯାହା ଆମ ଶରୀର ପାଇଁ ବହୁତ ଖରାପ ଅଟେ । ଏହା ଏକ ପ୍ରକାରର କେମିକାଲ ହୋଇଥାଏ । ଯାହାର ସେବନ ଦ୍ଵାରା ପିଲାମାନଙ୍କୁ ଗମ୍ଭୀର ସମସ୍ୟା ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ସଚେତନ କରାନ୍ତୁ ଏବଂ କମେନ୍ଟ କରି ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ । ଆଗକୁ ଏମିତି ସୂଚନାମୂଳକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।